ବରିଷ୍ଠ ଓଏଏସ୍‌‌ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ଜାଣନ୍ତୁ କେଉଁ ଅଧିକାରୀ କେଉଁଠି ପାଇଲେ ନିଯୁକ୍ତି 
 

Major Reshuffle In Senior OAS Officers Level By Odisha Govt
ବରିଷ୍ଠ ଓଏଏସ୍‌‌ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

ଓଡ଼ିଆ ଗସିପ୍ ବ୍ୟୁରୋ: ମଙ୍ଗଳବାର ରାଜ୍ୟ ସରକାର ବରିଷ୍ଠ ଓଏଏସ୍‌‌ ସ୍ତରରେ ଅଦଳବଦଳ କରିଛନ୍ତି। ଏନେଇ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ବରିଷ୍ଠ ଓଏଏସ୍‌‌ ଅଫିସର୍‌ ଘାସିରାମ ମୁର୍ମୁ ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର ଅତିରିକ୍ତ କମିସନର୍‌ ଭାବେ ନିଯୁକ୍ତି ପାଇଛନ୍ତି। ଏହାସହ ବିଏମ୍‌ସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି।

ଅଧିକ ପଢ଼ନ୍ତୁ: ବ୍ରେନକୁ ଭିତରୁ ଦୁର୍ବଳ କରୁଛି ଏହି ୫ଟି ଖରାପ ଅଭ୍ୟାସ, ଆଜି ହି ଛାଡ଼ନ୍ତୁ, ନଚେତ୍ ହେବ ଏହି ଗମ୍ଭୀର ରୋଗ

ସେହିପରି ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ସୁବ୍ରତ କୁମାର ପଣ୍ଡାଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଓ ବଲାଙ୍ଗିର ପ୍ରକଳ୍ପ ନିର୍ଦ୍ଦେଶକ(ଡିୟୁଡିଏ) ସୁଦର୍ଶନ ସଏଙ୍କୁ ବୁର୍ଲା ଭୀମସାର ରେଜିଷ୍ଟ୍ରାର(ପ୍ରଶାସନ) ଭାବେ ବଦଳି ହୋଇଛି। 

ଅଧିକ ପଢ଼ନ୍ତୁ: ଜାଣିବାକୁ ଚାହୁଁଛନ୍ତି କି କେମିତି କଟିବ ଆପଣଙ୍କ ଏହି ସପ୍ତାହ, ପଢନ୍ତୁ ଏ ସପ୍ତାହର ରାଶିଫଳ…

ବୁର୍ଲା ଭୀମସାରରେ ରେଜିଷ୍ଟ୍ରାର୍‌ ଦାୟିତ୍ୱରେ ଥିବା ପ୍ରଫୁଲ୍ଲ କୁଜୁରଙ୍କୁ ବଲାଙ୍ଗୀର ପ୍ରକଳ୍ପ ନିର୍ଦ୍ଦେଶକ (ଡିୟୁଡିଏ) ଓ କୋରାପୁଟ ଜିଲ୍ଲା ଦଶମନ୍ତପୁର ତହସିଲଦାର ଅଜୟ ପ୍ରକାଶ ତିର୍କୀଙ୍କୁ କଳାହାଣ୍ଡିର ଧର୍ମଗଡ଼ ଅତିରିକ୍ତ ଉପଜିଲ୍ଲାପାଳ ଭାବେ ବଦଳି ହୋଇଛି। ଅନ୍ୟପଟେ ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ହୋଇଛନ୍ତି ମାନସ ରଞ୍ଜନ ବାରିକ (ଓଏସ୍‌‌ଜେଏସ୍‌‌)। ଏନେଇ ରାଜ୍ୟ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଅଧିକ ପଢ଼ନ୍ତୁ: ପାଗ ବଦଳୁଛି, ବର୍ଷାରେ ଶକ୍ତି ବଢ଼ାନ୍ତୁ, ରୋଗ ସହ ଲଢ଼ନ୍ତୁ, ଜାଣନ୍ତୁ କେମିତି ବଢ଼ାଇବେ ରୋଗ ପ୍ରତିରୋଧକ ଶକ୍ତି

Share this story