ଅବୈଧ ଡ୍ରଗ୍ସ ନେଉଥିଲେ ଦୂତୀ ! ୪ ବର୍ଷ ଯାଏ ଟ୍ରାକରେ ଦୌଡ଼ି ପାରିବେନି ଦୌଡ଼ରାଣୀ 

Dutee Chand Indias fastest woman athlete gets four year ban

ଓଡ଼ିଆ ଗସିପ୍ ବ୍ୟୁରୋ: ଓଡ଼ିଆ ଝିଅ ଓଡ଼ିଶାର ଗର୍ବ ପ୍ରଥମ ଲେସବିଆନ୍ କ୍ରୀଡାବିତ୍ ଧାବିକା ଦୂତି ଚାନ୍ଦଙ୍କୁ ବଡ଼ ଝଟକା । ଡୋପ୍ ଟେଷ୍ଟରେ ବିଫଳ ହୋଇଛନ୍ତି ଦୂତି ଚାନ୍ଦ ।  ମିଳିଥିବା ଖବର ଅନୁସାରେ ୪ ବର୍ଷ ପାଇଁ ବାସନ୍ଦ ହୋଇଛନ୍ତି ଦୂତି ଚାନ୍ଦ  । ତେବେ ନାଡା ପାଖରେ ଦୂତୀ ଆବେଦନ କରିପାରିବେ । ଏହା ମଧ୍ୟରେ କିନ୍ତୁ କୌଣସି ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡାରେ ସେ ସାମିଲ ହୋଇପାରିବେନି । 

ଅଧିକ ପଢନ୍ତୁ : ଜୀବନରେ ସେକ୍ସ ନିହାତି ଆବଶ୍ୟକ କାହିଁକି ? ଜାଣନ୍ତୁ ସୁସ୍ଥ ଯୌନ ସମ୍ପର୍କର ୭ଟି ଉପକାରିତା ବିଷୟରେ 

ଆସନ୍ତା ଜାନୁଆରୀ ୨୦୨୭ ପର୍ଯ୍ୟନ୍ତ ଏହି ବ୍ୟାନ୍‌ ବଳବତ୍ତର ରହିବ। ଡୋପିଂ ନିରୋଧ ଆଇନକୁ ନେଇ ଶୃଙ୍ଖଳାଗତ କମିଟି ଏହି ନିଷ୍ପତ୍ତି ନେଇଛି । ନାଡାର ଦଣ୍ଡବିଧାନ ଧାରା ୨.୧ ଓ ୨.୨ ଅନୁସାରେ, ଦୂତିଙ୍କ ବିରୋଧରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ ଦଣ୍ଡାଦେଶ ହେବାର ୨୧ ଦିନ ମଧ୍ୟରେ ଦୂତି ଆଣ୍ଟି ଡୋପିଂ ଅପିଲ୍ ପ୍ୟାନେଲ(ADAP) ନିକଟରେ ପୁନଃ ବିଚାର ପାଇଁ ଆବେଦନ କରିପାରିବେ।

ଅଧିକ ପଢନ୍ତୁ : ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ

୨୦୨୨ ମସିହା ଡିସେମ୍ବର ୫ରେ ଦୂତୀଙ୍କ ନମୁନା ସଂଗ୍ରହ କରାଯାଇଥିଲା । ୩ ଜାନୁୟାରୀ ୨୦୨୩ ଠାରୁ ଦୂତୀଙ୍କ ପାଇଁ ଦଣ୍ଡାଦେଶ ଲାଗୁ ହୋଇଛି । ଯାହା ୩ ଜାନୁୟାରୀ ୨୦୨୭ ଯାଏ ବଳବତ୍ତର ରହିବ ।  ଦୂତୀଙ୍କ ବିରୋଧରେ ଆସିଥିବା ଅଭିଯୋଗର ପୁନଃ ବିଚାର ପାଇଁ ଆସନ୍ତା ୨୧ ଦିନ ମଧ୍ୟରେ ଆଣ୍ଟି ଡୋପିଂ ଅପିଲ ପାନେଲ ନିକଟରେ ପ୍ରାର୍ଥନା କରିପାରିବେ । 
ଅଧିକ ପଢ଼ନ୍ତୁ: ଦୁଷ୍ଟ ପତ୍ନୀଙ୍କ ଏହି ୫ ଲକ୍ଷଣ ବଦଳାଇ ପାରିଲେ ଧନୀ ହେଇଯିବ ସ୍ୱାମୀ, ଆଜି ହିଁ ଜାଣନ୍ତୁ କଣ ସେ ସବୁ ଲକ୍ଷଣ

ଏଡିଡିପି ଆଗରେ ଶୁଣାଣି ସମୟରେ ଯଦିଓ ଦୂତି ନିଷିଦ୍ଧ ଔଷଧ ସେବନକୁ ସ୍ବୀକାର କରିଥିଲେ କିନ୍ତୁ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିପାରିନଥିଲେ। ତାଙ୍କ ଫିଜିଓଥେରାପିଷ୍ଟଙ୍କ ପରାମର୍ଶକ୍ରମେ ଔଷଧ ସେବନ କରିଥିଲା ବେଳେ ତାହାର ଲେଭଲ୍‌କୁ ଯାଞ୍ଚ କରିନଥିଲେ। ଏଥିସହିତ ତାହାକୁ ୱାଡା ଦ୍ବାରା ଜାରି ହୋଇଥିବା ନିଷିଦ୍ଧ ଔଷଧ ତାଲିକା ସହ ନମିଳାଇ ସେବନ କରିଥିବା ପ୍ୟାନେଲ୍‌ ଜାଣିବାକୁ ପାଇଥିଲା। ଏହାଫଳରେ ଦୂତି ଜାତୀୟ ଆଣ୍ଟି ଡୋପିଂ ଏଜେନ୍ସି (ନାଡା)ର ଧାରା ୨.୧ ଓ ୨.୨ କୁ ଉଲଂଘନ କରିଥିବା ସ୍ପଷ୍ଟ ହୋଇଥିଲା। ଏଥିପାଇଁ ତାଙ୍କୁ ୪ ବର୍ଷ ପାଇଁ ବାସନ୍ଦ କରାଯାଇଥିବା ସୂଚନା ଦିଆଯାଇଛି।
ଅଧିକ ପଢ଼ନ୍ତୁ: ଆଜି ବି ମନେ ପଡେ ସେହି ଫୋନ କଲ, ବିଜୟ ବର୍ବାଦ ଆଉ ଅତନୁ ସାବ୍ୟସ୍ତ ହେଲେ ଲକି

ଉଲ୍ଲେଖଯୋଗ୍ୟ, ଦୂତିଙ୍କୁ ଗତବର୍ଷ ଡିସେମ୍ବର ୫ ଓ ୨୬ ତାରିଖରେ ନାଡାର ଡୋପ୍‌ ନିୟନ୍ତ୍ରକ ଅଧିକାରୀଙ୍କ ଦ୍ବାରା ଭୁବନେଶ୍ବରରେ ଦୁଇଥର ପରୀକ୍ଷା କରାଯାଇଛି। ପ୍ରଥମ ନମୁନାରେ ନିଷିଦ୍ଧ ଔଷଧ ଆଣ୍ଡାରିନ୍‌, ଓଷ୍ଟାରିନ୍‌ ଓ ଲିଗାଣ୍ଡ୍ରୋଲ୍‌ ଆସିଥିଲା ବେଳେ ଦ୍ବିତୀୟ ନମୁନାରେ ଆଣ୍ଡାରିନ୍‌ ଓ ଓଷ୍ଟାରିନ୍‌ ଥିବା ସ୍ପଷ୍ଟ ହୋଇଥିଲା। ଏହାଫଳରେ ଦୂତିଙ୍କ ପାଖରେ ଆଡଭର୍ସ ଆନାଲିଟିକାଲ୍‌ ଫାଇଣ୍ଡିଂ (ଏଏଏଫ୍‌) ନୋଟିସ୍‌ ପାଇବାର ୭ ଦିନ ମଧ୍ୟରେ ବି’ ନମୁନା ପରୀକ୍ଷା ପାଇଁ ସମୟ ରହିଥିଲା। ହେଲେ ଦୂତୀ ଏହି ପରୀକ୍ଷା ପାଇଁ ଆଗ୍ରହ ଦେଖାଇନଥିଲେ। ଯେଉଁଥିପାଇଁ ତାଙ୍କ ଉପରେ ନାଡା ନିୟମ ଅନୁସାରେ ବାସନ୍ଦାଦେଶ ଲାଗୁ କରାଯାଇଛି।

Share this story