ଆକ୍ସନ ମୁଡ୍‌‌ରେ କମିଶନରେଟ୍‌‌ ପୁଲିସ; ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ମହାରଣାକୁ ଏନ୍‌‌କାଉଣ୍ଟର୍‌‌
 

Encounter the hardcore criminal Mangu in cuttack
 
 
ଆକ୍ସନ ମୁଡ୍‌‌ରେ କମିଶନରେଟ୍‌‌ ପୁଲିସ

ଓଡ଼ିଆ ଗସିପ୍ ବ୍ୟୁରୋ: ପାର୍ବଣ ପୂର୍ବରୁ ଆକ୍ସନ ମୁଡ୍‌‌କୁ ଆସିଛି କମିଶନରେଟ୍‌‌ ପୁଲିସ। ଦୁର୍ଦ୍ଦାନ୍ତ ଅପରାଧୀ ମଙ୍ଗୁ ଏନକାଉଣ୍ଟର୍‌‌ କରାଯାଇଛି। କନ୍ଦରପୁର ଥାନା ମତ୍ତଗଜପୁର ଲେବଲ୍‌‌ କ୍ରସିଂ ନିକଟରେ ହୋଇଥିବା ଆଖିବୁଜା ଗୁଳି ମାଡ଼ ଓ ଲୁଟ୍‌‌ ଘଟଣାର ତଦନ୍ତ ଚାଲିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ତଥା ଡକାୟତ ମନୋଜ ମହାରଣା ଓରଫ୍‌‌ ମଙ୍ଗୁ ଫେରାର୍‌‌ ହୋଇଥିଲା। 

ଅଧିକ ପଢ଼ନ୍ତୁ: ଏହି ରାଶି ବ୍ୟକ୍ତିଙ୍କ ପାଇଁ ଆଗାମୀ ୧୧୮ ଦିନ ରହିବ ବରଦାନ ଭଳି, ବୃହସ୍ପତି କରିଦେବେ ମାଲାମାଲ୍

ସଦର ଥାନା ଅନ୍ତର୍ଗତ ଉତ୍ତମାପୁର ଅଞ୍ଚଳର ଏକ ଅନ୍ଧାରୁଆ ରାସ୍ତାରେ ମଙ୍ଗୁ କୌଣସି କାର୍ଯ୍ୟରେ ଯାଉଥିବା ବେଳେ ପୁଲିସ ତାକୁ କାବୁ କରିବାକୁ ଚେଷ୍ଟା କରିଥିଲା। ହେଲେ ସେ ପୁଲିସ ଉପରକୁ ଗୁଳି ଚଳାଇଥିଲା। ଆତ୍ମରକ୍ଷା ପାଇଁ ବାଧ୍ୟ ହୋଇ ମଙ୍ଗକୁ ଏନ୍‌‌କାଉଣ୍ଟର୍‌‌ କରିଛି ପୁଲିସ। ତା’ ବାମପଟ ଜଙ୍ଘରେ ଗୁଳି ବାଜିଥିବା ବେଳେ ତାକୁ ଏସ୍‌‌ସିବିରେ ଭର୍ତ୍ତି କରାଯାଇଛି।

ଅଧିକ ପଢ଼ନ୍ତୁ: ଏମାନଙ୍କ ପାଇଁ ଆଜି ଦିନଟି ଖରାପ; ଜାଣନ୍ତୁ ଆପଣଙ୍କ ରାଶିଫଳ, କେମିତି କଟିବ ଆଜିର ଦିନ 

ମିଳିଥିବା ସୂଚନା ଅନୁସାରେ, ଗତ ୬ ତାରିଖରେ ମତ୍ତଗଜପୁର ହାଟସାହିର ବିକାଶ ପାତ୍ର (୩୪) ଅର୍ଡର ନେଇ ସୁନା, ରୁପା ଅଳଙ୍କାର ତିଆରି କରି ବିକ୍ରି କରିବା ପାଇଁ ନୂଆବଜାର ଅଭିମୁଖେ ଆସୁଥିଲେ। ହଠାତ୍‌‌ ମତ୍ତଗଜପୁର ଲେବଲ କ୍ରସିଂ ନିକଟରେ ଦୁଇଟି ବାଇକରେ ୪ ଯୁବକ ଆସି ତାଙ୍କୁ ଅଟକାଇଥିଲେ। ମାତ୍ର ବିକାଶ ନ ଅଟକି ନିଜ ଗାଡ଼ିର ବେଗ ବଢ଼଼ାଇଥିଲେ।

ଅଧିକ ପଢ଼ନ୍ତୁ: ମୃତ୍ୟୁ ପୂର୍ବରୁ ମିଳିଥାଏ ଏହି ଲକ୍ଷଣ; ୪୦ ସେକେଣ୍ଡ ପୂର୍ବରୁ ଘଟିଥାଏ ଏହି ଭୟାନକ ଓ କଷ୍ଟଦାୟକ ଘଟଣା!

ଏହାଦେଖି ବାଇକରେ ବସିଥିବା ଜଣେ ଦୁର୍ବୃତ୍ତ ବିକାଶଙ୍କ ଗାଡ଼ିକୁ ଗୋଇଠା ମାରିଦେବାରୁ ସେ ବାଇକ ସହ ଗଳିପଡ଼ିଥିଲେ। ଏତିକିବେଳେ ଦୁର୍ବୃତ୍ତମାନେ ତାଙ୍କ ଗାଡ଼ିକୁ ଘେରିଯାଇ ଡିକି ଭାଙ୍ଗିବାକୁ ଉଦ୍ୟମ କରୁଥିଲେ। ବିକାଶ ଦୌଡ଼ି ଆସି ପ୍ରତିବାଦ କରିବାରୁ ସେମାନେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ତେଣୁ ବିକାଶ କିଛି ଦୂରକୁ ଦୌଡ଼ି ଯାଇ ଦୁର୍ବୃତ୍ତଙ୍କ ଉପରକୁ ଢେଲା ପଥର ଫିଙ୍ଗିଥିଲେ। ଏହାଦେଖି ୨ ଜଣ ଦୁର୍ବୃତ୍ତ ଦୁଇଟି ପିସ୍ତଲ କାଢ଼ି ବିକାଶଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ।

ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 

ବିକାଶଙ୍କୁ ଲକ୍ଷ୍ୟ କରି ପ୍ରାୟ ୪ ରାଉଣ୍ଡ ଗୁଳି ଫୁଟାଇଥିଲେ। ସୌଭାଗ୍ୟବଶତଃ ଗୁଳି ବିକାଶଙ୍କ ଦେହରେ ବାଜି ନ ଥିଲା। ଏଭଳି ସ୍ଥିତିରେ ବିକାଶ ଜୀବନ ବଞ୍ଚାଇବାକୁ ଯାଇ ନିକଟସ୍ଥ ଜଙ୍ଗଲିଆ ରାସ୍ତା ଦେଇ ଦୌଡ଼ି ପଳାଇଥିଲେ। ଏ ସମ୍ପର୍କରେ ସେ ତୁରନ୍ତ ପୁଲିସ ଓ ପରିବାର ଲୋକଙ୍କୁ ଜଣାଇଥିଲେ। କିଛି ସମୟ ପରେ ବିକାଶ ଘଟଣାସ୍ଥଳକୁ ଆସି ଦୁର୍ବୃତ୍ତମାନେ ତାଙ୍କ ବାଇକ ଡିକି ଭାଙ୍ଗି ସୁନାରୁପା ଅଳଙ୍କାର ଭର୍ତ୍ତି ବ୍ୟାଗ୍‌‌ ଲୁଟି ନେଇଥିବା ଦେଖିଥିଲେ।

ଅଧିକ ପଢ଼ନ୍ତୁ: ବିଡ଼ା ବିଡ଼ା ନୋଟ୍, ସୁନା, ରୂପା ସହ ୪୧୭ କୋଟି ଟଙ୍କା ଜବତ କଲା ଇଡି, ରାଡାରରେ ବଲିଉଡର ୧୪ ରୁ ଅଧିକ ନାମ 

ଘଟଣାସ୍ଥଳରେ କନ୍ଦରପୁର ଓ ମଧୁପାଟଣା ଥାନା ପୁଲିସ ପହଞ୍ଚିଥିଲା। ସେଠାରୁ ଗୋଟିଏ ଅଫୁଟା ଗୁଳି ଓ ଗୋଟିଏ ଗୁଳିର ଖୋକା ଜବତ ହୋଇଥିଲା।ଏ ନେଇ ବିକାଶଙ୍କ ଏତଲାକ୍ରମେ କନ୍ଦରପୁର ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଦୁର୍ବୃତ୍ତମାନେ ଲୁଟି ନେଇଥିବା ବ୍ୟାଗରେ ୩୦ ଗ୍ରାମର ୩ଟି ସୁନା ଚେନ, ରୁପା ପାଉଁଜି, ମୁଦି ସହ ୨୫ ହଜାର ଟଙ୍କା ଥିଲା ବୋଲି ସେ ଏତଲାରେ ଦର୍ଶାଇଥିଲେ। ଲୁଟ୍‌‌ପାଟରେ ୪ ନୁହେଁ; ୮ଜଣଙ୍କ ସମ୍ପୃକ୍ତି ଥିବା ପୁଲିସ ସନ୍ଦେହ କରୁଥିଲା।

ଅଧିକ ପଢ଼ନ୍ତୁ: ଶାଶୂ ଘରକୁ ସ୍ବର୍ଗ କରନ୍ତି ଏହି ଝିଅ; ଏମାନଙ୍କ ପାଖରେ ରହିଥାଏ ଏହି ଖାସ୍ ଗୁଣ, ଜାଣନ୍ତୁ ସେହି ବିଶେଷ ଗୁଣଗୁଡ଼ିକ କଣ...

ପୁଲିସ ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ ସହ କିଛି ପୁରୁଖା ଅପରାଧୀଙ୍କ ତାଲିକା ବିଭିନ୍ନ ଥାନାରୁ ଆଣି ଯାଞ୍ଚ କରୁଥିଲା। ତଦନ୍ତକ୍ରମେ ପୁଲିସ ମଙ୍ଗୁର ସମ୍ପୃକ୍ତି ଜାଣିବା ସହ ଏହି ଘଟଣାରେ ସେ ମୁଖ୍ୟ କାର୍ପେଟଦାର ବୋଲି ସ୍ପଷ୍ଟ ସୂଚନା ପାଇଥିଲା। ୩ଦିନ ହେବ ପୁଲିସ ମଙ୍ଗୁର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଥିବା ବେଳେ ଶୁକ୍ରବାର ତାକୁ ଏନ୍‌‌କାଉଣ୍ଟର କରିଥିଲା। ଏହି ଲୁଟ୍‌‌ ଓ ଡକାୟତି ଘଟଣାରେ ସମ୍ପୃକ୍ତ ଅନ୍ୟ ଅପରାଧୀଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛି।

ଅଧିକ ପଢ଼ନ୍ତୁ: ୧୯ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ, ଆସିଲା ନୂଆ ଧାନ ସଂଗ୍ରହ ନୀତି ସହ ଉଚ୍ଛେଦ ହେବ ୩୫ଟି ଟୋଲ୍ ଗେଟ୍‌