ଅଞ୍ଜଳିଙ୍କ ପରିବାର ଲୋକଙ୍କ ସାଙ୍ଘାତିକ ବୟାନ, ଅଞ୍ଜଳିର ହତ୍ୟା ପଛରେ ନିଶ୍ଚୟ ରହିଛି ନିଧିଙ୍କ ହାତ!

Deceased mother accused anjalis friend for her involvement in case

ଓଡ଼ିଆ ଗସିପ ବ୍ୟୁରୋ: ଦିଲ୍ଲୀରେ ୨୦ ବର୍ଷୀୟା ଯୁବତୀ ଅଞ୍ଜଳି ସିଂ ଙ୍କ ଛାତି ଥରା ମୃତ୍ୟୁ ପରେ ଏହି ଘଟଣାର କାରଣ ଖୋଜୁଛି ପୋଲିସ । ପ୍ରକୃତରେ ଯୁବତୀଙ୍କୁ ହତ୍ୟା କରାଯାଇଛି ନା ଏହି ଘଟଣା ଏକ ଦୁର୍ଘଟଣା ସେନେଇ ପୋଲିସ ତଦନ୍ତ ଚଳାଇଛି । ସବୁ ଦିଗରୁ ପୋଲିସ ଖୋଳତାଡ଼ କରୁଛି ।

ଇତିମଧ୍ୟରେ ପରିବାର ଲୋକେ ଘଟଣା ଦିନ ଅଞ୍ଜଳିର ସାଙ୍ଗ ନିଧି ଦେଇଥିବା ବୟାନ ଉପରେ ଖପ୍ପା ଅଛନ୍ତି । ସେ ନିଧିର କଥା କୁ ଗ୍ରହଣ କରିପାରୁନାହାନ୍ତି । ସିଧାସଳଖ ନିଧି କୁ ଟାର୍ଗେଟ କରି କହିଛନ୍ତି ଯେ ସେ ମିଛ କହୁଛି । ନିଧି ଏଥିରେ ସମ୍ପୂର୍ଣ୍ଣ ଭାବେ ସାମିଲ ଅଛି । ତାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହେବା ଦରକାର ବୋଲି ଅଞ୍ଜଳିଙ୍କ ପରିବାର ଲୋକେ ଦାବି କରୁଛନ୍ତି ।

ଅଞ୍ଜଳିଙ୍କ ପରିବାରକୁ ଦେଖି ଆସୁଥିବା ଡାକ୍ତରଙ୍କ କହିବା କଥା କି ନିଧି କୋଉଠି ପୋଲିସକୁ କହିଛି ଯେ ଅଞ୍ଜଳି ସେଦିନ ରାତିରେ ବହୁତ୍ ମଦ ପେଇକି ସ୍କୁଟି ଚଳାଉଥିଲେ । ହେଲେ  ବ୍ୟବଚ୍ଛେଦ ରିପୋର୍ଟ ରେ ସେମିତି କିଛି ଉଲ୍ଲେଖ ନାହିଁ ବୋଲି ଡାକ୍ତର କହିଛନ୍ତି । ତେବେ ନିଧି କିଛି କଥା ଡରରେ ପୋଲିସ କୁ ଲୁଚାଉଛି । ସେ ସମ୍ପୂର୍ଣ୍ଣ ମିଛ କଥା କହୁଛି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ବାର୍ଷିକ ରାଶିଫଳ (୨୦୨୩): ଜାଣନ୍ତୁ କଣ କେମିତି ରହିବ ଆପଣଙ୍କ ଏହି ୩ଟି ରାଶିର ଭାଗ୍ୟ ଚକ୍ର…

ସେହି ନୂଆ ବର୍ଷର କଳା ରାତିର କଥା କହି ନିଧି ପୋଲିସ କୁ କହିଛି କି ଅଞ୍ଜଳି କୋଉଠି ହୋଟେଲରୁ ଫେରିଲା ବେଳେ ଭରପୁର ମଦ ପି ଥିଲେ । ଆଉ ଅଞ୍ଜଳି ନିଧି କୁ ସ୍କୁଟି ଚଲେଇବା ପାଇଁ ବହୁତ୍ ବାଧ୍ୟ କରିଥିଲେ । କିନ୍ତୁ ବ୍ୟବଚ୍ଛେଦ ରିପୋର୍ଟରେ ଅଞ୍ଜଳିଙ୍କ ପେଟରୁ ମଦର କୌଣସି ସୁରାକ ଭି ମିଳିନାହିଁ ।

ଏଥିରେ ନିଧି ପୋଲିସକୁ ମିଛ କହିଛନ୍ତି । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର ଆଉ ତାଙ୍କ ବିରୋଧରେ ହତ୍ୟା ଭଳି ମାମଲା ରୁଜୁ ହେବା ଦରକାର ବୋଲି ଡାକ୍ତର ଜଣକ କହିଛନ୍ତି ।

ସେପଟେ ଅଞ୍ଜଳିଙ୍କ ମା' ରେଖା ଦେବୀ ଜୋର କରି କହିଛନ୍ତି କି "ମୋ ଝିଅ ଅଞ୍ଜଳି ତା ଜୀବନରେ କେବେବି ମଦ ଛୁଇଁ ନାହିଁ । ମୁଁ ନିଧି କୁ କେବେ ବି ଦେଖିନାହିଁ । ସେ ଆମ ଘରକୁ କେବେବି ଆସି ନାହିଁ । ସେ ମିଛ କହୁଛି । ମୋ ଝିଅ କେବେବି ମଦ ପି ନାହିଁ । ସେ କେବେବି ଘରକୁ ମଦ ପି ଆସିନାହିଁ । ନିଧି ମିଛ କହୁଛି । ତାଙ୍କ ବିରୋଧରେ ହତ୍ୟା ଭଳି ସଙ୍ଗୀନ ଦଫା ଲାଗିବା ଉଚିତ୍ ।"

ଏଠି କ୍ଲିକ କରି ଅଧିକ ପଢନ୍ତୁ: ମିଥ୍ୟା ଗଣଦୁଷ୍କର୍ମ ମାମଲାରେ ଜେଲ୍‌ରେ ୬୬୬ ଦିନ ରହିଲେ ନିର୍ଦ୍ଦୋଷ, ସରକାରଙ୍କ ଠୁ ଦାବିକଲେ ୧୦ ହଜାର କୋଟି କ୍ଷତିପୂରଣ

ନୂଆ ବର୍ଷ ରାତି ୩ଟା ପାଖାପାଖି ଦିଲ୍ଲୀର କାନଝାୱାଲା ଅଞ୍ଚଳ ରେ ଅଞ୍ଜଳି ତାର ସ୍କୁଟିରେ ଘରକୁ ଫେରୁଥିବା ବେଳେ ତାଙ୍କ ଗାଡ଼ି ଏକ କାରରେ ପିଟି ହୋଇଯିବା ଫଳରେ ରେ ୧୨ କିଲୋମିଟର ଗୋଷଡି ହୋଇ କାର ଚକ ତଳେ ଚାଲିଯାଇଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ସେପଟେ ଅଞ୍ଜଳିଙ୍କ ମାମୁ ପ୍ରଶ୍ନ ଉଠାଇଛନ୍ତି ଯେ "ଯଦି ସେଦିନ ଏତେ ବଡ଼ ଘଟଣା ହେଲା ନିଧି ସଙ୍ଗେ ସଙ୍ଗେ ପୋଲିସ୍ ଆଉ ପାରିବାର କୁ କାହିଁକି ଜଣେଇ ନଥିଲେ । ସେ କାହିଁକି ଦୁଇ ଦିନ ପରେ ପୋଲିସ୍ ଆଗରେ ପାଟି ଖୋଲିଥିଲେ । ଏଥିରେ ନିଧି ନିଜେ ମିଛ କହିଛନ୍ତି ଆଉ ଆମର ପୁରା ବିଶ୍ୱାସ ଅଛି କି ପୋଲିସ୍ ଏହି ଯୁବତୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।"

Share this story