ଡାଇବେଟିସ୍ ରୋଗୀଙ୍କ ପାଇଁ ପିଜୁଳି ବହୁତ୍ ଉପକାରୀ, ଜାଣନ୍ତୁ ପିଜୁଳି ଖାଇବାର ୧୦ଟି ଆଶ୍ଚର୍ଯ୍ୟଜନକ ଫାଇଦା 
 

10 Amazing Guava Benefits Heart Healthy to Weight Loss and More
 
10 Amazing Guava Benefits Heart Healthy to Weight Loss and More
ଜାଣନ୍ତୁ ପିଜୁଳି ଖାଇବାର ୧୦ଟି ଆଶ୍ଚର୍ଯ୍ୟଜନକ ଫାଇଦା 
 

ଓଡ଼ିଆ ଗସିପ୍ ବ୍ୟୁରୋ: ପିଜୁଳି ଏକ ଏପରି ଏକ ଫଳ ଯାହାକୁ କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ୱରେ ପସନ୍ଦ କରାଯାଏ, ପିଜୁଳି କେବଳ ପାଟିକୁ ଭଲ ଲାଗି ନଥାଏ, ଏହା ଶରୀର ପାଇଁ ମଧ୍ୟ ବହୁତ୍ ଉପକାରୀ । ଏଥିରେ ପୌଷ୍ଟିକ ତତ୍ତ୍ୱର ମାତ୍ରା ଭରପୂର ମାତ୍ରାରେ ରହିଥାଏ। ଏଥିରେ ଭିଟାମିନ୍ ‘ଏ’, ‘ସି’ , ପୋଟାସିୟମ୍‌, ଫାଇବର୍‌, କାର୍ବୋହାଇଡ୍ରେଡ୍ ଭରପୂର ମାତ୍ରରେ ଭରି ରହିଛି । 

ଏଥି ସହିତ ଫଲିକ୍ ଏସିଡ୍ , କ୍ୟାଲସିୟମ୍‌, କପର ଓ ମାଙ୍ଗାନିଜ୍ ତତ୍ୱ ରହିଛି । ପାଚିଲା ପିଜୁଳି ହିମୋଗ୍ଲୋବିନ୍ ମାତ୍ରାକୁ ମଧ୍ୟ ବୃଦ୍ଧି କରେ । ପ୍ରତିଦିନ ଗୋଟିଏ ପିଜୁଳି ଖାଇବା ଦ୍ୱାରା ଏହା ଶରୀରକୁ ୩ ରୁ ୪ ଗୁଣା ଭିଟାମିନ୍ ଯୋଗାଇଥାଏ ।  ସେଥିପାଇଁ ଅଧିକାଂଶ ଡାଏଟିସିଆନ୍ ଏହାକୁ ଖାଇବାକୁ ପରାମର୍ଶ ଦେଇଥାନ୍ତି। ତେବେ ଆସନ୍ତୁ ଜାଣିବା ପିଜୁଳିର ଖାଇବାର ୧୦ଟି ଆଶ୍ଚର୍ଯ୍ୟଜନକ ଫାଇଦା ବିଷୟରେ ।

ପିଜୁଳି ଖାଇବାର 10ଟି ଆଶ୍ଚର୍ଯ୍ୟଜନକ ଫାଇଦା :

- ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି : ପିଜୁଳିକୁ ଆସ୍କୋରବିକ୍ ଏସିଡ୍ ଅର୍ଥାତ୍ ଭିଟାମିନ୍ ସି ର ଏକ ସମୃଦ୍ଧ ଉତ୍ସ ଭାବରେ ବିବେଚନା କରାଯାଏ, ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ଏବଂ ଆପଣଙ୍କୁ ଅନେକ ଭାଇରାଲ୍ ରୋଗରୁ ରକ୍ଷା କରିଥାଏ । 

ଅଧିକ ପଢ଼ନ୍ତୁ: ସେକ୍ସ ଟାଇମିଂକୁ ନେଇ କନଫ୍ୟୁଜ୍ କି? ପାର୍ଟନରଙ୍କ ଶୀଘ୍ର ପତନ ପାଇଁ ଚିନ୍ତିତ ? ଜାଣନ୍ତୁ କଣ କରିବେ

- ହଜମ ପ୍ରକ୍ରିୟାରେ ଉନ୍ନତି :ପିଜୁଳିକୁ ଫାଇବରର ଏକ ସମୃଦ୍ଧ ଉତ୍ସ ଭାବରେ ବିବେଚନା କରାଯାଇଛି, ଯାହାକୁ ଖାଦ୍ୟ ଖାଇସାରିବା ପରେ ପିଜୁଳି ଖାଇବା ଦ୍ୱାରା ଏହା କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ ।

- ଓଜନ କମ୍ ହେବ : ଓଜନକୁ ପିଜୁଳି ମାଧ୍ୟମରେ ବହୁ ପରିମାଣରେ ନିୟନ୍ତ୍ରଣ କରାଯାଇପାରିବ କାରଣ ଏଥିରେ କମ୍ କ୍ୟାଲୋରୀ ଏବଂ ଅଧିକ ଫାଇବର ଥାଏ ।

ଅଧିକ ପଢ଼ନ୍ତୁ: ଚାଣକ୍ୟ ନୀତି ଅନୁଯାୟୀ ଭୁଲ୍‌ରେ ବି ସ୍ତ୍ରୀଙ୍କୁ କୁହନ୍ତୁନି ଏହି ୪ ଟି କଥା, ଶାନ୍ତିରେ ବଞ୍ଚିବା ବି ହୋଇଯିବ କାଠିକର ପାଠ

- ମଧୁମେହ ରୋଗରୁ ମୁକ୍ତି : ଯେଉଁମାନେ ପିଜୁଳି ଖାଆନ୍ତି, ସେମାନଙ୍କର ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣରେ ରହିଥାଏ ଏବଂ ଯଦି ଆପଣ ଜଣେ ମଧୁମେହ ରୋଗୀ ତେବେ ଆପଣଙ୍କୁ ଏହି ଫଳ ଖାଇବା ଜରୁରୀ । ଡାଇବେଟିସ୍ ରୋଗୀଙ୍କ ପାଇଁ ପିଜୁଳି ବହୁତ୍ ଉପକାରୀ କାରଣ ,ଏଥିରେ ଥିବା ଫାଇବର ସୁଗାର୍ ଲେବଲକୁ ନିୟନ୍ତ୍ରଣ ରଖିଥାଏ ।

- ଅନ୍ତନଳୀକୁ ସଫା କରେ : ଏହି ଫଳ ଅନ୍ତନଳୀକୁ ସଫା ଏବଂ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ, ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପକ୍ଷେ ଉତ୍ତମ ଅଟେ ।

ଅଧିକ ପଢ଼ନ୍ତୁ: ପ୍ରତିଦିନ ସେକ୍ସ କଲେ ଶରୀରକୁ ମିଳିଥାଏ ଏହି ୧୦ଟି ଜବରଦସ୍ତ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 

- ହୃଦରୋଗ ରୋକିବା : ପିଜୁଳିରେ ଭଲ ପରିମାଣର ପୋଟାସିୟମ୍ ଥାଏ, ଯାହା ହୃଦୟ ରୋଗ ପାଇଁ ଲାଭଦାୟକ ଅଟେ ।

- ଆଖି ପାଇଁ ଲାଭଦାୟକ : ପିଜୁଳି ଆମ ଆଖି ପାଇଁ ମଧ୍ୟ ବହୁତ ଲାଭଦାୟକ, କାରଣ ଏଥିରେ ଭିଟାମିନ୍ ଏ ଥାଏ, ଯାହା ଦୃଷ୍ଟି ଶକ୍ତିକୁ ତୀକ୍ଷ୍ଣ କରିଥାଏ । ପିଜୁଳିରେ ଭିଟାମିନ୍ ‘ସି’ ରହିଥିବାରୁ ଏହା କେଶ ବଢାଇବାରେ ସାହାଯ୍ୟ କରେ ।

ଅଧିକ ପଢ଼ନ୍ତୁ: କାହା ପାଇଁ ଭଲ ତ କାହା ପାଇଁ ଖରାପ; କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ

- ରକ୍ତ ଶୁଦ୍ଧତା : ପିଜୁଳି ଖାଇବା ଦ୍ୱାରା ରକ୍ତ ଶୁଦ୍ଧ ହୋଇଥାଏ ଏବଂ ରକ୍ତଚାପକୁ ନିୟନ୍ତ୍ରଣ ମଧ୍ୟ କରିଥାଏ । ପିଜୁଳିରେ ୮୦ ଭାଗ ଜଳୀୟ ଅଂଶ ଥିବାରୁ ଏହା ତ୍ୱଚା ଶୁଷ୍କତାରୁ ରକ୍ଷା କରେ ।

- ଅମ୍ଳଜାନ ଯୋଗାଣ : ପିଜୁଳିରେ ଅନେକ ପୋଷକ ତତ୍ତ୍ୱ ରହିଥାଏ, ଯାହା ଶରୀରକୁ ଅନେକ ଅମ୍ଳଜାନ ଯୋଗାଇବାରେ ସାହାଯ୍ୟ କରିଥାଏ, ଯାହା ଦ୍ୱାରା ସ୍ୱାସ୍ଥ୍ୟରେ ଉନ୍ନତି ଆସିଥାଏ ।

- କର୍କଟ ପ୍ରତିରୋଧ : ପିଜୁଳିରେ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ଥାଏ, ଯାହା କର୍କଟ ରୋଗ ସହିତ ଲଢ଼ିବାରେ ସାହାଯ୍ୟ କରିଥାଏ ।

ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ