ହ୍ୱାଟ୍ସଆପ୍ ଉପରେ ଆଉ ବିଶ୍ୱାସ କରିହେବ ନାହିଁ; କାହିଁକି ଏମିତି କହିଲେ ଟ୍ୱିଟର ମାଲିକ ଏଲନ୍‌ ମସ୍କ

We cant believe on whatsapp anymore

ଓଡ଼ିଆ ଗସିପ୍ ବ୍ୟୁରୋ: ବିଲିୟନେୟାର ତଥା ଟ୍ୱିଟର ମାଲିକ ଏଲନ ମସ୍କ ଦାବି କରିଛନ୍ତି ଯେ, ହ୍ୱାଟ୍ସଆପ୍ ଉପରେ ଆଉ ବିଶ୍ୱାସ କରାଯାଇପାରିବନାହିଁ । ଏକ ଟ୍ୱିଟରେ ଏଲନ୍ ମସ୍କ ଏହା କରିଛନ୍ତି । ପ୍ରକୃତରେ ଜଣେ ୟୁଜର୍ସଙ୍କ ଫୋନ୍‌ରେ ତାଙ୍କ ଅନୁମତି ବିନା ହ୍ୱାଟ୍ସଆପ୍ ମାଇକ୍ରୋଫୋନ୍ ବ୍ୟବହାର କରୁଥିବା ସେ ଜାଣିବାକୁ ପାଇଥିଲେ ।

ସେ ଏହି କଥା ଟ୍ୱିଟରରେ ସେୟାର କରିବା ପରେ ୟୁଜର୍ସ ଜଣଙ୍କୁ ଟ୍ୱିଟର ମୁଖ୍ୟ ଏହି ଉତ୍ତର ଦେଉଛନ୍ତି । ୟୁଜର୍ସ ଜଣକ ଲେଖିଛନ୍ତି, ହ୍ୱାଟ୍ସଆପ୍ ବ୍ୟାକ୍‌ ଗ୍ରାଉଣ୍ଡରେ ମାଇକ୍ରୋଫୋନ୍ ବ୍ୟବହାର କରୁଛି । ସେ ଶୋଇଥିଲେ ଏବଂ ସକାଳ ୬ ଟାରେ ଉଠି ଦେଖିଲେ ଯେ ହ୍ୱାଟ୍ସଆପ୍ ତାଙ୍କର ବିନା ଅନୁମତିରେ ମାଇକ୍ରୋଫୋନ୍ ବ୍ୟବହାର କରୁଛି ।

ଆହୁରି ପଢନ୍ତୁ : ଦୌଡ଼ରାଣୀ ଦୂତୀ ନିଜ ପ୍ରେମିକାଙ୍କ ମଥାରେ ଦେଲେ ସିନ୍ଦୁର : ବଖାଣିଲେ ପ୍ରେମକାହାଣୀ; କହିଲେ ସେ ସମଲିଙ୍ଗୀ ସମ୍ପର୍କକୁ ନେଇ ବହୁତ ଗର୍ବିତ

ଏଥିରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ କି କ'ଣ ସବୁ ଚାଲିଛି । ଏହାକୁ ବ୍ୟକ୍ତି ଜଣକ ତାଙ୍କର ଟାଇମ୍‌ଲାଇନ୍‌ରେ ସେୟାର କରିଛନ୍ତି । ଏହି ଟୁଇଟ ଉପରେ ଏଲନ୍‌ ମସ୍କ କୋଟ୍ ଟୁଇଟ୍ କରି ଉତ୍ତର ଦେଇ କହିଛନ୍ତି ଯେ ହ୍ୱାଟସ୍ ଆପ୍ ଉପରେ ଆଉ ବିଶ୍ୱାସ କରାଯାଇପାରିବ ନାହିଁ ।

ସେହିପରି ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି ଯେ, ଅନେକ ଲୋକେ ଜାଣି ନାହାଁନ୍ତି ଯେ ହ୍ୱାଟସ୍ ଆପ୍ ମେଟା/ଫେସବୁକ୍ ମାଲିକାନା ଅଟେ । ଏହାପରେ ପୁଣି ଏଲନ୍‌ ମସ୍କ ଜବ ରଖିଥିଲେ ।

Share this story