ହାତରେ ମଦ ବୋତଲ, ପାଦ ତଳେ ଟ୍ରଫି, କେତେ ବିଶ୍ବକପ୍ ଜିତିଲେ ମଧ୍ୟ କାଙ୍ଗାରୁ କେବେ ସୁଧୁରିବେନି...

ହାତରେ ମଦ ବୋତଲ, ପାଦ ତଳେ ଟ୍ରଫି
ଓଡ଼ିଆ ଗସିପ୍ ବ୍ୟୁରୋ:ଗତକାଲି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ୍ ପାଇଁ ଟକ୍କର ହୋଇଥିଲା । ଭାରତ ଏହି ବିଶ୍ୱକପ୍ ଫାଇନାଲ ମ୍ୟାଚରେ ପରାଜୟ ବରଣ କରିଥିଲା। ଫଳରେ ଭାରତୀୟ କ୍ରିକେଟପ୍ରେମୀଙ୍କୁ ନିରାଶ ହେବାକୁ ପଡ଼ିଥିଲା । ଏହାକୁ ସହଜରେ ଗ୍ରହଣ କରିପାରି ନ ଥିେଲେ କ୍ରିକେଟ୍ ପ୍ରେମୀ ।
କିନ୍ତୁ ଅଷ୍ଟ୍ରେଲିଆ ବିଶ୍ୱକପ୍ ଜିତିଲା ପରେ ଏବେ ସମାଲୋଚନାର ଶିକାର ହୋଇଛନ୍ତି, ‘ବିଶ୍ବକପ୍ ଟ୍ରଫି’ ଉପରେ ଦୁଇ ଗୋଡ଼ ରଖି ଅଷ୍ଟ୍ରେଲୀୟ କ୍ରିକେଟ୍ ଖେଳାଳି ମିଚେଲ୍ ମାର୍ସ ବସିଥିବା ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ପରେ ସେ ‘ଟ୍ରୋଲ୍’ ବା ସମାଲୋଚନାର ସରବ୍ୟ ହୋଇଛନ୍ତି।
ଅଧିକ ପଢନ୍ତୁ : ହନ୍ତସନ୍ତ ହେବେ ଏହି ରାଶିର ଲୋକ, ୧୦ ବର୍ଷ ପରେ ପଡିଛି ରାଜଯୋଗ, ୩ ରାଶି ପାଇବେ ଲାଭ!
ଉକ୍ତ ଫଟୋକୁ ପ୍ରଥମେ ଅଷ୍ଟ୍ରେଲିଆ କ୍ରିକେଟ୍ ଟିମ୍ର ଅଧିନାୟକ ପ୍ୟାଟ୍ କ୍ୟୁମିନ୍ସ୍ ‘ଇନ୍ଷ୍ଟାଗ୍ରାମ୍’ରେ ସେୟାର୍ କରିଥିଲେ। ସେଠାରୁ ଏହି ଫଟୋ ସେୟାର୍ ହୋଇ ବିଭିନ୍ନ ସାମାଜିକ ଗଣମାଧ୍ୟମ ପ୍ଲାଟ୍ଫର୍ମକୁ ଯାଇଛି।‘ଇଣ୍ଟର୍ନେଟ୍’ ବ୍ୟବହାକାରୀମାନେ ମାର୍ସଙ୍କର ଏତାଦୃଶ ଆଚରଣକୁ ‘ଅସମ୍ମାନଜନକ’ କହି ତାଙ୍କୁ ‘ଟ୍ରୋଲ୍’ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ରବିବାର ଦିନ ଭାରତ ବିପକ୍ଷରେ ‘ଆଇସିସି କ୍ରିକେଟ୍ ବିଶ୍ବକପ୍’ ମ୍ୟାଚ୍ରେ ବିଜୟୀ ହୋଇ ‘ବିଶ୍ବକପ୍ ଟ୍ରଫି’ ଗ୍ରହଣ କରିବାର କିଛି ସମୟ ପରେ ଏହି ଫଟୋଟି ଉଠାଯାଇଥିଲା। ଜଣାପଡୁଛି, ଏହି ଫଟୋଟି ଅଷ୍ଟ୍ରେଲିଆ ଟିମ୍ ରହୁଥିବା ହୋଟେଲ୍ ରୁମ୍ରେ ଉଠାଯାଇଛି। ସେଠାରେ ଖେଳାଳିମାନେ ବସି ଗପସପ କରୁଥିବା ବେଳେ ମାର୍ସ ଏଭଳି ବସିଥିଲେ।
ଅଧିକ ପଢନ୍ତୁ : ଶାରୀରିକ ଅସୁସ୍ଥତା ପାଇଁ ଖର୍ଚ୍ଚାନ୍ତରେ ପଡ଼ିବା ସହ ପରିବାରରେ ଅଶାନ୍ତି ଲାଗି ରହିବ, ପଢନ୍ତୁ ଏ ସପ୍ତାହର ରାଶିଫଳ

ସୂଚନା ଅନୁସାରେ, ଅଧିନାୟକ କ୍ୟୁମିନ୍ସ୍ ଡ୍ରେସିଙ୍ଗ୍ ରୁମ୍ରେ ଚାଲିଥିବା ବିଜୟ ଉତ୍ସବ ପାଳନକାଳୀନ ଅଳ୍ପ କେତୋଟି ଫଟୋ ‘ଇନ୍ଷ୍ଟାଗ୍ରାମ୍’ରେ ପୋଷ୍ଟ୍ କରିଥିଲେ। ସେଥିରୁ ଗୋଟିଏ ଫଟୋରେ ଦେଖାଯାଉଛି ଅଷ୍ଟ୍ରେଲିଆ ‘ଓପେନର୍’ ମିଚେଲ୍ ମାର୍ସ ହାତରେ ମଦ ବୋତଲ (ପିଣ୍ଟ୍) ସୋଫାରେ ବସିଥିବା ବେଳେ ତଳେ ଥୁଆ ଯାଇଥିବା ‘ବିଶ୍ବକପ୍ ଟ୍ରଫି’ ଉପରେ ପାଦ ଯୋଡ଼ିକ ରଖିଛନ୍ତି।
ଅଧିକ ପଢନ୍ତୁ: ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟକୁ ନେଇ ଏହି ରାଶିର ଲୋକେ ଚିନ୍ତାରେ ରହିବେ, ପଢନ୍ତୁ ଆଜିର ରାଶିଫଳ