ଚର୍ଚ୍ଚାରେ ଗମ୍ଭୀର-କୋହଲି ବିବାଦ, ସାମ୍ନାକୁ ଆସିଲା ଯୁକ୍ତିତର୍କର ଅସଲ ସତ

gautam gambhir and Virat Kohli fight

ଓଡ଼ିଆ ଗସିପ ବ୍ୟୁରୋ: ଲକ୍ଷ୍ନୌରେ ବିରାଟ କୋହଲି ଏବଂ ଗୌତମ ଗମ୍ଭୀରଙ୍କ ମଧ୍ୟରେ ହୋଇଥିବା ବିବାଦକୁ ନେଇ ଏବେ ସବୁଠି ଚର୍ଚ୍ଚା । ରୟାଲ ଚ୍ୟାଲେଞ୍ଜର ବେଙ୍ଗାଲୁର ଓ ଲକ୍ଷ୍ନୌ ସୁପର ଜାଏଂଟସ୍ ମ୍ୟାଚରେ ଦୁଇ ଖେଳାଳୀଙ୍କ ମଧ୍ୟରେ ବିବାଦ ହୋଇଥିଲା । ପଡ଼ିଆ ମଧ୍ୟରେ କୋହଲି ଓ ଗମ୍ଭୀରଙ୍କ ମଧ୍ୟରେ କଥା କଟାକଟି ହେଉଥିବାର ଦୃଶ୍ୟ ସାମ୍ନାକୁ ଆସିଥିଲା ।

ତେବେ ଊଭୟଙ୍କ ମଧ୍ୟରେ କ’ଣ ଯୁକ୍ତିତର୍କ ହୋଇଥିଲା ତାହା ଏବେ ସାମ୍ନାକୁ ଆସିଛି ।

ଗମ୍ଭୀର-କୋହଲି ଯୁକ୍ତିିତର୍କ କିଛି ଏପରି ଥିଲା :

ପଡିଆରେ ଆଫଗାନ ବୋଲର ନଦୀମ-ଉଲ-ହକ୍ ଏବଂ ବିରାଟ କୋହଲିଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲିଥିଲା

ଆହୁରି ପଢ଼ନ୍ତୁ : ଘାଟି ତଳକୁ ଖସିଲା ଅଟୋ : ବସିଥିଲେ ୧୮ ଯାତ୍ରୀ; ୧୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

adimg

ଏହି ସମୟରେ ଗମ୍ଭୀର ବିରାଟଙ୍କୁ କହିଥଲେ- କ’ଣ କହୁଛ ମୋତେ କୁହ?

ବିରାଟ କହିଥିଲେ - ମୁଁ ଆପଣଙ୍କୁ କିଛି କହିନାହିଁ, ଆପଣଙ୍କୁ କ’ଣ ପାଇଁ ଏଥିରେ ମୁଣ୍ଡ ପୁରାଉଛନ୍ତି?

ଗୌତମ ଗମ୍ଭୀର - ତୁମେ ମୋ ଖେଳାଳୀଙ୍କୁ ଗାଳି କରିବା ମାନେ ମୋତେ ଏବଂ ମୋ ପରିବାରକୁ ଗାଳି କରିବା ସହ ସମାନ

ବିରାଟ କୋହଲି - ତାହାଲେ ଆପଣ ଆପଣଙ୍କ ପରିବାରକୁ ସମ୍ଭାଳିକି ରଖନ୍ତୁ

ଗୌତମ ଗମ୍ଭୀର - ଏହା କ’ଣ ତୁ ମୋତେ ଶିଖେଇବୁ

ଗମ୍ଭୀର - କୋହଲିଙ୍କ ମଧ୍ୟରେ ଯୁକ୍ତିତର୍କ ବଢୁଥିବା ବେଳେ ଦୁଇ ଦଳର ଖେଳାଳୀ ଉଭୟଙ୍କୁ ଅଟକାଇଥିଲେ । ପରସ୍ପରକୁ ଅଲଗା କରି ନେଇଯାଇଥିଲେ ଉଭୟ ଦଳର ଖେଳାଳୀ । ଏହା ପରେ ଉଭୟ ଟିମ ପକ୍ଷରୁ ସୋସିଆଲ ମିଡିଆ ଆକାଉଣ୍ଟରେ କଥା କଟାକଟି ହୋଇଥିବା ଦେଖିବାକୁ ମିଳିଛି ।

ଆହୁରି ପଢ଼ନ୍ତୁ : ଚନ୍ଦ୍ରଗ୍ରହଣ ସହ ରହିବ ଭଦ୍ରା କାଳ, ପ୍ରଥମ ଚନ୍ଦ୍ରଗ୍ରହଣଠୁ ୩୦ ଦିନ ପର୍ଯ୍ଯନ୍ତ ଏହି ୫ ରାଶି ରୁହନ୍ତୁ ସର୍ତକ

ଦୁଇ ଖେଳାଳୀଙ୍କ ବିବାଦକୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ହେଉଛି । କିନ୍ତୁ କୋହଲି କହିଛନ୍ତି, ଆମେ ଯାହା ଶୁଣୁଛେ ତାହା ଏକ ମତ, ଏଥିରେ ସତ୍ୟତା ନାହିଁଁ । ଯାହା ଆମେ ଦେଖୁଛେ ତାହା ଏକ ଚିନ୍ତାଧାରା, ଏହା ସତ ନୁହେଁ ।

ବିରାଟଙ୍କ ଏଭଳି ପୋଷ୍ଟ ପରେ ବାସ୍ତବରେ ସେ କ’ଣ କହିବାକୁ ଚାହୁଁଛନ୍ତି ତାକୁ ନେଇ ଚର୍ଚ୍ଚା ହେଉଛି । ଏପଟେ କୋହଲି - ଗମ୍ଭୀରଙ୍କ ବିବାଦକୁ ନେଇ ମୁହଁ ଖୋଲିଛନ୍ତି ପୂର୍ବତନ କ୍ରିକେଟର ହରଭଜନ ସିଂ ।

ହରଭଜନ କହିଛନ୍ତି, ଦୁଇ ଜଣଙ୍କ ମଧ୍ୟରେ ପୂର୍ବରୁ ଭଲ ସମ୍ପର୍କ ଥିଲା, ସେମାନେ ଏକାଠି ଭାରତୀୟ ଟିିମ୍ ପାଇଁ ମଧ୍ୟ ଖେଳିଛନ୍ତିି, କିନ୍ତୁ ୨୦୧୩ ଆଇପିଏଲ ମ୍ୟାଚରୁ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଯେତେବେଳେ ଗମ୍ଭୀର କୋଲକତା ନାଇଟ୍ ରାଇଡର୍ସ ପକ୍ଷରୁ ଖେଳୁଥିଲେ ଆଉ ବିରାଟ ବେଙ୍ଗାଲୁର ପକ୍ଷରୁ । ଏଭଳି ସ୍ଥତିରେ ପୁଣି ଥରେ ବେଙ୍ଗାଲୁର ଓ ଲକ୍ଷ୍ନୌ ମ୍ୟାଚ ଦେଖିବାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି କ୍ରିକେଟ ପ୍ରେମୀ ।

Share this story