ମୋଦି,ଶାହ, ଧୋନି, ସଚିନ...ଟିମ୍ ଇଣ୍ଡିଆ ହେଡ କୋଚ୍ ପାଇଁ ଆସିଲା ଏମାନଙ୍କ ନାମ, BCCI ଚକିତ
 

Fake applicants use famous names for India cricket head coach job
କିଏ ହେବ ଟିମ୍ ଇଣ୍ଡିଆ ହେଡ କୋଚ୍?
 

ଓଡ଼ିଆ ଗସିପ୍ ବ୍ୟୁରୋ: ଜୁନ ପହିଲାରୁ ଆମେରିକା ଓ ୱେଷ୍ଟଇଣ୍ଡିଜରେ ମିଳିତ ଭାବେ ଆଇସିସି ଟି-୨୦ ବିଶ୍ୱକପ୍‌ର ୯ମ ସଂସ୍କରଣ ଆରମ୍ଭ ହେବ। ଏହି ମେଗା ଇଭେଣ୍ଟ ପରେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ୍‌ଙ୍କ କାର୍ଯ୍ୟକାଳ ସମାପ୍ତ ହେବ। ଦ୍ରାବିଡ୍‌ଙ୍କ ପରେ କିଏ ଭାରତୀୟ କ୍ରିକେଟ୍‌ ଦଳର ଗୁରୁଦାୟିତ୍ୱ ତୁଲାଇବା, ତାହାକୁ ନେଇ ଏବେ ଚାରିଆଡେ଼ ପ୍ରଶ୍ନ ଉଠିଛି। ଭାରତୀୟ ନାଁ ବିଦେଶୀ ପ୍ରଶିକ୍ଷକ ଭାରତୀୟ ଦଳକୁ ମିଳିବେ ତାହାକୁ ନେଇ ଅନେକ ଚର୍ଚ୍ଚା ଆଲୋଚନା ଲାଗିଛି।

ଅନ୍ୟପଟେ ଠିକ୍‌ ଏତିକି ବେଳେ ବିସିସିଆଇର ଅଡ଼ୁଆ ବଢାଇଛି କୋଚ୍‌ ପଦ ପାଇଁ ଆସିଥିବା ୩ ହଜାରରୁ ଉର୍ଦ୍ଧ୍ବ ନକଲି ଆବେଦନ। ଭାରତୀୟ ଟିମର ମୁଖ୍ୟ କୋଚ୍‌ ହେବା ପାଇଁ ନରେନ୍ଦ୍ର ମୋଦୀ, ଅମିତ ଶାହ, ବୀରେନ୍ଦ୍ର ସେହୱାଗ, ଶାହାରୁଖ ଖାନ, ସଚିନ ତେନ୍ଦୁଲକର, ଏମଏସ ଧୋନୀଙ୍କ ଭଳି ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ନାଁରେ ନକଲି ଆବେଦନପତ୍ର ଦାଖଲ କରାଯାଇଛି।

ଅଧିକ ପଢନ୍ତୁ : ଡାଇସେଟିସ୍ ରୋଗୀ ସାବଧାନ! ରାତିରେ ଖାଆନ୍ତୁ ନାହିଁ ଏହି ୪ଟି ଖାଦ୍ୟ, ଅନକଣ୍ଚ୍ରୋଲ ହୋଇଯିବ ସୁଗାର ଲେବଲ

କୋଚ୍‌ ପଦ ପାଇଁ ଆସିଛି ନକଲି ଆବେଦନ

କିଛି ଦିନ ପୂର୍ବରୁ ବିସିସିଆଇ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ପଦ ପାଇଁ ଆବେଦନକୁ ଆମନ୍ତ୍ରଣ କରାଯାଇଥିଲା। ଏହି ପଦ ପାଇଁ ଆବେଦନ କରିବା ପାଇଁ ଏକ ଗୁଗୁଲ ଡକ୍ୟୁମେଣ୍ଟ ଫର୍ମ ଅନଲାଇନରେ ଜାରି କରାଯାଇଥିଲା। ଏହା ଜରିଆରେ ‌ଯେଉଁ ପ୍ରାର୍ଥୀମାନେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଭାରତୀୟ କିକେଟ ଦଳର ମୁଖ୍ୟ କୋଚ ପାଇଁ ଇଚ୍ଛୁକ ଥିଲେ ସେମାନେ ଏଥିରେ ଆବେଦନ କରିଥିଲେ। ଏହି ଆବେଦନର ଶେଷ ତାରିଖ ମଇ ୨୭ ତାରିଖ ପର୍ଯ୍ୟନ୍ତ ଥିଲା।

ଅଧିକ ପଢନ୍ତୁ : ଦାମ୍ପତ୍ୟ ଜୀବନରେ ତିକ୍ତତା ଆସିବା ସହ ଏହି ରାଶି ଲୋକଙ୍କ ଆର୍ଥିକ ସମସ୍ୟା ଦେଖା ଦେବ! ପଢନ୍ତୁ ଆଜିର ରାଶିଫଳ  

ଏହି କ୍ରମରେ ବିସିସିଆଇ ପକ୍ଷରୁ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ପ୍ରକାଶ ପାଇଛି। ଯେଉଁଥିରେ ଉଲ୍ଳେଖ ରହିଛି କି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଭାରତୀୟ କିକେଟ ଦଳର ମୁଖ୍ୟ କୋଚର ପଦ ପାଇଁ ୩୪୦୦ଟି ନକଲି ଆବେଦନ ଆସିଛି। ଯେଉଁଥିରେ ନରେନ୍ଦ୍ର ମୋଦୀ, ଅମିତ ଶାହ, ବୀରେନ୍ଦ୍ର ସହୱାଗ, ସଚିନ ତେନ୍ଦୁଲକର, ଏମଏସ ଧୋନୀ ଓ ଶାହରୁଖ ଖାନଙ୍କ ଭଳି ନାମୀଦାମୀ ବ୍ୟକ୍ତିଙ୍କ ନାମରେ ଆବେଦନ ଫର୍ମ ପୁରଣ ହୋଇ ଆସିଥିବା ଦେଖିବାକୁ ମିଳିଛି।

ତେବେ ଏପରି ନକଲି ଆବେଦନପତ୍ର ବିସିସିଆଇ ପାଇଁ ନୂଆ ନୁହେଁ। କାରଣ ପୂର୍ବରୁ ମଧ୍ୟ ଏପରି ଶହଶହ ନକଲି ଆବେଦନପତ୍ର ସଂସ୍ଥା ପାଖକୁ ଆସିବାର ନଜିର ରହିଛି। ବିସିସିଆଇ କହିଛି ଯେ ବାରମ୍ବାର ନକଲି ଆବେଦନପତ୍ର ଆସୁଥିବାରୁ ଏଥିରୁ ମୁକୁଳିବା ପାଇଁ ଆସନ୍ତା ଥର ନୂଆ ପଦକ୍ଷେପ ଗ୍ରହଣ କରାଯିବ।

ଅଧିକ ପଢନ୍ତୁ : ଘର ସାମ୍ନାରୁ ପୂର୍ବତନ ସରପଞ୍ଚଙ୍କ ମୃତଦେହ ଉଦ୍ଧାର, ରାଜନୈତିକ ହିଂସାକୁ ନେଇ ହତ୍ୟା ଅଭିଯୋଗ
 

Share this story