IPL ଇତିହାସରେ ୫ ମହଙ୍ଗା ଖେଳାଳିଙ୍କ ଦେଖନ୍ତୁ ତାଲିକା, ନାହାଁନ୍ତି କୌଣସି ଭାରତୀୟ ଖେଳାଳି 
 

Top 5 Most Expensive players in ipl history
ସବୁ ରେକର୍ଡ ଭାଙ୍ଗିଲେ ଅଷ୍ଟ୍ରେଲୀୟ କ୍ରିକେଟର୍
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଇପିଏଲ୍‌ ଇତିହାସରେ ସବୁ ରେକର୍ଡକୁ ପଛରେ ପକାଇ ଅଷ୍ଟ୍ରେଲୀୟ ପେସ୍ ବୋଲର ମିଚେଲ୍ ଷ୍ଟାର୍କ ହୋଇଛନ୍ତି ସବୁଠୁ ଦାମୀ ଖେଳାଳି। ଆଜି ହେଉଥିବା ଆଇପିଏଲ ୨୦୨୪ ପାଇଁ ନିଲାମୀରେ ମିଚେଲ ଷ୍ଟାର୍କଙ୍କୁ କୋଲକାତା ନାଇଟ ରାଇଡର୍ସ ୨୪.୭୫ କୋଟି ଟଙ୍କାରେ କିଣିଛି। ଯାହା ଫଳରେ ଷ୍ଟାର୍କ ଆଇପିଏଲ ଇତିହାସରେ ସବୁଠାରୁ ମହଙ୍ଗା ଖେଳାଳି ବନିଛନ୍ତି। 

କେବଳ ମିଚେଲ ଷ୍ଟାର୍କ ନୁହେଁ ଅଷ୍ଟ୍ରେଲିଆକୁ ଦିନିକିଆ ବିଶ୍ବ ଚାମ୍ପିୟନ୍ କରାଇଥିବା ଅଧିନାୟକ ପାଟ୍‌ କମିନ୍ସ ବି ଅଧିକ ଦାମ୍‌ରେ ବିକ୍ରି ହୋଇଛନ୍ତି । ପାଟ୍‌ କମିନ୍ସଙ୍‌କୁ ସନରାଇଜର୍ସ ହାଇଦ୍ରାବାଦ ୨୦.୫୦ କୋଟି ଟଙ୍କାରେ କିଣିଛି । ଯାହାକି ଚଳିତ IPL ନିଲାମୀରେ ଦ୍ବିତୀୟ ଦାମୀ ପ୍ଲେୟାର । 

ଅଧିକ ପଢନ୍ତୁ :ଏହି ସବୁ ଲକ୍ଷଣ ଦେଖା ଗଲେ ଜମାରୁ କରନ୍ତୁନି ଅଣଦେଖା, ହୋଇପାରେ ହାର୍ଟ ଆଟାକ୍‌, ନଚେତ୍‌...

ଅଷ୍ଟ୍ରେଲୀୟ ପେସ୍ ବୋଲର ମିଚେଲ୍ ଷ୍ଟାର୍କଙ୍କୁ ପ୍ରଥମେ ମୁମ୍ବାଇ ଏବଂ ଦିଲ୍ଲୀ ୯.୬୦ କୋଟି ଟଙ୍କାରେ କିଣିବା ପାଇଁ ବିଡ୍ କରିଥିଲେ। ଏହା ପରେ ଗୁଜୁରାଟ ଟାଇଟନ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ବିଡ୍ କରିବା ଆରମ୍ଭ କରିଥିଲେ। ଷ୍ଟାର୍କଙ୍କୁ ନେବା ପାଇଁ ଗୁଜରାଟ ଟାଇଟନ୍ସ ଓ କୋଲକାତା ମଧ୍ୟରେ ଜୋରଦାର ଟକ୍କର ଲାଗିଥିଲା। ରେକର୍ଡ ପରେ ରେକର୍ଡ ସୃଷ୍ଟି ହୋଇଥିଲା। ଗୁଜରାଟ ୨୪.୫୦ କୋଟି ଯାଏ ନିଲାମୀ ଡାକିଥିଲା। କିନ୍ତୁ ଶେଷରେ ଷ୍ଟାର୍କଙ୍କୁ କୋଲକାତା ୨୪.୭୫ କୋଟି ଟଙ୍କାରେ କିଣିଛି।

ଅଧିକ ପଢନ୍ତୁ :୨୦୨୪ ଆରମ୍ଭରେ ବଦଳିଯିବ ଏହି ରାଶିଙ୍କ ଭାଗ୍ୟ, ୫୦୦ ବର୍ଷ ପରେ ସୃଷ୍ଟି ହେଉଛି ଗୁରୁ ଗୋଚର ରାଜଯୋଗ

ବିଶ୍ୱର ସବୁଠାରୁ ବ୍ୟୟବହୁଳ ଫ୍ରାଞ୍ଚାଇଜଭିତ୍ତିକ ଟି-୨୦ ପ୍ରତିଯୋଗିତା ଇଣ୍ଡିଆନ ପ୍ରିମିଅର ଲିଗ୍‌ (ଆଇପିଏଲ୍‌)ର ୭୭ଟି ସ୍ଥାନ ପାଇଁ ୩୩୩ ଖେଳାଳି ସାମିଲ ହୋଇଛନ୍ତି। ଯେଉଁଥିରେ ୨୧୪ଜଣ ଭାରତୀୟ ଓ ୧୧୯ଜଣ ବିଦେଶୀ ରହିଛନ୍ତି। ସେହିଭଳି ଏମାନଙ୍କ ମଧ୍ୟରୁ ୧୧୬ଜଣ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିସାରିଥିବାବେଳେ ୨୧୫ଜଣ ଅନ୍‌କ୍ୟାପଡ୍‌ ଖେଳାଳି ସ୍ଥାନ ପାଇଛନ୍ତି।

ଅଧିକ ପଢନ୍ତୁ :ଏହି ୩ଟି ରାଶି ଉପରେ ରହିବ ଶନିଦେବଙ୍କ କୃପା, ଖୁବଶୀଘ୍ର ବଦଳିବ ଏମାନଙ୍କ ଭାଗ୍ୟ

ବର୍ତ୍ତମାନ ପର୍ଯ୍ୟନ୍ତ ଆଇପିଏଲ୍ ଇତିହାସରେ ୫ ମହଙ୍ଗା ଖେଳାଳିଙ୍କ ତାଲିକା

ମିଚେଲ୍ ଷ୍ଟ୍ରାକ୍:  ୨୪.୭୫ କୋଟି (KKR)
ପ୍ୟାଟ୍ କମିନ୍ସ- ୨୦.୫୦ କୋଟି (SRH)
ସାମ୍ କରନ୍- ୧୮.୫୦ କୋଟି (PBKS)
କ୍ୟାମେରନ୍ ଗ୍ରୀନ୍- ୧୭.୫୦ କୋଟି (MI)
ବେନ୍ ଷ୍ଟୋକ୍ସ- ୧୬.୨୫ କୋଟି (CSK)

ଅଧିକ ପଢନ୍ତୁ :୩୦ ବର୍ଷ ପରେ ବିରଳ ସଂଯୋଗ, କଟିବ ଶନି ଦଶା, ବଦଳି ଯିବ ଏହି ୫ ରାଶିଙ୍କ ଭାଗ୍ୟ!
 

Share this story