ଦିଲ୍ଲୀ ହିଟ୍ ଆଣ୍ଡ ରନ ମାମଲା, ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ: କାରକୁ ଗୋଡାଇ ଧରି ପାରିନଥିଲେ ୯ ପିସିଆର

Delhi hit and run case even 9 PCR van failed to chase the car

ଓଡ଼ିଆ ଗସିପ ବ୍ୟୁରୋ: ଦିଲ୍ଲୀ ହିଟ ଆଣ୍ଡ ରନ ମାମଲା ସାରା ଦେଶକୁ ଦୋହଲାଇ ଦେଇଥିବା ବେଳେ ଘଟଣାକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଏହା ଦୁର୍ଘଟଣା ନୁହେଁ ବଂର ଯୋଜନାବଦ୍ଧ ହତ୍ୟା ବୋଲି ମୃତକ ଅଞ୍ଜଳୀଙ୍କ ପରବାର ଲୋକେ ଅଭିଯୋଗ ଆଣିଛନ୍ତି ।

ସେପଟେ ଅଭିଯୁକ୍ତମାନେ ପୁଲିସକୁ ଚକମା ଦେଇ ଖସିଯାଇଥିଲେ ତାର ତଥ୍ୟ ସମ୍ନାକୁ ଆସିଛି । ଅଞ୍ଜଳୀଙ୍କୁ ଅଢେଇ କିଲୋମିଟର ଘୋଷାରି ନେବା ପରେ ଅଭିଯୁକ୍ତମାନେ ଗାଡି ଅଟକାଇ ଦେଖିଥିଲେ । ହେଲେ ପୁଲିସ ପିଛା କରୁଥିବା ଜାଣିବା ପରେ ସେମାନେ ପୁଣି ପଳାଇଯିବାକୁ ଚେଷ୍ଟା କରିଥିଲେ । ପ୍ରାୟ ୯ ଟି ପିସିଆର ଭ୍ୟାନ କାରର ପିଛା କରିଥିଲେ ମଧ୍ୟ ଅଭିଯୁକ୍ତମାନଙ୍କୁ ଧରିବାରେ ସକ୍ଷମ ହୋଇନଥିଲେ ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଯୁବତୀଙ୍କୁ କାରରେ ଘୋଷାଡି ମାରିବା ଘଟଣାରେ ଆସିଲା ନୂଆ ମୋଡ; ମାମଲାରେ ୫ ନୁହେଁ ୭ ଅଭିଯୁକ୍ତ, ଦୀପକ ନୁହେଁ ଅମିତ ଚଲାଉଥିଲେ କାର...

ସୂଚନାଯୋଗ୍ୟ, ୨୦ ବର୍ଷିୟ ବୟସ୍କା ଅଂଜଳୀଙ୍କ ବିଭତ୍ସ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଛି । କାରରେ ଅଂଜଳୀଙ୍କ ଗୋଡ ଫଶିଯିବା ଓ ୧୩ କିଲୋମିଟର ଘୋଷାଡ଼ ଘୋଷାଡ଼ି ଯିବା, ଶେଷରେ ହୋଇଥିବା ଛାତିଥରା ମୃତ୍ୟୁ ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା । ପରିବାର ଲୋକଙ୍କ ଦାବି କରୁଛନ୍ତି ଯେ ଅଂଜଳୀଙ୍କ ସହ ସହ ଦୁଷ୍କର୍ମ ଓ ହତ୍ୟା ହୋଇଛି । ଅପରାଧୀ କହୁଛନ୍ତି ଯାହା ଘଟିଛି ସେସବୁ ଥିଲା ଏକ ଦୁର୍ଘଟଣା ।

ସେପଟେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ୱାତି ମାଲିୱାଲ ନିଧିଙ୍କ ବୟାନ ଉପରେ ସହେନ୍ଦ ପ୍ରକାଶ କରିଛନ୍ତି । ଏହା ଭିତରେ ଏଫଏସଏଲ ଓ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି । ଏଫଏସଏଲ ରିପୋର୍ଟ ଅନୁଯାୟୀ କାରର ବାମପଟ ପ୍ରଥମ ଚକାରେ ଅଂଜଳୀଙ୍କ ଗୋଡ଼ ଫଶିଥିଲା । କାରର ସାମ୍ନା ଦୁଇ ଚକରେ ରକ୍ତଦାଗ ମିଳିଛି । କାର ଭିତରେ ଅଂଜଳୀ ଥିବା କୌଣସି ପ୍ରମାଣ ମିଳିନି । ଅଭିଯୁକ୍ତ ଦୀପକ କାର ଚଳାଉଥିଲା ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ବଣଭୋଜି କରିବାକୁ ଯାଇ ନଦୀରେ ବୁଡ଼ିଗଲେ ୩ ଯୁବକ: ଜଣେ ଉଦ୍ଧାର, ୨ ନିଖୋଜ

ବିଜେପି କର୍ମୀ ତଥା ଅନ୍ୟତମ ଅଭିଯୁକ୍ତ ଡ୍ରାଇଭର ନିକଟ ସିଟରେ ବସିଥିଲେ । ଅମିତ, ମିଥୁନ ଓ କ୍ରିଷ୍ଣା ପଛ ସିଟରେ ବସିଥିଲେ । ତେବେ ଅଂଜଳୀଙ୍କ ସହ ଦୁର୍ଷ୍କମ ହୋଇନଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରେ ସ୍ପଷ୍ଟ ହୋଇଛି । ସେପଟେ ବୁଧବାର ଅଂଜଳୀଙ୍କ ପରିବାରକୁ ଯାଇ ଭେଟିଛନ୍ତି ଦିଲ୍ଲୀ ସରକାର ।

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ । ମୃତକଙ୍କ ପରିବାର ପାଇଁ ଅନୁକମ୍ପ। । ମୂଳକ ସାହାଯ୍ୟ ସହ ଜଣଙ୍କୁ ସରକାରୀ ଚାକିରି ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି କେଜ୍ରିୱାଲ ସରକାର । ଏଥିସହ ଦିଲ୍ଲୀ ପୁଲିସ ଓ ବିଜେପି ସରକାର ଉପରେ ଅଭିଯୋଗ ମଧ୍ୟ ଆଣିଛି ଆପ୍ । ସେପଟେ ବିଜେପି କହିଛି ଏଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ଅସ୍ତ୍ର କରି ରାଜନୀତି କରୁଛି ଆମ ଆଦମୀ ପାର୍ଟି ।

Share this story