କୌଣସି ବିଷୟକୁ ନେଇ ଚିନ୍ତାରେ ରହିବା ସହ ସମସ୍ୟା ଘେରରେ ରହିବେ ଏହି ରାଶି ଲୋକ! ପଢନ୍ତୁ ଏ ସପ୍ତାହର ରାଶିଫଳ
 

Weekly Horoscope from 12th may 2024 To 18th may 2024
 
 
କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ
 

ଓଡ଼ିଆ ଗସିପ୍ ବ୍ୟୁରୋ: କେଉଁ ରାଶିର ଲୋକଙ୍କ ପାଇଁ ଏହି ସପ୍ତାହଟି ଭଲରେ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ ଆସନ୍ତୁ ଜାଣିବା ...

ମେଷ: ରବିବାରରେ ବହୁ ପରିଶ୍ରମ କରି ସଫଳତା ପ୍ରାପ୍ତି, ଦୂରଯାତ୍ରା କରି ପାରନ୍ତି। ସୋମ, ମଙ୍ଗଳ,ବୁଧବାରରେ ପ୍ରସନ୍ନତା, ଅତିଥିଙ୍କ ଆଗମନ ହୋଇପାରେ। ଗୁରୁ, ଶୁକ୍ରବାରରେ ସମସ୍ୟା ଘେରରେ ରହିବେ। ଶନିବାରରେ ସୁଖସମୃଦ୍ଧି,ବ୍ୟବସାୟିକ ଉତ୍ତମ ଲାଭ ମିଳିବ।

ବୃଷ: ରବିବାରରେ ଉଚ୍ଚଆଶା ସଫଳ ହେବ। ସୋମ,ମଙ୍ଗଳ,ବୁଧବାରରେ ବ୍ୟସ୍ତତା, ଦୂରଯାତ୍ରା, କର୍ମକ୍ଷେତ୍ରରେ ସହଯୋଗ ପାଇବେ। ଗୁରୁ,ଶୁକ୍ରବାରରେ ହର୍ଷୋଲ୍ଲାସ, ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି। ଶନିବାରରେ କିଛି ସମସ୍ୟା ଦେଖାଦେଇପାରେ। ବ୍ୟବସାୟ ମାନ୍ଦା ରହିବ।

ଅଧିକ ପଢନ୍ତୁ : ନଖରୁ ଜାଣନ୍ତୁ ଆପଣଙ୍କ ଲିଭର୍ ଠିକ୍‌ ଅଛି କି ନାହିଁ ? ନଖର ରଙ୍ଗ ଏସବୁ ଗମ୍ଭୀର ରୋଗର ଦିଏ ସଙ୍କେତ...

ମିଥୁନ: ରବିବାରରେ ସମାଜରେ ପ୍ରତିଷ୍ଠା ବୃଦ୍ଧି, ସୁଖ ସନ୍ତୋଷପ୍ରାପ୍ତି ହେବ। ସୋମ, ମଙ୍ଗଳ, ବୁଧବାରରେ ଅର୍ଥପ୍ରାପ୍ତି, କାର୍ଯ୍ୟସିଦ୍ଧି, ରାଜନୀତିରେ ସୁନାମ ପାଇବେ। ଗୁରୁ,ଶୁକ୍ରବାରରେ ପରିଶ୍ରମୀ, ସଫଳ ହେବେ। ଶନିବାରରେ ଚଳଞ୍ଚଳ,ବ୍ୟବସାୟିକ ପ୍ରସାର ହେବ।

କର୍କଟ: ରବିବାରରେ ସାମର୍ଥ୍ୟ ଅନୁଯାୟୀ ଉନ୍ନତି, ଭାଇଭଉଣୀଙ୍କ ସହଯୋଗ ମିଳିବ। ସୋମ, ମଙ୍ଗଳ, ବୁଧବାରରେ ଚଳଚଞ୍ଚଳ, ଉତ୍ତମ ବୁଝାମଣା ରହିବ। ଗୁରୁ, ଶୁକ୍ରବାରରେ ଚିନ୍ତାଜନକ ପରିସ୍ଥିତି ରହିବ। ଶନିବାରରେ ଅର୍ଥପ୍ରାପ୍ତି,ବ୍ୟବସାୟିକ ସଫଳତା ମିଳିବ।

ଅଧିକ ପଢନ୍ତୁ : ବୃଷ ରାଶିରେ ସୂର୍ଯ୍ୟ -ଶୁକ୍ରଙ୍କ ମିଳନ ଯୋଗୁଁ ସୃଷ୍ଟି ହେବ ଶୁକ୍ରାଦିତ୍ୟ ଯୋଗ, ଏହି ୩ ରାଶିଙ୍କ ବଦଳିବ ଭାଗ୍ୟ!

ସିଂହ: ରବିବାରରେ ଅର୍ଥଚିନ୍ତା, ପଡ଼ୋଶୀଙ୍କ ସହ ମନାନ୍ତର ରହିବ। ସୋମ, ମଙ୍ଗଳ, ବୁଧବାରରେ କାର୍ଯ୍ୟଦକ୍ଷ, ଉଚ୍ଚସମ୍ମାନ ପ୍ରାପ୍ତି ହେବ। ଗୁରୁ, ଶୁକ୍ରବାରରେ ବନ୍ଧୁ ସହଯୋଗ, ଆର୍ଥିକକ ଯୋଜନା ଫଳପ୍ରସୂ ହେବ। ଶନିବାରରେ ପ୍ରତିକୂଳ ପରିସ୍ଥିତି,ବ୍ୟବସାୟିକ ସମସ୍ୟା ରହିବ।

କନ୍ୟା: ରବିବାରରେ କାର୍ଯ୍ୟମନ୍ଥର, ସନ୍ତାନସନ୍ତତିଙ୍କୁ ନେଇ ଚିନ୍ତା ରହିବ। ସୋମ, ମଙ୍ଗଳ, ବୁଧବାରରେ ପରିଶ୍ରମର ଫଳପ୍ରାପ୍ତି, ଆର୍ଥିକ ସୁଧାର ଆସିବ। ଗୁରୁ, ଶୁକ୍ରବାରରେ ବିଭିନ୍ନ ମାର୍ଗରୁ ଉପାର୍ଜନ କରିବେ। ଶନିବାରରେ କାର୍ଯ୍ୟହାନି, ବ୍ୟବସାୟିକ କ୍ଷତି ହୋଇପାରେ ।

ତୁଳା: ରବିବାରରେ ଚଳଚଞ୍ଚଳ, ଭ୍ରମଣର ସୁଯୋଗ ପାଇବେ। ସୋମ, ମଙ୍ଗଳ, ବୁଧବାରରେ କୌଣସି ବିଷୟକୁ ନେଇ ଚିନ୍ତାରେ ରହିବେ। କାର୍ଯ୍ୟ ମନ୍ଥର ରହିବ। ଗୁରୁ,ଶୁକ୍ରବାରରେ ଦୃଢ଼ମନା, ଅର୍ଥପ୍ରାପ୍ତି ହୋଇପାରେ। ଶନିବାରରେ ସୁଖସମ୍ମାନ ପ୍ରାପ୍ତି, ବ୍ୟବସାୟିକ ସନ୍ତୋଷଜନକ ଫଳ ମିଳିବ।

ବିଛା: ରବିବାରରେ କାର୍ଯ୍ୟ ବିଳମ୍ବ ଓ ଖର୍ଚ୍ଚାନ୍ତ ଦେଖାଦେବ। ସୋମ,ମଙ୍ଗଳ, ବୁଧବାରରେ କାର୍ଯ୍ୟସଫଳ,ସ୍ବପ୍ନ ସାକାର ହେବ। ଗୁରୁ,ଶୁକ୍ରବାରରେ ସଞ୍ଚୟ, ଚଳଚଞ୍ଚଳ ରହିବେ।ଶନିବାରରେ ଦୂରଯାତ୍ରା,ବ୍ୟବସାୟରେ ପରିଶ୍ରମ ମୁତାବକ ଫଳପ୍ରାପ୍ତି ହେବ।

ଅଧିକ ପଢନ୍ତୁ : ଏହି ୬ ଟି ଖାଦ୍ୟ ବଢ଼ାଉଛି ଡାଇବେଟିସ୍ ହୋଇଯାଆନ୍ତୁ ସାବଧାନ! ନଚେତ୍... 

ଧନୁ: ରବିବାରରେ ଶତ୍ରୁବୃଦ୍ଧି, କାର୍ଯ୍ୟହାନି, ଚିନ୍ତିତ ରହିବେ। ସୋମ, ମଙ୍ଗଳ,ବୁଧବାରରେ ସମସ୍ୟା ବହୁଳ, ବିରୋଧାଭାସ ଦେଖାଦେବ। ଗୁରୁ,ଶୁକ୍ରବାରରେ ସୁଖସମ୍ମାନ, ଉତ୍ତମ ଆୟ ହେବ। ଶନିବାରରେ ଉଚ୍ଚାଭିଳାଷୀ, ବ୍ୟବସାୟିକ ଉନ୍ନତି ହେବ।

ମକର: ରବିବାରରେ ସୁଖଶାନ୍ତି, ବନ୍ଧୁବାନ୍ଧବଙ୍କ ଆଗମନ ହୋଇପାରେ। ସୋମ, ମଙ୍ଗଳ, ବୁଧବାରରେ ଅଶାନ୍ତି,ଦ୍ରବ୍ୟହାନି, ଆର୍ଥିକ ଚାପ ରହିବ। ଗୁରୁ, ଶୁକ୍ରବାରରେ ଅସ୍ଥିରତା, ବ୍ୟୟବୃଦ୍ଧି ହେବ। ଶନିବାରରେ ପ୍ରସନ୍ନତା,ବ୍ୟବସାୟିକ ଲାଭ ମିଳିବ।

କୁମ୍ଭ: ରବିବାରରେ କର୍ମତତ୍ପର,ଆର୍ଥିକ ସ୍ବଚ୍ଛଳତା ଦେଖାଦେବ। ସୋମ,ମଙ୍ଗଳ ବୁଧବାରରେ ଦ୍ରବ୍ୟାଦି ଲାଭ, ଆର୍ଥିକ ଉନ୍ନତି ହେବ। ଗୁରୁ, ଶୁକ୍ରବାରରେ ଶତ୍ରୁବୃଦ୍ଧି, ଚୋରି ଭୟ ଦେଖାଦେଇପାରେ। ଶନିବାରରେ ଅସହଯୋଗ ଓ ବ୍ୟବସାୟିକ ମନ୍ଥର ରହିବ।

ମୀନ: ରବିବାରରେ ସ୍ବାଦିଷ୍ଟ ଭୋଜନ ଓ ସୁଖଶାନ୍ତି ପାଇବେ। ସୋମ, ମଙ୍ଗଳ,ବୁଧବାରରେ ଆର୍ଥିକ ଚାପ, ବନ୍ଧୁମନାନ୍ତର ଦେଖାଦେବ। ଗୁରୁ,ଶୁକ୍ରବାରରେ ସୁଖସମ୍ମାନ, କାର୍ଯ୍ୟସିଦ୍ଧି ହେବ। ଶନିବାରରେ ପ୍ରଶଂସାଭାଜନ,ବ୍ୟବସାୟିକ ସଫଳତା ମିଳିବ।

ଅଧିକ ପଢନ୍ତୁ : ରାହୁଙ୍କ ନକ୍ଷେତ୍ର ପରିବର୍ତ୍ତନ ଯୋଗୁଁ ସତର୍କ ରୁହନ୍ତୁ ଏହି ୬ ରାଶି, ନଚେତ୍ ହେବ ବଡ କ୍ଷତି!