ଯୁବ ଡାକ୍ତରାଣୀ ଶୁଭଶ୍ରୀ କରଙ୍କ ମୃତ୍ୟୁ ପଛରେ ଲଭ୍-ସେକ୍ସ-ଧୋକ୍କା ଲିଙ୍କ୍ !, ପ୍ରେମିକ ଦିବ୍ୟରଂଜନଙ୍କ ନିଖୋଜକୁ ନେଇ ପ୍ରଶ୍ନ...

love sex and dhoka angle added in doctor subhashree kar death case

ଓଡ଼ିଆ ଗସିପ ବ୍ୟୁରୋ: ପେଷାକୁ ନେଇ ସ୍ୱପ୍ନ ଦେଖୁଥିବା ୨୫ ବର୍ଷିୟା ଶୁଭଶ୍ରୀ କରଙ୍କ ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟା ? କାହିଁକି ଓ କେମିତି ପ୍ରାଣ ହରାଇଲେ ଯୁବ ଡାକ୍ତରାଣୀ ଶୁଭଶ୍ରୀ କର ? ମୃତ୍ୟୁର ୩୬ ଘଣ୍ଟା ପରେ ବି ଲାଗିରହିଛି ସସ୍‌ପେନ୍ସ ।

ଏହି ସସ୍‌ପେନ୍ସ ଭିତରେ ଶୁଭଶ୍ରୀଙ୍କ ସୁଇସାଇଡ୍ ଲିଙ୍କ୍‌କୁ ନେଇ ଲାଗିରହିଛି ଚର୍ଚ୍ଚା । ଶୁଭଶ୍ରୀଙ୍କ ମୃତ୍ୟୁ ବିଷକ୍ରିୟା ଜନିତ ବୋଲି କୁହାଯାଉଛି । ଯାହାର ଅଧିକ ଯାଞ୍ଚ ପାଇଁ ଜବତ ବିଷ ବୋତଲକୁ ଭୁବନେଶ୍ୱର ଫରେନ୍ସିକ ଲ୍ୟାବ୍‌କୁ ପଠାଯାଇଛି ।

ଶୁଭଶ୍ରୀ ଯଦି ଆତ୍ମହତ୍ୟା କରିଛନ୍ତି, ତେବେ କାହିଁକି ? ଲଭ୍, ସେକ୍ସ ଆଉ ଧୋକ୍କାର ଏହି ଚକ୍କରରେ ସେ ପେଶି ହୋଇଯାଇଥିଲେ କି ? ଏହାରି ଭିତରେ ସାମ୍ନାକୁ ଆସିଛି ସେହି ପ୍ରେମିକଙ୍କ ଚେହେରା । ଯାହାଙ୍କ ନାଁ ଡାକ୍ତର ଦିବ୍ୟରଂଜନ ମାଝୀ । ଗୁଆଲି ନୂଆଗାଁ JSW ର ଡିସପେନସାରୀ ଦାୟିତ୍ୱରେ ଥିଲେ ଦିବ୍ୟ । ତେବେ ଦିବ୍ୟରଂଜନଙ୍କ ପତ୍ତା ମିଳୁ ନଥିବାବେଳେ ତାଙ୍କର ଇସ୍ତଫା ପତ୍ରକୁ ନେଇ ମାମଲାରେ ଟୁଇଷ୍ଟ ଆସିଛି । ଡାକ୍ତର ଦିବ୍ୟରଂଜନଙ୍କ ଇସ୍ତଫାପତ୍ର ଦେଖିଲେ ଅଧିକ ସନ୍ଦେହ ବଢ଼ୁଛି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଅଞ୍ଜଳିଙ୍କ ପରିବାର ଲୋକଙ୍କ ସାଙ୍ଘାତିକ ବୟାନ, ଅଞ୍ଜଳିର ହତ୍ୟା ପଛରେ ନିଶ୍ଚୟ ରହିଛି ନିଧିଙ୍କ ହାତ!

ଡିସେମ୍ବର ୧ରେ ପରିବର୍ତ୍ତନ ନାମକ ଏକ ସଂସ୍ଥାର ସେକ୍ରେଟାରୀଙ୍କ ଉଦ୍ଦେଶ୍ୟରେ ମେଡ଼ିକାଲ୍ ଅଫିସର ପଦରୁ ଇସ୍ତଫା ପାଇଁ ଦରଖାସ୍ତ ପଠାଇଥିଲେ । ଭୁବନେଶ୍ୱରରେ ନିଜ ବିବାହ ପାଇଁ ଏହି ଇସ୍ତଫା ଦେଇଥିବା ଉଲ୍ଲେଖ କରିଥିଲେ । ଡିସେମ୍ବର ୩୧ ଯାଏଁ ନୋଟିସ ପିରିୟଡ଼ ଥିଲେ ବି ୨୦ ତାରିଖରୁ କିନ୍ତୁ ଗାୟବ ହୋଇଗଲେ ଦିବ୍ୟରଂଜନ । ଏପରିକି ମୋବାଇଲ୍ ବି ସୁଇଚ୍ ଅଫ୍ ରହିଛି ସେଦିନଠୁ । ତାଙ୍କୁ ଧରିବା ପାଇଁ ପୋଲିସ ଜାରି ରଖିଛି ଛାନ୍‌ଭିନ୍ ।

ସେପଟେ ବ୍ୟବଚ୍ଛେଦ ରିପୋର୍ଟ ପୁଲିସର ହସ୍ତଗତ ହେବା ପରେ ଶୁଭଶ୍ରୀଙ୍କ ପୁରୁଷ ବନ୍ଧୁଙ୍କ ଧରିବା ପାଇଁ ପୁଲିସର ୩ଟି ଟିମ୍ ରାଜ୍ୟର ବିଭିନ୍ନ ଚଢାଉ କରୁଛି । ଖାଲି ଏତିକି ନୁହେଁ ପୁରୁଷ ବନ୍ଧୁ ଡାକ୍ତର ଦିବ୍ୟରଞ୍ଜନ ଫେରାର ହୋଇଯିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରୁନି । ସେପଟେ ଡାକ୍ତରଖାନା କର୍ମଚାରୀଙ୍କ ପାଇଁ ବଢିଲା ଅଡୁଆ । ବ୍ୟବଚ୍ଛେଦ ରିପୋର୍ଟରେ ବିଷକ୍ରିୟା ଯୋଗୁ ମୃତ୍ୟୁ ହୋଇଥିବା ସ୍ପଷ୍ଟହେବା ପରେ ଅଡୁଆ ବଢିଛି । ଏବେ ଡାକ୍ତରଖାନାର ସମସ୍ତ କର୍ମଚାରୀଙ୍କୁ ଜେରା କରାଯିବ ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ମିଥ୍ୟା ଗଣଦୁଷ୍କର୍ମ ମାମଲାରେ ଜେଲ୍‌ରେ ୬୬୬ ଦିନ ରହିଲେ ନିର୍ଦ୍ଦୋଷ, ସରକାରଙ୍କ ଠୁ ଦାବିକଲେ ୧୦ ହଜାର କୋଟି କ୍ଷତିପୂରଣ

ଡାକ୍ତର ଶୁଭଶ୍ରୀ କର । କେନ୍ଦୁଝର ଯୋଡ଼ାର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଜିଲ୍ଲା ସ୍ୱାସ୍ଥ୍ୟ କଲ୍ୟାଣ ସମିତି ଅଧିନସ୍ଥ ଏନ୍‌ଜିଓ ଦ୍ୱାରା ନିଯୁକ୍ତି ପାଇଥିଲେ । ଦୀର୍ଘଦିନ ଧରି ଦିବ୍ୟରଂଜନଙ୍କ ସହ ପ୍ରେମ ସଂପର୍କରେ ଆବଦ୍ଧ ହୋଇଥିଲେ । କିନ୍ତୁ ସଂପର୍କରେ ଫାଟ ସୃଷ୍ଟି ହେବା ପରେ ଡିସେମ୍ବର ୨୦ ରେ ଲଭ୍, ସେକ୍ସ ଆଉ ଧୋକ୍କା ନେଇ ଏତଲା ଦେଇଥିଲେ ଶୁଭଶ୍ରୀ । ବିବାହର ପ୍ରତିଶ୍ରୁତି ଦେଇ ଦିବ୍ୟରଂଜନ ଶାରୀରିକ ସଂପର୍କ ରଖିବା ପରେ ବାହା ହେବାକୁ ମନା କରୁଛନ୍ତି ବୋଲି ଅଭିଯୋଗ ଆଣିଥିଲେ ।

ଏପରିକି ବଡ଼ବିଲ୍ ଜେଏମ୍ଏଫ୍‌ସି କୋର୍ଟରେ ଶୁଭଶ୍ରୀଙ୍କ ୧୬୪ ବୟାନ ବି ରେକର୍ଡ ହୋଇଛି । ଅର୍ଥାତ ଡିସେମ୍ବର ୨୦ରେ ଶୁଭଶ୍ରୀଙ୍କ ଏତଲା ଆଉ ଇସ୍ତଫା ଦେଇଥିବା ଦିବ୍ୟରଂଜନ ସେଦିନଠୁ ନିଖୋଜ ପଛର ରହସ୍ୟ କଣ ? ଗିରଫଦାରୀ ଭୟରେ କେଉଁଠି ଯାଇ ଆତ୍ମଗୋପନ କରିଛନ୍ତି କି ଦିବ୍ୟରଂଜନ ? ଶୁଭଶ୍ରୀଙ୍କୁ ଧୋକ୍କା ଦେଇ ଦିବ୍ୟରଂଜନ ଅନ୍ୟକୁ ଜୀବନସାଥୀ ଭାବେ ବାଛିନାହାଁନ୍ତି ତ ? ଯେଉଁଥିପାଇଁ ଜୀବନ ହରାଇବାକୁ ପଡ଼ିଛି ଶୁଭଶ୍ରୀଙ୍କୁ । ଏବେ ଏଭଳି ନାନା ପ୍ରଶ୍ନ ସାମ୍ନାକୁ ଆସୁଛି । ତେବେ ଭଦ୍ରକ ଧୁଷୁରୀ ବମକୁରା ଗାଁର ଦିବ୍ୟରଂଜନଙ୍କ ସଂପର୍କୀୟ ଏସଂପର୍କରେ କିଛି ଜାଣିନଥିବା କହିଛନ୍ତି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ବାର୍ଷିକ ରାଶିଫଳ (୨୦୨୩): ଜାଣନ୍ତୁ କଣ କେମିତି ରହିବ ଆପଣଙ୍କ ଏହି ୩ଟି ରାଶିର ଭାଗ୍ୟ ଚକ୍ର…

ଡିସେମ୍ବର ୩୧ ଧୂମଧାମ୍‌ରେ ଜିରୋ ନାଇଟ୍ ସେଲିବ୍ରେସନ୍ କରିଥିଲେ ଶୁଭଶ୍ରୀ । ଆଉ ଆକସ୍ମିକ ଭାବେ ଜାନୁୟାରୀ ୧ରେ ବନ୍ଦଘରୁ ଡେଡ୍‌ବଡି ମିଳିବା ପରେ ଏହାକୁ ନେଇ ଏବେ ଲାଗି ରହିଛି ନାନା ଚର୍ଚ୍ଚା ।

ଏ ପର୍ଯ୍ୟନ୍ତ ଦିବ୍ୟରଞ୍ଜନଙ୍କ କୌଣସି ପତା ମିଳିପାରିନି । ତେବେ ଉଭୟ ଡାକ୍ତର ଯୋଡା ଅଂଚଳରେ ରହୁଥିବା ବେଳେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ହେଲେ କେଉଁ କାରଣରୁ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି । ସମ୍ପର୍କରେ ତିକ୍ତତା ଆସିବା ପରେ ଦିବ୍ୟରଞ୍ଜନ ଯୋଡା ଛାଡି ଚାଲିଯିବାକୁ ସ୍ଥିର କରିଥିଲେ । ଗତ ଡିସେମ୍ବର ୧ରେ ଚାକିରୀ ଛାଡିବାକୁ ନୋଟିସ୍ ମଧ୍ୟ ଦେଇଥିଲେ ।

ଏହା ପରେ ଶୁଭଶ୍ରୀଙ୍କ ଫୋନ୍ ରିସିଭ୍ ନକରିବାକୁ ସମସ୍ତ ଘଟଣା ପଦାକୁ ଆସିଥିଲା । ଏପରିକି ୨୦ ତାରିଖରେ ଶୁଭଶ୍ରୀ ସମ୍ପର୍କ ନେଇ ଥାନରେ ଏତଲା ଦେଇଥିଲେ । ତାପରେ ମଧ୍ୟ ସେ ସ୍ୱାଭାବିକ ଥିବା ବେଳେ ହଠାତ୍ ତାଙ୍କର ମୃତ୍ୟୁ ଘଟଣାକୁ ସହଜରେ ଗ୍ରହଣ କରୁନାହାନ୍ତି ବନ୍ଧୁ ସହକର୍ମୀ ।

Share this story

World Odia Language Conferene