ବାଥରୁମରେ ଅଧିକ ହାର୍ଟ ଆଟାକ୍ ହେବାର ପ୍ରକୃତ କାରଣ କଣ? ଜାଣିଲେ ହେବେ ଆଶ୍ଚର୍ଯ୍ୟ 
 

Heart attack risk increase by going toilet many times
 
 
Heart attack risk increase by going toilet many times
ବାଥରୁମରେ ଅଧିକ ହାର୍ଟ ଆଟାକ୍ ହେବାର ପ୍ରକୃତ କାରଣ କଣ?
 

ଓଡ଼ିଆ ଗସିପ୍ ବ୍ୟୁରୋ: ବର୍ତମାନ ହାର୍ଟ ଆଟାକର ମାମଲା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। କେବେ ଓ କେଉଁଠି, କେତେବେଳେ କାହାକୁ ହୃଦଘାତ ହେବ ତାହା କହିବା ମୁସ୍କିଲ । କରୋନା ମହାମାରୀ ପରେ ପରେ ଏହା ଅଧିକ ସାଂଘାତିକ ହୋଇଯାଇଛି । ଅଳ୍ପ ବୟସର ଲୋକଙ୍କୁ ବି ହେଉଛି ହାର୍ଟ ଆଟାକ୍‌ । ଏମିତିକି ସେମାନଙ୍କର ଜୀବନ ବି ଚାଲିଯାଉଛି । ଯାହାଫଳରେ ଡାକ୍ତର ହୁଅନ୍ତୁ କିମ୍ବା ସାଧାରଣ ଜନତା, ହୃଦଘାତର ସଂଖ୍ୟା ବୃଦ୍ଧି ପାଇଁ ସମସ୍ତେ ଚିନ୍ତାରେ ।

ଅନେକ ବଡ଼ ବଡ଼ ନେତାଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ଓ ଛୋଟରୁ ବୟସ୍କ ଲୋକମାନେ ଏହାର ଶିକାର ହେଉଛନ୍ତି। ହେଲେ ଆଶ୍ଚର୍ଯ୍ୟଜନକ କଥା ହେଉଛି କି, ଅଧିକ ହାର୍ଟ ଆଟାକ୍ ବାଥରୁମ କିମ୍ବା ଜ଼ିମ୍ ରେ ଘଟୁଛି। କିନ୍ତୁ ବାଥରୁମରେ ଅଧିକ ହାର୍ଟ ଆଟାକର ପ୍ରକୃତ କାରଣ କଣ? ଆସନ୍ତୁ ଜାଣିବା ଏହାର ଉତ୍ତରରେ କଣ କହୁଛନ୍ତି ବିଶେଷଜ୍ଞ..,

ଅଧିକ ପଢନ୍ତୁ : ଶୀତଦିନେ ସେକ୍ସ କରିବାକୁ ଅଧିକ ଇଚ୍ଛା ହୁଏ କାହିଁକି? ଜାଣନ୍ତୁ ଏହା ପଛର ବୈଜ୍ଞାନିକ କାରଣ

ବିଶେଷଜ୍ଞଙ୍କ ମତରେ, ହାର୍ଟ ସମ୍ପନ୍ଧୀୟ ରୋଗ ଥିବା ବ୍ୟକ୍ତିଙ୍କୁ ଅଧିକ ହାର୍ଟ ଆଟାକ୍ ଆସିଥାଏ। ଆମେରିକାର ସଂସ୍ଥା ଏନସିବିଆଇର ରିପୋର୍ଟ ମୁତାବକ, ୧୧ ପ୍ରତିଶତରୁ ଅଧିକ ହାର୍ଟ ଆଟାକ୍ ମାମଲା ବାଥରୁମରୁ ଆସିଥାଏ, ଯେଉଁଥିରେ ରୋଗୀଙ୍କର ମୁତ୍ୟୁ ବି ହୋଇଥାଏ। ତାଙ୍କ ରିପୋର୍ଟ ମୁତାବକ ଖୁଲାସା ହୋଇଛି ଯେ, ବାଥରୁମରେ ହାର୍ଟ ଆଟାକର ବିପଦ ଅନ୍ୟ ସ୍ଥାନ ଅପେକ୍ଷା ଅଧିକ ଥାଏ।

ଅଧିକ ପଢନ୍ତୁ :ସ୍ବାସ୍ଥ୍ୟ ପାଇଁ ବେଶ ଉପକାରୀ, ଦିନକୁ ଖାଆନ୍ତୁ ବାସ ଦୁଇ ପାଖୁଡ଼ା, ଦୂର ହେବ ପୁରୁଷଙ୍କ ଯୌନ ସମସ୍ୟା !

କାରଣ- ଏକ ରିପୋର୍ଟରେ କୁହାଯାଇଛି ଯେ, ହୃଦସ୍ପନ୍ଦନର ଅନିୟମିତତା, ପେଟ ଖରାପ, ଥଣ୍ଡା ପାଣିରେ ଗାଧୋଇବା ଓ ଅଧିକ ଚାପରେ ରହିବା ଦ୍ୱାରା ହୃଦଘାତ ବା ହାର୍ଟ ଆଟାକ ସମସ୍ୟା ଦେଖାଦେଇଥାଏ।

ବିଶେଷଜ୍ଞଙ୍କ ମତ ଅନୁଯାୟୀ, ହୃଦ ରୋଗୀମାନେ ଅଧିକ ପାଣି ପିଇବା ଉଚିତ୍ ନୁହେଁ । ଏହା ସେମାନଙ୍କର ହୃଦଘାତର ଆଶଙ୍କା ହ୍ରାସ କରିଥାଏ । କେବଳ ପାଣି ନୁହେଁ, ଏହି ରୋଗୀ କୌଣସି ପାନୀୟ (ରସ, କ୍ଷୀର) କମ୍ ପରିମାଣରେ ପିଇବା ଉଚିତ୍ ।

ଅଧିକ ପଢନ୍ତୁ :ମାସକୁ କେତେଥର ସେକ୍ସ କରିବା ଉଚିତ୍? ବିବାହିତ ଦମ୍ପତିନିଶ୍ଚୟ ଜାଣନ୍ତୁ...

ଏବଂ ଏହାର ସବୁଠାରୁ ବଡ କାରଣ ଶରୀର ତୁଳନାରେ ନ ଗାଧୋଇବା। ଅନେକ ଲୋକ ଶୀତଦିନେ ମଧ୍ୟ ଅଧିକ ଥଣ୍ଡା ପାଣିରେ ଗାଧୋଇବାକୁ ବେଶ୍ ପସନ୍ଦ କରନ୍ତି। ଏହା ବ୍ୟତୀତ, କିଛି ଲୋକ ଗାଧୋଇବା ସମୟରେ ଅଧିକ ତୀବ୍ର କାର୍ଯ୍ୟକଳାପ କରନ୍ତି କିମ୍ବା ଚାଲନ୍ତି। ଏପରି କରିବା ଦ୍ୱାରା ହାର୍ଟରେ ଚାପ ବୃଦ୍ଧି ପାଏ ଓ ଏହା ହାର୍ଟ ଆଟାକର କାରଣ ହୋଇଥାଏ।

ଅଧିକ ପଢନ୍ତୁ :ଋତୁସ୍ରାବ ସମୟରେ ସେକ୍ସ କରିବା ଠିକ୍ ନା ଭୁଲ୍ ? ଜାଣନ୍ତୁ କ'ଣ କହୁଛି ବିଶେଷଜ୍ଞଙ୍କ ମତ...

ଆରାମରେ ଗାଧୋଇବା ଉଚିତ୍। ଏହା ସହିତ ଶରୀରର ତାପମାତ୍ରା ଅନୁଯାୟୀ ଥଣ୍ଡା କିମ୍ବା ଗରମ ପାଣି ଚୟନ ଉଚିତ୍। ଯେଉଁମାନଙ୍କର ପୂର୍ବରୁ କୋଷ୍ଠକାଠିନ୍ୟର ସମସ୍ୟା ରହିଛି, ସେମାନଙ୍କୁ ପେଟ ସଫା କରିବା ସମୟରେ ଅଧିକ ଜୋର୍ ଦେବାକୁ ପଡିଥାଏ । କିନ୍ତୁ ଏପରି କରିବା ନିଜ ଉପରେ ହିଁ ଭାରୀ ପଡିବ । ଏହା ହାର୍ଟ ଆଟାକର କାରଣ ହୋଇପାରେ ।

ଅଧିକ ପଢନ୍ତୁ : କଣ୍ଡୋମ ବ୍ୟବହାର କରୁଥିଲେ ସାବଧାନ; ଜାଣି ରଖନ୍ତୁ ଏହି ୫ଟି ଜରୁରୀ କାରଣ !

( Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ସୂଚନା ଉପରେ ଆଧାରିତ । ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।)