କାହିଁକି ଝିଅକୁ ମିଳୁନି ବାପା ଗୋବିନ୍ଦ ସାହୁର ଶେଷ ଚିଠି? ସାମ୍ନାକୁ ଆସିଲା କ୍ରାଇମବ୍ରାଞ୍ଚ ଅଧିକାରୀ ଏବଂ ଝିଅ ଲିପିକା ବାର୍ତ୍ତାଳାପ ଅଡିଓ​

Why Odisha Crime Branch not handing over the suspicious letter of dead Govinda Sahu to her daughter

ଓଡ଼ିଆ ଗସିପ ବ୍ୟୁରୋ: ବାପାଙ୍କ ଶେଷ ଚିଠିକୁ ଅନାଇ ବସିଛି ଝିଅ । ୧୫ ଦିନ ବିତିବା ପରେ ବି ମିଳିନି ଶେଷ ଚିଠି । ବଲାଙ୍ଗିର ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଜେଲ ଭିତରେ ମୃତ୍ୟୁକୁ ନେଇ ୧୫ ଦିନ ବିତିଲାଣି ହେଲେ ଏଯାଏଁ ସେଭଳି କୌଣସି ବଡ଼ ଖିଅ ଲାଗିନି କ୍ରାଇମବ୍ରାଞ୍ଚ ହାତରେ ।

କଣ୍ଟାବାଞ୍ଜି ଜେଲ୍ ଭିତରେ ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିବା ପରଠୁ, ପ୍ରଶ୍ନ ଉଠୁଛି ଯେ ଏହା ଆତ୍ମହତ୍ୟା ନା ହତ୍ୟା? ତେଣେ ଗୋବିନ୍ଦଙ୍କ ଠାରୁ ମିଳିଥିବା ୨ ଫର୍ଦ୍ଦିଆ ଚିଠିର ଚାବିକୁ ଏଯାଏଁ ଖୋଜିପାଉନି କ୍ରାଇବ୍ରାଞ୍ଚ । ଅର୍ଥାତ୍ ଚିଠିକୁ ପ୍ରକୃତରେ ଗୋବିନ୍ଦ ଲେଖିଛନ୍ତି କି ନାହିଁ ମ୍ୟାଚ୍ କରାଇବାକୁ, ତାଙ୍କର କୌଣସି ପୁରୁଣା ଓଡ଼ିଆ ହାତଲେଖା ପାଉନି ତଦନ୍ତକାରୀ ଟିମ୍ । ସବୁଠୁ ବିଡ଼ମ୍ବନାର କଥା, ଗୋବିନ୍ଦଙ୍କ ଶେଷ ଚିଠିକୁ ତାଙ୍କ ଝିଅଙ୍କୁ ମଧ୍ୟ ଦିଆଯାଉନାହିଁ ।

ଝିଅ ଯେତେ କାକୁତିମିନତି କରି କହିଲା ପରେ ବି ତଦନ୍ତକାରୀ ଟିମ ସେହି ଚିଠି କୁ ତାଙ୍କ ଝିଅ କୁ ହସ୍ତାନ୍ତର କରୁନାହାନ୍ତି ଆଉ ବିଭିନ୍ନ ଆଳ ଦେଖାଇ କଥା ଏପଟସେପଟ କରିଚାଲିଛନ୍ତି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଯୁବ ଡାକ୍ତରାଣୀ ଶୁଭଶ୍ରୀ କରଙ୍କ ମୃତ୍ୟୁ ପଛରେ ଲଭ୍-ସେକ୍ସ-ଧୋକ୍କା ଲିଙ୍କ୍ !, ପ୍ରେମିକ ଦିବ୍ୟରଂଜନଙ୍କ ନିଖୋଜକୁ ନେଇ ପ୍ରଶ୍ନ...

ଏହାରି ଭିତରେ ଏକା ନିରୁଦ୍ଧିଷ୍ଟ ଗଣାମଧ୍ୟମ ହାତରେ ଲାଗିଛି କ୍ରାଇମବ୍ରାଞ୍ଚ ଅଧିକାରୀ ଏବଂ ଝିଅ ଲିପିକା ବାର୍ତ୍ତାଳାପ ଅଡିଓ । ଗୋବିନ୍ଦ ସାହୁଙ୍କ ବଡ଼ଝିଅ ଲିପିକା କହୁଛନ୍ତି, ବାପା ମୋ ନାଁରେ ଚିଠି ଛାଡ଼ିଛନ୍ତି । ସେଥିରେ କଣ ଅଛି ମୁଁ ଜାଣିବା ଦରକାର । ହେଲେ ତଦନ୍ତର ଆଳ ଦେଖାଇ, ସଫା ସଫା ଟାଳି ଦେଉଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ ।

ବହୁଚର୍ଚ୍ଚିତ ମମିତା ମେହେର୍ ହତ୍ୟାକାଣ୍ଡଠୁ ବଳିଯାଇଛି, ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲ ମୃତ୍ୟୁ ସସପେନ୍ସ । ଘଟଣାକୁ ୧୫ ଦିନ ବିତିଥିଲେ ବି, ମୃତଦେହଠୁ ମିଳିଥିବା ୨ ଫର୍ଦ୍ଦିଆ ହାତଲେଖା ଚିଠିରେ କଣ ଅଛି, ତାକୁ ସ୍ପଷ୍ଟ କରୁନି କ୍ରାଇବ୍ରାଞ୍ଚ ।

ଏହାକୁ ଗୋବିନ୍ଦ ନିଜେ ଲେଖିଛନ୍ତି କି ନାହିଁ ଜାଣିବାକୁ କସରତ ଚାଲିଛି । ତଦନ୍ତକାରୀ ଟିମ୍ ଗୋବିନ୍ଦଙ୍କ ମହାଲିଙ୍ଗ ସ୍ଥିତ ଘରେ ପହଞ୍ଚି ତାଙ୍କର ପୁରୁଣା ଓଡ଼ିଆ ହାତଲେଖା ଅଣ୍ଡାଳିଛି । ହେଲେ ସେଥିରେ ବିଶେଷ ସଫଳତା ମିଳିନି । ଗୋବିନ୍ଦଙ୍କ କୌଣସି ପୁରୁଣା ଓଡ଼ିଆ ହାତଲେଖା ମିଳିଲେ, ହସ୍ତାକ୍ଷର ମେଳାଇବା ପାଇଁ ଭୁବନେଶ୍ୱର ସ୍ଥିତ ହ୍ୟାଣ୍ଡ୍ରାଇଟିଂ ବ୍ୟୁରୋକୁ ପଠାଯିବ ଏବଂ ସାଇଣ୍ଟିଫିକ୍ ଟିମ୍ ହିଁ ଚିଠିକୁ ଖୋଲିବ ।

ଏଭିତରେ ସୂଚନା ମିଳିଛି ଯେ, ମହାଲିଙ୍ଗ କଲେଜରୁ ଗୋବିନ୍ଦଙ୍କର କେବଳ ଓଡ଼ିଆ ଦସ୍ତଖତ ମିଳିଛି ଓ ରେଜିଷ୍ଟର ସିଜ୍ ହୋଇଛି । ସେପଟେ କୋର୍ଟରୁ ଅର୍ଡର ଆଣିଲେ ଆପଣ ଚିଠି ପାଇବେ ବୋଲି, ଲିପିକାଙ୍କୁ କହିଛନ୍ତି କ୍ରାଇମ ବ୍ରାଞ୍ଚ ଅଧିକାରୀ ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଅଞ୍ଜଳିଙ୍କ ପରିବାର ଲୋକଙ୍କ ସାଙ୍ଘାତିକ ବୟାନ, ଅଞ୍ଜଳିର ହତ୍ୟା ପଛରେ ନିଶ୍ଚୟ ରହିଛି ନିଧିଙ୍କ ହାତ!

ଗୋବିନ୍ଦ ନିଜ ଝିଅ ପାଇଁ ଛାଡ଼ି ଯାଇଥିବା ଶେଷଚିଠିକୁ ତାଙ୍କୁ କାହିଁକି ଦେଖାଉନି କ୍ରାଇମ ବ୍ରାଞ୍ଚ? କଣ ଲେଖା ଥାଇପାରେ ସେହି ୨ ଫର୍ଦ୍ଦ ଚିଠିରେ? ମୃତ୍ୟୁ ପୂର୍ବରୁ କିଛି ହାଇପ୍ରୋଫାଇଲ୍ ଗୁମର ଖୋଲିଛନ୍ତି କି ଗୋବିନ୍ଦ? ଝିଅକୁ ଜଣାଇବାକୁ ଚାହିଁଛନ୍ତି କି ମମିତା ମେହେର୍ ହତ୍ୟାକାଣ୍ଡର କୌଣସି ବଡ଼ ରହସ୍ୟ?

ଚିଠି ପ୍ରକୃତରେ ଖୋଲାଯାଇନାହିଁ, ନା ତାକୁ ପଢ଼ି ଚାପି ଦେବାକୁ ଚାଲିଛି ଚକ୍ରାନ୍ତ? ଲିପିକା କହୁଛନ୍ତି, ଚିଠି ଦେଖିଲେ ମୁଁ କହିଦେବି ଏହା ବାପାଙ୍କ ହାତଲେଖା କି ନୁହେଁ । ହେଲେ ତାଙ୍କ କଥା ଉପରେ ବି କ୍ରାଇମ ବ୍ରାଞ୍ଚର ଭରସା ନାହିଁ । ସେପଟେ କ୍ରାଇମବ୍ରାଞ୍ଚର ତଦନ୍ତ ପ୍ରକ୍ରିୟାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ଗୋବିନ୍ଦଙ୍କ ସଂପର୍କୀୟ ।

ଅନ୍ୟପକ୍ଷରେ ଆଇନଜୀବୀ କହିଛନ୍ତି, ତଦନ୍ତରେ ସ୍ବଚ୍ଛତା ଦୃଷ୍ଟିରୁ ପରିବାର ଲୋକଙ୍କୁ ଚିଠିଟି ଦେଖାଇବାରେ କିମ୍ବା ନକଲ କପିଟିଏ ଦେବାରେ କୌଣସି ସମସ୍ୟା ନାହିଁ ।

କ୍ରାଇମବ୍ରାଞ୍ଚ ଏଯାଏଁ ଚିଠିଟିକୁ ଖୋଲିନଥିବା କହୁଥିବା ବେଳେ, ଚର୍ଚ୍ଚା ହେଉଛି ଯେ ଦୁଇ ଫର୍ଦ୍ଦିଆ ଚିଠିର ପ୍ରଥମ ଫର୍ଦ୍ଦରେ ଗୋବିନ୍ଦ ସାହୁ ନିଜ ବଡ଼ଝିଅ ଲିପିକାଙ୍କ ଉଦ୍ଦେଶ୍ୟରେ କିଛି ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଲେଖିଛନ୍ତି । ଦ୍ୱିତୀୟ ଫର୍ଦ୍ଦରେ ତାଙ୍କୁ ଦିଆଯାଉଥିବା ଚାପ ଓ ନିର୍ଯାତନା କଥା ଖୁଲାସା କରିଥିବା କୁହାଯାଉଛି । ହେଲେ ସତ କଣ, ତାହା ସମୟ ହିଁ କହିବ ।

Share this story