ଗୁଳି ମାରିବା ପାଇଁ ମନ୍ତ୍ରୀ ନବ ଦାସଙ୍କ ଘରକୁ ୫ ଥର ଯାଇଥିଲା ପୋଲିସ ଏଏସଆଇ ଗୋପାଳ ଦାସ, ଆସିଲା ମୁଣ୍ଡ ଦୋହଲେଇଦେଲା ଭଳି ତଥ୍ୟ...

ASI Gopal Das took revenge killing minister Naba Das for transfer

ଓଡ଼ିଆ ଗସିପ୍ ବ୍ୟୁରୋ: ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିବା ଘଟଣାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ହତ୍ୟାକାରୀ ପୋଲିସ ଏଏସଆଇ ଗୋପାଳ କୃଷ୍ଣ ଦାସ ହାତରେ ସର୍ଭିସ୍ ରିଭଲଭର ଧରି ମନ୍ତ୍ରୀ ନବ ଦାସଙ୍କ ଝାରସୁଗୁଡ଼ା ସରବହାଲ ଘର ସମ୍ମୁଖରେ ପଇଁତରା ମାରୁଥିଲା ।

ଖାଲି ଏତିକି ନୁହେଁ, ପଡୋଶୀ ଓ କିଛି ଦୋକାନୀଙ୍କୁ ମନ୍ତ୍ରୀ କେବେ ଆସିବେ, ଯେଉଁଠିକୁ ଗସ୍ତ କରିବାର ଅଛି କି ନାହିଁ ଟିକନିକ୍ ପଚାରି ବୁଝୁଥିଲେ କ୍ରାଇମ୍ ବ୍ରାଞ୍ଚ ଜେରା ସମୟରେ ଏ ସମସ୍ତ କଥା ମାନିଛି ଗୋପାଳ ।

ଅଧିକ ପଢ଼ନ୍ତୁ : ବଜେଟ୍ ୨୦୨୩-୨୪: ଜାଣନ୍ତୁ କ’ଣ ଶସ୍ତା ଓ କ’ଣ ହେଲା ମହଙ୍ଗା ?

ଅଭିଯୁକ୍ତ ଗୋପାଳ ଥରେ କି ଦୁଇ ଥର ନୁହେଁ ମନ୍ତ୍ରୀଙ୍କ ଘର ଆଗରେ ୫ ଥର ପଇଁତରା ମାରିବା ଏବଂ ମନ୍ତ୍ରୀଙ୍କ ହାଲ ବୁଝିବା ପୁର୍ବରୁ ଉଦ୍ୟମ କରିଥିଲା । ହେଲେ ସବୁ ଥର ଫେଲ ମାରିଥିଲା । ଗତ ୧୫ ଦିନ ଧରି ନବଙ୍କ ଯିବା ଆସିବା ଉପରେ ନଜର ରଖିଥିଲା । ପାଖ ଦୋକାନୀ ଓ ପଡୋଶୀଙ୍କୁ ପଚାରି ଫେରୁଥିଲା ।

ପ୍ରତି ଥର ହାତରେ ରିଭଲଭର ଧରି ମନ୍ତ୍ରୀଙ୍କ ଘର ସାମ୍ନାକୁ ଯାଉଥିଲା ହେଲେ ଘର ଭିତରକୁ ଯାଉ ନଥିଲା । କେବଳ ବାହାରେ ରହି ପତ୍ତା ଲଗାଉଥିଲା । ହେଲେ ପ୍ରତି ଥର ସେ ଯିବା ସମୟରେ ମନ୍ତ୍ରୀ ଘରେ ରହୁ ନଥିଲେ । ଏଭଳି ଏକ ସୁଯୋଗକୁ ସେ ଯେମିତି ଅପେକ୍ଷା କରି ରହିଥିଲା । କ୍ରାଇମ୍ ବ୍ରାଞ୍ଚ ସମ୍ମୁଖରେ ଏସବୁ କଥା ମାନିଛି ଗୋପାଳ ।

ଗୁଳି କାଣ୍ଡ ଘଟିଥିବା ସ୍ଥାନ ଗାନ୍ଧୀ ଛକ ଠାରୁ ମନ୍ତ୍ରୀଙ୍କ ବାସ ସ୍ଥାନ ହେଉଛି ମାତ୍ର ୧୨ କିଲୋମିଟର । ସେପଟେ ନିଜର ଜଣେ ଘନିଷ୍ଠ ସାଙ୍ଗକୁ ଚାକିରି ଦେବାକୁ ଥରେ ମନ୍ତ୍ରୀ ନବ ଦାସଙ୍କୁ ଅନୁରୋଧ କରିଥିଲା । ଏଥିସହ ବ୍ରହ୍ମପୁର ବଦଳି ପାଇଁ କୁଆଡେ ଗୋପାଳ ମନ୍ତ୍ରୀଙ୍କୁ ଅନେକ ଥର କହିଥିଲା । ହେଲେ ମନ୍ତ୍ରୀ ନ ଶୁଣିବା ସହ ଅପମାନିତ କରିବା ଭଳି କୁଆଡେ ବ୍ୟବହାର କରିଥିଲେ ।

ଅଧିକ ପଢ଼ନ୍ତୁ : ନିଜେ ନିଜ ମୁହଁରେ ମାନିଲେ ଗୋପାଳ ଦାସ, ନବ ଦାସଙ୍କୁ କରିଛନ୍ତି ମର୍ଡର, ଆଉ କାରଣ ହେଲା...

ଯାହାକୁ ନେଇ ଗୋପାଳ ପ୍ରତିହିଂସା ପରାୟଣ ହୋଇ ଉଠିଥିଲା ବୋଲି ପୋଲିସ କହୁଛି । ନବଙ୍କ ଗସ୍ତର ଦୁଇ ଦିନ ପୂର୍ବରୁ ସେ ଜାଣିବାକୁ ପାଇଥିଲା କୁଆଡେ ନବ ଦାସ ଗାନ୍ଧୀ ଛକ ଠାରେ ମନ୍ତ୍ରୀଙ୍କର ଏକ କାର୍ଯ୍ୟକ୍ରମ ରହିଛି । ଆଉ ଏହାକୁ ଏକ ବଡ଼ ସୁଯୋଗ ଭାବି ନେଇ ସୁଚିନ୍ତିତ ଯୋଜନା ରଚିଥିଲା ।

ଯଦିଓ ଗୋପାଳଙ୍କୁ ଟ୍ରାଫିକ କ୍ଲିୟରାନ୍ସ କାର୍ଯ୍ୟ ଦାୟିତ୍ଵ ଦିଆଯାଇଥିଲା । ହେଲେ ସେ ଡ୍ୟୁଟି ଛାଡ଼ି ମନ୍ତ୍ରୀଙ୍କ ଗାଡ଼ି ପାଖକୁ ଯାଇ ଅତି ନିକଟରୁ ମନ୍ତ୍ରୀଙ୍କୁ ଉପରକୁ ଗୁଳି ଚଳାଇଥିଲା । ଆଉ ନିଜ ରାଗ ସୁଝେଇବରେ ସଫଳ ହୋଇଥିଲେ । ତେବେ ଘଟଣା ପଛର କାରଣ ଯାହା ହେଉ ନା କାହିଁକି ହେଲେ କ୍ରାଇମ୍ ବ୍ରାଞ୍ଚ ଟିମ୍ ଏନେଇ ଅଧିକ ତନାଘନା ଚଳାଇଛି ।

ଏହି ସମୟରେ ହତ୍ୟା କରିବାରୁ କାରଣ ଖୋଜିବ ବୋଲି ଜଣାପଡିଛି । ତଦନ୍ତ ଜାରି ରହିଥିବାବେଳେ ମନ୍ତ୍ରୀଙ୍କ ପିଏସଓଙ୍କୁ ନିଲମ୍ବନ କରାଯାଇଛି । ଜିଲ୍ଲା ଏସପି, ଏସଡିପିଓ ଏବଂ ବ୍ରଜରାଜନଗର ଥାନା ଅଧିକାରୀଙ୍କୁ ମଧ୍ୟ ବଦଳି କରାଯାଇଛି । ହେଲେ ଆଶ୍ଚର୍ଯ୍ୟର କଥା ଏଯାଏଁ ପୋଲିସ ଡିଜି ଏବଂ ଗୃହ ସଚିବ ଚୁପ ରହିବା ଘଟଣାକୁ ଆହୁରି ରୋଚକ କରିଦେଇଛି ।

Share this story