ସାମ୍ନାକୁ ଆସିଲା ଝାରସୁଗୁଡ଼ା ପୋଲିସର ସାଂଘାତିକ ଅବହେଳା : ଗୋପାଳ ମାନସିକ ରୋଗରେ ପୀଡ଼ିତ ଥିବା ଜାଣି ବି କରାଯାଇଥିଲା ଅଣଦେଖା

Follow up of Minister Naba Das murder case

ଓଡ଼ିଆ ଗସିପ ବ୍ୟୁରୋ: ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଖୋଲୁଛି ପୁଲିସର ଗୁମର । ହତ୍ୟାକାଣ୍ଡ ପଛରେ କିପରି ପୁଲିସର ଭୁଲ ଥିଲା, କ୍ରାଇମବ୍ରାଞ୍ଚ ତଦନ୍ତରୁ ଧିରେ ଧିରେ ତାର ଖୁଲାସା ହେଉଛି । ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରିବା ପଛରେ ଏଏସଆଇ ଗୋପାଳ ଦାସର ମାନସିକ ରୋଗ ଥିବା କୁହାଯାଉଥିବା ବେଳେ ଏକ ବଡ ତଥ୍ୟ ସାମ୍ନାକୁ ଆସିଛି ।

ଗୋପାଳର ମାନସିକ ରୋଗ ଥିବା ସତ୍ୱେ ଏହାକୁ ଅଣଦେଖା କରୁଥିଲା ପୁଲିସ ବିଭାଗ । ଗତ ୪ ରୁ ୫ ବର୍ଷ ଭିତରେ ବାଇପାଲାର ଅସ୍ଥିରତାରେ ପୀଡିତ ଥିଲା ଗୋପାଳ । ଏଥିପାଇଁ ଗୋପାଳ ୩୦ଟି ମେଡିକାଲ ପେସକ୍ରିପସନ୍ ଦେଖାଇ ଛୁଟି ନେଇଥିଲା । ପୂର୍ବତନ ଏସପିଙ୍କୁ ଏସବୁ ମେଡିକାଲ ପ୍ରେସକ୍ରିପସନ ଦେଖାଇ ଛୁଟି ମାଗିଥିଲା ଗୋପାଳ ।

ଖାଲି ଏତିକି ନୁହେଁ ଗୋପାଳ ଯେଉଁ ପେସକ୍ରିପସନ ଦେଖାଇ ଛୁଟି ନେଇଥିଲା ସେସବୁ ଜବତ କରିଛି କ୍ରାଇମବ୍ରାଞ୍ଚ । ୫ ବର୍ଷ ପୂର୍ବରୁ ଗୋପାଳ ମାନସିକ ରୋଗରେ ପୀଡିତ ଥିଲା ଓ ପୋଲିସ ବିଭାଗ ଜାଣିଥିଲା । ତଥାପି କାହିଁକି ୨୦୧୩ରୁ ଏଏସ୍ଆଇ ଗୋପାଳ ଦାସଙ୍କ ଠାରୁ ବନ୍ଧୁକ ନିଆଯାଇନଥିଲା ତାହା ଏବେ ବଡ ପ୍ରଶ୍ନ ?

ଆହୁରି ପଢ଼ନ୍ତୁ : ଆଜିର ରାଶିଫଳ: ଟଙ୍କା ମାମଲାରେ କେମିତି ରହିବ ଆପଣଙ୍କ ଦିନ; ପଢ଼ନ୍ତୁ ଆଜିର ଆର୍ଥିକ ରାଶିଫଳ ଆଉ ଏହାର ପ୍ରତିକାର...

ସେପଟେ ଗୋପାଳ ଉପରେ ବର୍ଷିଛନ୍ତି କୋର୍ଟ କାହିଁକି ନା ଇତିମଧ୍ୟରେ ଝାରସୁଗୁଡା ପୁଲିସ ବିଭାଗର ବେପରୁଆ କାମର ମଧ୍ୟ ଖୁଲାସା ହୋଇଛି । ଗୋପାଳ ଜଣେ ଏଏସଆଇ ଥିବା ସତ୍ୱେ ଦୁଷ୍କର୍ମ ଭଳି ଗୁରୁତ୍ୱପୂର୍ଣ୍ଣ ମାମଲାର ତଦନ୍ତଭାର ଗୋପାଳକୁ ଦିଆଯାଇଥିଲା । ଓଡ଼ିଶା ପୁଲିସର ନିୟମ ଅନୁଯାୟୀ, ହତ୍ୟା, ଦୁଷ୍କର୍ମ ଭଳି ଗୁରୁତ୍ୱପୂର୍ଣ୍ଣ ମାମଲାର ତଦନ୍ତ ଭାର ଅତି କମରେ ଜଣେ ଏସଆଇ ରାଙ୍କର ଅଫିସରଙ୍କୁ ଦେବା କଥା ।

ମାନସିକ ରୋଗରେ ପୀଡିତ ଥିବା ଏଏସଆଇଙ୍କୁ ଦୁସ୍କର୍ମ ମାମଲାର ତଦନ୍ତ ଭାର କିଭଳି ଦିଆଗଲା ? ଗୋପାଳ ବନହରପାଲି ଥାନାରେ ଥିବା ବେଳେ ତାଙ୍କୁ ଏକ ଦୁସ୍କର୍ମ ମାମଲାର ତଦନ୍ତ ଭାର ଦିଆଯାଇଥିଲା । ଯାହାକୁ ନେଇ ଏକ ସ୍ଥାନୀୟ କୋର୍ଟ ମଧ୍ୟ ଗୋପାଳ ଉପରେ ଅସନ୍ତୋଷ ଝାଡିଥିଲେ ।

ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ଗୋପାଳକୁ ଓ ପୋଲିସକୁ ଭର୍ସନା କରିଥିଲେ କୋର୍ଟ । ଗତ ୧୦ ବର୍ଷ ମଧ୍ୟରେ ଗୋପାଳ ତଦନ୍ତ କରିଥିବା ସବୁ ମାମଲାର ରିପୋର୍ଟ କ୍ରାଇମବ୍ରାଞ୍ଚ ଟିମ୍ ଜବତ କରିଛି । ହେଲେ ଗୋପାଳ କାହିଁକି ମନ୍ତ୍ରୀଙ୍କୁ ହତ୍ୟା କଲା ସେ ସମ୍ପର୍କରେ ଏବେବି ଚୁପ୍ ରହିଛି କ୍ରାଇମବ୍ରାଞ୍ଚ ।

କ୍ରାଇମବ୍ରାଞ୍ଚ ପ୍ରେସ ରିଲିଜ କରିଥିଲା ଯେ ଗୋପାଳ ମାନସିକ ରୋଗୀ ବୋଲି । ସେପଟେ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚକୁ କୋର୍ଟରୁ ଝଟକା ଲାଗିଛି । ଏଏସଆଇ ଗୋପାଳର ମାନସିକ ରୋଗ ପରୀକ୍ଷା ପାଇଁ କ୍ରାଇମବ୍ରାଞ୍ଚ ଲୋଡ଼ିଥିବା ଅନୁମତିକୁ ଖାରଜ କରି ଦେଇଛନ୍ତି ଝାରସୁଗୁଡ଼ାର ଜେଏମଏଫସି-୧ କୋର୍ଟ । ତେବେ ପ୍ରଥମଥର ପାଇଁ କ୍ରାଇମବ୍ରାଞ୍ଚ ତାର ପ୍ରେସ ରିଲିଜରେ ଗୋପାଳର ମାନସିକ ରୋଗ ଥିବା କଥା ସୂଚନା ଦେଇଛି ।

ଆହୁରି ପଢ଼ନ୍ତୁ : ଆଚାର୍ଯ୍ୟ ଚାଣକ୍ୟ ନୀତି (Chanakya Niti): ପ୍ରତ୍ୟେକ ପତ୍ନୀ ନିଜ ସ୍ବାମୀଙ୍କୁ ସାର ଜୀବନ ଲୁଚାଇ ରଖନ୍ତି ଏହି ୫ଟି ଜିନିଷ...

ଗୋପାଳର ମାନସିକ ରୋଗ ସମ୍ପର୍କରେ ଅଧିକ ଯାଂଚ ପାଇଁ ତାକୁ ବେଙ୍ଗାଲୁରୁର ‘ଦ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ମେଂଟାଲ ହେଲଥ ଆଣ୍ଡ ନ୍ୟୁରୋ ସାଇନ୍ସକୁ ନେବା ପାଇଁ କୋର୍ଟରେ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।

ଗୋପାଳର ମାନସିକ ସମସ୍ୟା ଦିଗକୁ ନିଶ୍ଚିନ୍ତ କରି କ୍ରାଇମବ୍ରାଂଚ କ’ଣ ପ୍ରମାଣିତ କରିବାକୁ ଚାହୁଁଛି ତାକୁ ନେଇ ପ୍ରଶ୍ନ ଉଠିଛି । ଏସସିବି ମେଡ଼ିକାଲର ୪ ଜଣ ମାନସିକ ରୋଗ ବିଶେଷଜ୍ଞକୁ ନେଇ ଗଠିତ ସ୍ୱତନ୍ତ୍ର ଟିମ ଗୋପାଳର ମାନସିକ ରୋଗ ପରୀକ୍ଷା କରିଥିଲେ । କିନ୍ତୁ ସେମାନେ ମାନସିକ ରୋଗ ନେଇ କୈାଣସି ଚୂଡ଼ାନ୍ତ ନିଷ୍କର୍ସରେ ପହଁଚିପାରିନଥିଲେ । ତେଣୁ ବେଙ୍ଗାଲୁରୁରେ ଗୋପାଳର ମାନସିକ ରୋଗ ପରୀକ୍ଷା କରିବାକୁ କ୍ରାଇମବ୍ରାଞ୍ଚ ଯୋଜନା କରିଛି ।

Share this story