ଗତକାଲି ଗିରଫ ହୋଉ ହୋଉ ଆଜି ପୋଲିସକୁ ଚକମା ଦେଇ ଥାନାରୁ ଚମ୍ପଟ ମାରିଲା ଅଭିଯୁକ୍ତ

Accused escapes from athagarh police custody
ଗତକାଲି ଗିରଫ ହୋଉ ହୋଉ ଆଜି ଥାନାରୁ ଚମ୍ପଟ ମାରିଲା ଅଭିଯୁକ୍ତ

ଓଡ଼ିଆ ଗସିପ୍ ବ୍ୟୁରୋ: ଆଠଗଡ଼ ଥାନାରୁ ଚମ୍ପଟ ମାରିଲା ଅଭିଯୁକ୍ତ । କିଛି ଦିନ ତଳେ ବହୁ ଚର୍ଚ୍ଚିତ ଆମ୍ବୃତ ମଣୋହି ପାଟଣା ଗ୍ରାମ ବୋମା ମାଡ଼ ଘଟଣାରେ ଫେରାର ରହିଥିଲା ଏହି ଆସାମୀ। ଖବର ପାଇ ଗତକାଲି ବିଳମ୍ବିତ ରାତିରେ ଉଠାଇ ଆଣିଥିଲା ଆଠଗଡ଼ ପୋଲିସ୍।

ଅଧିକ ପଢ଼ନ୍ତୁ: ଏହି ରାଶି ବ୍ୟକ୍ତିଙ୍କ ପାଇଁ ଆଗାମୀ ୧୧୮ ଦିନ ରହିବ ବରଦାନ ଭଳି, ବୃହସ୍ପତି କରିଦେବେ ମାଲାମାଲ୍

ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ହୋଇଥିବା ଏହି ବୋମାମାଡ଼ ଘଟଣାରେ ଉଭୟ ପକ୍ଷଙ୍କ ତରଫରୁ ଦୁଇଟି ଏତଲା ଦାଏର ହୋଇଥିଲା। ଆଠଗଡ଼ ଥାନା ପୋଲିସ ପୂର୍ବରୁ ଉଭୟ ପକ୍ଷର ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଶୁକ୍ରବାର ଅନ୍ୟତମ ଅଭିଯୁକ୍ତ ବିରଞ୍ଚି ମନ୍ତ୍ରୀଙ୍କୁ ଗିରଫ କରି ପଚରାଉଚୁରା କରୁଥିଲା।

ଅଧିକ ପଢ଼ନ୍ତୁ: ମଙ୍ଗଳ ଗ୍ରହର ଗୋଚର ଫଳରେ ଏହି ତାରିଖରୁ ୩ ରାଶିଙ୍କ ଜୀବନରେ ଭରିଯିବ ସୁଖ-ଶାନ୍ତି ସହ ଧନ-ସମ୍ପତ୍ତି 

ଆଜି ତାକୁ କୋର୍ଟ ଚାଲାଣ କରିବାକୁ ଥିବାବେଳେ ଭୋର୍ ସାଢେ ପାଞ୍ଚଟା ସମୟରେ ଅଭିଯୁକ୍ତ ବିରଞ୍ଚି ମନ୍ତ୍ରୀ ଶୌଚ ହେବାପାଇଁ କହି ଥାନା ହାଜତରୁ ଫେରାର ହୋଇ ଯାଇଥିବା ଜଣାପଡିଛି।

ଅଧିକ ପଢ଼ନ୍ତୁ: ଏମାନଙ୍କ ପାଇଁ ଆଜି ଦିନଟି ଖରାପ; ଜାଣନ୍ତୁ ଆପଣଙ୍କ ରାଶିଫଳ, କେମିତି କଟିବ ଆଜିର ଦିନ 

ସେପଟେ ପୋଲିସ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଥିବା ବେଳେ କଏଦୀଙ୍କ ପତ୍ତା ମିଳୁ ନଥିବା ଜଣା ପଡିଛି। ଆଠଗଡ଼ SDPO ଓ ଥାନା ଅଧିକାରୀ ବିଭିନ୍ନ ସ୍ଥାନରେ ଚଢାଉ କରୁଥିବା ସୂଚନା ରହିଛି।

ଅଧିକ ପଢ଼ନ୍ତୁ: ମୃତ୍ୟୁ ପୂର୍ବରୁ ମିଳିଥାଏ ଏହି ଲକ୍ଷଣ; ୪୦ ସେକେଣ୍ଡ ପୂର୍ବରୁ ଘଟିଥାଏ ଏହି ଭୟାନକ ଓ କଷ୍ଟଦାୟକ ଘଟଣା!

Share this story