ପୁଲିସ କବଜାରେ ଡ଼କାୟତି ଗ୍ୟାଙ୍ଗ, ୧ କେଜିରୁ ଅଧିକ ସୁନା, ୧୩୦୦ ଗ୍ରାମ ରୁପା ଓ ନଗଦ ୩ ଲକ୍ଷ ଟଙ୍କା ଜବତ
 

3 Members Of Looter Gang Arrested In Bhubaneswar
୩ ଡକାୟତ ସହ ଜଣେ ରିସିଭରକୁ ଗିରଫ କଲା ପୁଲିସ
 

ଓଡ଼ିଆ ଗସିପ୍ ବ୍ୟୁରୋ: ପୁଲିସ କବଜାରେ ଡ଼କାୟତି ଗ୍ୟାଙ୍ଗ। ୩ ଡକାୟତ ସହ ଜଣେ ରିସିଭରକୁ ଗିରଫ କଲା ପୁଲିସ । ଜେଲ ଭିତରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିଲା ଗ୍ୟାଙ୍ଗ। ଗିରଫ ଡକାୟତମାନେ ହେଲେ ଜଗତସିଂହପୁର ଶୁଭ୍ରକାନ୍ତ ବେହେରା ଓରଫ କାଜଲ, ଯାଜପୁର ମଙ୍ଗଳପୁର ବିଶ୍ୱଜିତ ଦାସ ଓରଫ ବିଟୁ, ଜଗତସିଂହପୁର ମଧୁସୂଦନ ମହାନ୍ତି।

ଅଭିଯୁକ୍ତ ମାନଙ୍କ ପାଖରୁ ୧ କିଲୋ ସୁନା, ୧ କେଜି ୩୦୦ଗ୍ରାମ ରୁପା ଗହଣା ଓ ନଗଦ ୩ ଲକ୍ଷ ଟଙ୍କା ଜବତ ହୋଇଛି।  ଅଭିଯୁକ୍ତ ମାନଙ୍କ ନାମରେ ବିଭିନ୍ନ ଥାନରେ ଏକାଧିକ ମାମଲା ରହିଛି।

ଆଧିକ ପଢନ୍ତୁ : କିଡ଼ନୀକୁ ରୋଗ ମୁକ୍ତ ରଖିବ ଏହି ୫ଟି ସୁପରଫୁଡ୍, ଷ୍ଟୋନ୍ ସୃଷ୍ଟି ହେବା ଆଶଙ୍କାକୁ ମଧ୍ୟ କରିବ କମ୍ !

ଶୁଭ୍ରକାନ୍ତ ନାମରେ ୩୧ଟି , ବିଶ୍ୱଜିତ ନାମରେ ୩୮ ଓ ମଧୁସୂଦନ ନାମରେ ୧୨ଟି ମାମଲା ରହିଛି। ଗତ ୩୦ ତାରିଖରେ କାନନ୍ ବିହାରରୁ ଗୋଟେ ଘରୁ ଚୋରି କରିଥିଲେ। ଗତ ଦୁଇମାସ ହେଲାଣି ଭୁବନେଶ୍ୱର, ପୁରୀ, ଭଦ୍ରକ, ନୟାଗଡ଼ ଓ ଯାଜପୁରରେ ଏକାଧିକ ଅଭିଯୋଗ ରହିଛି। ଏହି ଗ୍ୟାଙ୍ଗ ପୁରୀ ବଳଙ୍ଗାରେ ଡାକ୍ତର ଦମ୍ପତିକୁ ବାନ୍ଧି ଡକାୟତି କରିଥିବା ଜଣାପଡ଼ିଛ।

ଆଧିକ ପଢନ୍ତୁ : ଆପଣଙ୍କୁ ହୋଇଛି କି ବ୍ଲଡ଼ କ୍ୟାନ୍ସର ? ଏହି ଲକ୍ଷଣଗୁଡ଼ିକ ଦେଖା ଦେଲେ କରନ୍ତୁନି ଅଣଦେଖା 
 

Share this story