World Odia Language Conferene

ପତ୍ନୀଙ୍କୁ ଛାଡପତ୍ର ନଦେଇ ଗର୍ଲଫ୍ରେଣ୍ଡଙ୍କ ସହ ସେୟାର କଲେ ଏଭଲି ଫୋଟୋ, ଚର୍ଚ୍ଚାରେ ଏହି ବଲିଉଡ ତାରକା!

This Bollywood actor kept love relationship with model leaving his wife on way

ଓଡ଼ିଆ ଗସିପ ବ୍ୟୁରୋ: ପତ୍ନୀଙ୍କୁ ଛାଡପତ୍ର ନଦେଇ ଗର୍ଲଫ୍ରେଣ୍ଡଙ୍କ ସହ ସମ୍ପର୍କର ଘୋଷଣା କଲେ ବଲିଉଡ ତାରକା ପ୍ରତୀକ ବବର । ନିଜ ସୋସିଆଲ ମିଡିଆ ପେଜରେ ଗର୍ଲଫ୍ରେଣ୍ଡଙ୍କ ସହ ଫୋଟୋ ସେୟାର କଲେ । ଯାହାକୁ ନେଇ ଏବେ ବେଶ ଚର୍ଚ୍ଚାରେ ରହିଛନ୍ତି ପ୍ରତୀକ ।

ପ୍ରତୀକ ନିଜ ଇଂଷ୍ଟାଗ୍ରାମରେ ଗର୍ଲଫ୍ରେଣ୍ଡ ପ୍ରିୟା ବାନାର୍ଜୀଙ୍କ ଫୋଟୋ ସେୟାର କରି ନିଜ ସମ୍ପର୍କ ବିଷୟରେ ଫ୍ୟାନମାନଙ୍କୁ ସୂଚନା ଦେଇଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଉଛି ପ୍ରତୀକ ବର୍ତ୍ତମାନ ସୁଦ୍ଧା ନିଜ ପତ୍ନୀ ସନାୟା ସନଗରଙ୍କ ଠାରୁ ଛାଡପତ୍ର ନେଇ ନାହାନ୍ତି ।

ସୂଚନା ଅନୁସାରେ ପ୍ରତୀକ ଓ ପ୍ରିୟା ଗତବର୍ଷ ହିଁ ସମ୍ପର୍କରେ ଆସିଥିଲେ । ଦୁହେଁ ପୂର୍ବରୁ କେବେ ନିଜ ସମ୍ପର୍କ ବିଷୟରେ ଘୋଷଣା କରି ନଥିଲେ । ମାତ୍ର ଏବେ ଦୁହେଁ ସୋସିଆଲ ମିଡିଆକୁ ମାଧ୍ୟମ କରି ଏବେ ନିଜ ଲଭ ରିଲେସନସିପର ଘୋଷଣା କରିଛନ୍ତି ।

ଆହୁରି ପଢ଼ନ୍ତୁ : ସାମ୍ନାକୁ ଆସିଲା ଝାରସୁଗୁଡ଼ା ପୋଲିସର ସାଂଘାତିକ ଅବହେଳା : ଗୋପାଳ ମାନସିକ ରୋଗରେ ପୀଡ଼ିତ ଥିବା ଜାଣି ବି କରାଯାଇଥିଲା ଅଣଦେଖା

ପୂର୍ବରୁ ଫେବୃଆରୀ ୨୦୧୯ରେ ପ୍ରତୀକ, ସନାୟାଙ୍କୁ ବିବାହ କରିଥିଲେ । ନିଜ ପତ୍ନୀଙ୍କ ସହ ଅର୍ଦ୍ଧନଗ୍ନ ଫୋଟୋ ସେୟାର କରି ବେଶ ଚର୍ଚ୍ଚା ସାଉଁଟିଥିଲେ । ବିବାଦ ପରେ ସେହି ଫୋଟୋକୁ ନିଜ ପେଜରୁ ଡିଲିଟ ମଧ୍ୟ କରିଥିଲେ । ପରେ ଦୁହେଁ ପରସ୍ପରଠାରୁ ଅଲଗା ହୋଇ ଯାଇଥିଲେ । ହେଲେ ବର୍ତ୍ତମାନ ସୁଦ୍ଧା ପରସ୍ପର ଠାରୁ ଛାଡପତ୍ର ନେଇ ନାହାନ୍ତି ପ୍ରତୀକ ଓ ସନାୟା ।

ଏବେ ପ୍ରତୀକ, ପ୍ରିୟାଙ୍କୁ ଡେଟ କରୁଛନ୍ତି । ପ୍ରୟା ୨୦୧୫ ମସିହା ଏଶ୍ୱର୍ଯ୍ୟଙ୍କ ଅଭିନିତ ଫିଲ୍ମ "ଜଜବା"ରୁ ନିଜ ବଲିଉଡ ଡେବ୍ୟୁ କରିଥିଲେ । ସେହିପରି ରାଜ ବବର ଓ ସ୍ମିତା ପାଟିଲଙ୍କ ପୁଅ ପ୍ରତୀକ "ଜାନେ ତୁ ୟା ଜାନେ ନା" ଫିଲ୍ମରୁ ନିଜ ବଲିଉଡ଼ କ୍ୟାରିଅର ଆରମ୍ଭ କରିଥିଲେ । ପୂର୍ବରୁ ପ୍ରତୀକ ନିଜ କୋ-ଷ୍ଟାର ଏମି ଜ୍ୟାକସନଙ୍କ ସହ ମଧ୍ୟ ସମ୍ପର୍କରେ ଥିଲେ ।

Share this story