ଘାଟି ତଳକୁ ଖସିଲା ଅଟୋ : ବସିଥିଲେ ୧୮ ଯାତ୍ରୀ; ୧୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

auto met accident

ଓଡ଼ିଆ ଗସିପ ବ୍ୟୁରୋ: ଘାଟିରେ ତଳକୁ ଖସିଲା ଅଟୋ । ଦୁର୍ଘଟଣାରେ ୧୮ ଯାତ୍ରୀ ଆହତ ହୋଇଛନ୍ତି । ୧୨ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ସୂଚନା ରହିଛି । ଗଜପତି ଜିଲ୍ଲା ମୋହନା ଥାନା ଗୁଛାଗୁଡ଼ା ଘାଟିରେ ଘଟିଛି ଦୁର୍ଘଟଣା ।

ଆଜି ସକାଳେ ଗୁଛାଗୁଡ଼ା ଓ ଟୁଟୁଗୁଡ଼ା ଗାଁର ୧୮ ଯାତ୍ରୀମାନେ ଗୋଟିଏ ଅଟୋରେ ଲୁହାଗୁଡ଼ି ସାପ୍ତାହିକ ହାଟକୁ ଯାଉଥିଲେ । ଅଟୋଟି ଘାଟିରେ ତଳକୁ ଗଡୁ ଥିବା ବେଳେ ଭାରସାମ୍ୟ ହରାଇ କନ୍ଧକଳାମେରି ଗାଁର ନିକଟରେ ରାସ୍ତାର ଡାହାଣ ପଟକୁ ପ୍ରାୟ ୧୫ ଫୁଟ ତଳକୁ ଅଟୋ ଖସି ପଡ଼ିଥିଲା ।

ଆହୁରି ପଢ଼ନ୍ତୁ : ଚନ୍ଦ୍ରଗ୍ରହଣ ସହ ରହିବ ଭଦ୍ରା କାଳ, ପ୍ରଥମ ଚନ୍ଦ୍ରଗ୍ରହଣଠୁ ୩୦ ଦିନ ପର୍ଯ୍ଯନ୍ତ ଏହି ୫ ରାଶି ରୁହନ୍ତୁ ସର୍ତକ

ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ମୋହନା ମେଡିକାଲରେ ଭର୍ତ୍ତି କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ଶିଶୁ ଓ ୪ ଜଣ ମହିଳା ରହୁଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣା ତଦନ୍ତ କରୁଛି ।

Share this story

World Odia Language Conferene