World Odia Language Conferene

ଓଡିଶା ବିଧାନସଭାରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୩୦ ହଜାର କୋଟିର ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କେଉଁ ବିଭାଗକୁ କେତେ ?

Odisha Budget 2023-2024 which department gets what amount

ଓଡ଼ିଆ ଗସିପ ବ୍ୟୁରୋ: ବିଧାନସଭାରେ ଆଗତ ହେଲା ୨୦୨୩-୨୪ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‍ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୩-୨୪ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ଚଳିତ ଆର୍ଥିକ ବର୍ଷରେ ବ୍ୟୟ ଅଟକଳ ୨ ଲକ୍ଷ ୩୦ ହଜାର କୋଟି ଟଙ୍କା ଆକଳନ କରାଯାଇଥିବା ବେଳେ ମୋଟ କାର୍ଯ୍ୟକ୍ରମ ବ୍ୟୟ ବରାଦ ୧ ଲକ୍ଷ ୨୫ ହଜାର କୋଟି ଟଙ୍କା ହେବ । ରାଜସ୍ୱ ପ୍ରାପ୍ତି ୧ ଲକ୍ଷ ୮୪ ହଜାର ୫ଶହ କୋଟି ।

ଋଣ ଓ ଅନ୍ୟାନ୍ୟ ବାବଦକୁ ମିଳିବ ୪୫ ହଜାର ୫ ଶହ କୋଟି । ରାଜ୍ୟର ନିଜସ୍ୱ ଟିକସ ୫୩ହଜାର କୋଟି । ଅଣ ଟିକସ ରାଜସ୍ୱ ୫୨ ହଜାର ୫୦୦ କୋଟି ଟଙ୍କା ମିଳିବ ।  ପ୍ରାରମ୍ଭିକ ବଜେଟ ଭାଷଣରେ ନିରଞ୍ଜନ ପୁଜାରୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଆମ ସରକାର ଲୋକଙ୍କ ପାଇଁ କାମ କରିଆସିଛନ୍ତି ।

କୃଷି ଓ ମହିଳାଙ୍କ ବିକାଶକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର। ମିଶନ ଶକ୍ତି ଜରିଆରେ ମହିଳାଙ୍କ ବିକାଶକୁ ଗୁରୁତ୍ୱ ଦିଆଯାଇଛି । ରାଜ୍ୟ ସରକାରଙ୍କ ମୋ ସରକାର ଏବଂ ୫ଟି ଆଧାରରେ ସବୁ କ୍ଷେତ୍ରରେ ପରିବର୍ତ୍ତନ କରାଯାଉଛି ।

ଆହୁରି ପଢ଼ନ୍ତୁ : ଅବସର ନେବେ ସୁର ରାଉତରାୟ, ପୁଅକୁ କରାଇବେ ରାଜନୀତିରେ ଏଣ୍ଟ୍ରି...

ଚଳିତ ଆର୍ଥିକ ବର୍ଷ ପାଇଁ ପ୍ରଥମେ କୃଷି ବଜେଟ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । କୃଷି ବଜେଟରେ ୨୪ ହଜାର ୮୨୯ କୋଟି ବ୍ୟୟବରାଦ କରାଯାଇଛି । ଏହା ଗତ ବର୍ଷ ତୁଳନାରେ ୨୦ ପ୍ରତିଶତ ଅଧିକ । ଏଥି ସହିତ ଉଦ୍ୟାନ କୃଷି ପାଇଁ ୩୮୧ କୋଟି ବ୍ୟୟବରାଦ କରାଯାଇଛି । ଧାନ ସଂଗ୍ରହ କାର୍ଯ୍ୟକ୍ରମ ପାଇଁ ୨ ହଜାର କୋଟିର ରିଭଲିଂ ଫଣ୍ଡ କରାଯାଇଛିି ।

ରାଜ୍ୟରେ ଚାଷ ଓ ଚାଷୀଙ୍କ ପାଇଁ ପ୍ରାଧାନ୍ୟ ଦେଇଛନ୍ତି ସରକାର । କୃଷକଙ୍କ ପାଇଁ ବଜେଟରେ ଦିଆଯାଇଛି ଫୋକସ୍ । ଗତ ବର୍ଷଠାରୁ ଏବର୍ଷ କୃଷି ବଜେଟରେ ୨୦ ପ୍ରତିଶତ ବୃଦ୍ଧି କରାଯାଇଛି । କାଳିଆ ସହାୟତା ପାଇଁ ୧୮୭୯ କୋଟି ଟଙ୍କା ବ୍ୟୟବରାଦ । ଓୟୁଏଟିରେ କୃଷି ଗବେଷଣା ପାଇଁ ୧୬୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ଏଥି ସହିତ କୃଷି କ୍ଷେତ୍ରରେ ମହିଳାଙ୍କୁ ପ୍ରୋତ୍ସାହନ ପାଇଁ ସ୍ବତନ୍ତ୍ର ବ୍ୟୟବରାଦ କରାଯାଇଛି । କୃଷି କ୍ଷେତ୍ରରେ ମହିଳା SHGଙ୍କ ପାଇଁ ୫ ବର୍ଷରେ ୩୬୭ କୋଟି ଖର୍ଚ୍ଚ ହେବ । ଛତୁ ମିଶନ ଓ ଫୁଲ ଚାଷ ମିଶନ ପାଇଁ ୧୦୦ କୋଟି ବ୍ୟୟବରାଦ କରାଯାଇଛି ।

ଏଥି ସହିତ ପାର୍ବତୀ ଗିରି ବୃହତ ଉଠାଜଳସେଚନ ପ୍ରକଳ୍ପ ପାଇଁ ୫ ଶହ କୋଟି ଟଙ୍କା। ୨୦୨୫-୨୬ ସୁଦ୍ଧା ଅତିରିକ୍ତ ୧ ଲକ୍ଷ ଗଭୀର ନଳକୂପ ପାଇଁ ୪୧୯୮ କୋଟି । ବିଜୁ କୃଷକ ବିକାଶ ଯୋଜନାରେ ୧୫ ଶହ ଉଠାଜଳସେଚନ ପ୍ରକଳ୍ପ ପାଇଁ ୪ ଶହ କୋଟି । ଅଚଳ ଉଠାଜଳସେଚନ ପ୍ରକଳ୍ପ ପୁନରୁଦ୍ଧାର ପାଇଁ ୧୯୧ କୋଟି । ଆଉ ୪୫୦ଟି ଚେକ୍ ଡ୍ୟାମ୍ ନିର୍ମାଣ ପାଇଁ ୧୮୧ କୋଟି ।

ଲୁଣା ବନ୍ଧ ସୁଦୃଢ଼ୀକରଣ ପାଇଁ ବଜେଟରେ ୯୬୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । କାଳିଆ ଯୋଜନାରେ ଚାଷୀ ଋଣ ସୁଧ ରିହାତି ପାଇଁ ୮୩୬ କୋଟି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପ୍ରାପ୍ୟ ପ୍ରଦାନ ପାଇଁ ୬ଶହ କୋଟି । ମିଲେଟ ମିଶନ ପାଇଁ ୪୯୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ଆହୁରି ପଢ଼ନ୍ତୁ : ବିଧାନସଭାର ଆଶ୍ଚର୍ଯ୍ୟଜନକ ଚିତ୍ର : ବିଜେପି ବିଧାୟକ ସୂରଜ ସୂର୍ଯ୍ୟବଂଶୀଙ୍କ ଭାଷଣ ଶୁଣି ପିଠି ଥାପୁଡେଇଲେ ପ୍ରଣବ ପ୍ରକାଶ ଦାସ

ମିଶନ ଶକ୍ତି ପାଇଁ ୨୫୪୯ କୋଟି ବ୍ୟୟବରାଦ ହୋଇଥିବା ବେଳେ ଶକ୍ତି ବିଭାଗ ପାଇଁ ୫୯୫୪ କୋଟି, ଗୃହ ବିଭାଗ ପାଇଁ ୭୩୧୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ମହିଳା ଓ ଶିଶୁ ବିକାଶ ପାଇଁ ୩ ହଜାର ୬୭୦ କୋଟି । ଉଚ୍ଚଶିକ୍ଷା ପାଇଁ ୩ ହଜାର ୧୭୨ କୋଟି । ରାଜସ୍ୱ ଓ ବିପର୍ଯ୍ୟୟ ଓ ପ୍ରଶମନ ପାଇଁ ୩ ହଜାର ୭୬୪ କୋଟି ଟଙ୍କା ।

ଏମଏସଏମଇ ପାଇଁ ୬ ଶହ ୪୭ କୋଟି ବ୍ୟୟ ବରାଦ । ଭାଷା ସାହିତ୍ୟ ଓ ସଂସ୍କୃତି ପାଇଁ ୨ ଶହ କୋଟି ଟଙ୍କା । ମିଶ୍ନ ଶକ୍ତି ପାଇଁ ୨ ହଜାର ୫୫୪ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ନଦୀ ଉପରେ ଏ ବର୍ଷ ଆଉ ୧୬ଟି ଇନଷ୍ଟ୍ରିମ ଷ୍ଟୋରେଜ ପ୍ରକଳ୍ପ ହେବ । ନଦୀ ଉପରେ ଇନଷ୍ଟ୍ରିମ ଷ୍ଟୋରେଜ ପ୍ରକଳ୍ପ ପାଇଁ ୮୫୪ କୋଟି ଟଙ୍କା ବ୍ୟୟବାଦ କରାଯାଇଛି ।

Share this story