ନାରାୟଣପୁରରେ କଂଗ୍ରେସ ନେତାଙ୍କୁ ହତ୍ୟା, ମୁଣ୍ଡ ଓ ଛାତିରେ ଗୁଳି ବାଜିବା ଯୋଗୁଁ ଘଟଣାସ୍ଥଳରେ ହିଁ ମୃତ୍ୟୁ 
 

Congress leader Vikram Bais shot dead in Narayanpur of Chhattisgarh
କଂଗ୍ରେସ ନେତାଙ୍କୁ ଗୁଳି କରି ହତ୍ୟା
 

ଓଡ଼ିଆ ଗସିପ୍ ବ୍ୟୁରୋ: ଛତିଶଗଡ଼ର ନାରାୟଣପୁରରେ କଂଗ୍ରେସ ନେତା ବିକ୍ରମ ବେସଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଛତିଶଗଡ଼ରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା । ନାରାୟଣପୁରରେ କଂଗ୍ରେସ ନେତା ବିକ୍ରମ ବେସଙ୍କୁ ଗୁଳି କରି ହତ୍ୟା କରିଛନ୍ତି କିଛି ଅଜଣା ବ୍ୟକ୍ତି।

ଅଧିକ ପଢନ୍ତୁ : ନଖରୁ ଜାଣନ୍ତୁ ଆପଣଙ୍କ ଲିଭର୍ ଠିକ୍‌ ଅଛି କି ନାହିଁ ? ନଖର ରଙ୍ଗ ଏସବୁ ଗମ୍ଭୀର ରୋଗର ଦିଏ ସଙ୍କେତ... 

ସୋମବାର ରାତି ପ୍ରାୟ ୯ଟାରେ ରାସ୍ତାରେ ବିକ୍ରମଙ୍କୁ ଗୁଳି କରି ହତ୍ୟା କରାଯାଇଛି। କିଛି ଦୁର୍ବୃତ୍ତ ବାଇକରେ ଆସି ବିକ୍ରମଙ୍କ ଉପରକୁ ଗୁଳି କରିଥିଲେ। ଘଟଣାସ୍ଥଳରେ ହିଁ ବିକ୍ରମଙ୍କ ମୃତ୍ୟୁ ଘଟିଛି। ବିକ୍ରମଙ୍କ ମୁଣ୍ଡ ଓ ଛାତିରେ ଗୁଳି ବାଜିଛି। 

ଅଧିକ ପଢନ୍ତୁ : ଏହି ୬ ଟି ଖାଦ୍ୟ ବଢ଼ାଉଛି ଡାଇବେଟିସ୍ ହୋଇଯାଆନ୍ତୁ ସାବଧାନ! ନଚେତ୍... 

ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଘଟଣା ସମ୍ପର୍କରେ ନାରାୟଣପୁର ଏସ୍‌ପି ସୂଚନା ଦେଇଛନ୍ତି। ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ପୁଲିସ ଟିମ୍।

ଅଧିକ ପଢନ୍ତୁ : କୌଣସି ବିଷୟକୁ ନେଇ ଚିନ୍ତାରେ ରହିବା ସହ ସମସ୍ୟା ଘେରରେ ରହିବେ ଏହି ରାଶି ଲୋକ! ପଢନ୍ତୁ ଏ ସପ୍ତାହର ରାଶିଫଳ
 

Share this story