World Odia Language Conferene

ଅବସର ନେବେ ସୁର ରାଉତରାୟ, ପୁଅକୁ କରାଇବେ ରାଜନୀତିରେ ଏଣ୍ଟ୍ରି...

sura routaray to leave politics his son may enter into it

ଓଡ଼ିଆ ଗସିପ ବ୍ୟୁରୋ: ରାଜନୀତିରୁ ଅବସର ନେବେ ଜଟଣୀ ବିଧାୟକ ସୁର ରାଉତରାୟ । ଆଜି ସାମ୍ବାଦିକ ସମ୍ମିଳନୀ ଘୋଷଣା କରି ଖୋଦ ବିଧାୟକ ସୂଚନା ଦେଇଛନ୍ତି ।

ସେ କହିଛନ୍ତି କି ମୋର ବୟସ ହୋଇ ଗଲାଣି । ୫ ଦଶନ୍ଧୀରୁ ଊର୍ଦ୍ଧ୍ୱ ସମୟ ଧରି ରାଜ୍ୟ ରାଜନୀତିରେ ବେଶ ସକ୍ରିୟ ରହିଛି । ଆଉ ରାଜନୀତି କରିବି ନାହିଁ । ଏଣିକି ମୋ ସାନ ପୁଅ ଜଟଣୀରୁ ନିର୍ବାଚନ ଲଢିବ ବୋଲି ସେ କହିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ସେ ଆହୁରି ମଧ୍ୟ କହିଛନ୍ତି କି ମୋତେ ୮୦ ବର୍ଷ ହେଲାଣି । ଆଉ ଲଢି ପାରୁନି । କିନ୍ତୁ ଲୋକଙ୍କ ସେବା ଜାରି ରଖିବି ବୋଲି ସେ କହିଥିଲେ ।

ଆହୁରି ପଢ଼ନ୍ତୁ : ଚାରିଗୁଣା ବଢ଼ିବ ବିଜୁଳି ବିଲ୍ ! ଅସହ୍ୟ ତାତି ସାଙ୍ଗକୁ ଜନତାଙ୍କୁ କଲବଲ କରିବ ବଢୁଥିବା ବିଲ୍...

ସୂଚନା ଯୋଗ୍ୟ ଗତକାଲି ସୁର ରାଉତରାୟ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5ଟି ସଚିବ ଭିକେ ପାଣ୍ଡିଆନଙ୍କୁ ଭେଟିଥିଲେ । ଏହି ସାକ୍ଷାତକାରକୁ ନେଇ କହିଥିଲେ କି ମୋ ପୁଅ ସିଦ୍ଧାର୍ଥ ରାଉତରାୟ ଯେଉଁ ସବୁ ପାହାଡ଼ ଚଢି ରେକର୍ଡ କରିଛି ଏହାର ସଫଳତା ସମ୍ପର୍କରେ ଜଣାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଯାଇଥିଲି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5 ଟି ସଚିବ ପୁଅ ବିଷୟରେ ଜାଣି ବେଶ ଖୁସି ହେଲେ । କେବଳ ମୋ ବଡ଼ ପୁଅ ସମ୍ପର୍କରେ ଚର୍ଚ୍ଚା ହୋଇଥିଲା । ଅନ୍ୟ କୌଣସି ରାଜନୈତିକ ଚର୍ଚ୍ଚା ହୋଇନଥିଲା ବୋଲି ସୁର କହିଥିଲେ ।

Share this story