କ୍ରିକେଟ ଇତିହାସରେ ପ୍ରଥମ ଟ୍ରାନ୍ସଜେଣ୍ଡରଙ୍କ ଏଣ୍ଟ୍ରି , ଟି-୨୦ ବିଶ୍ୱକପ ଖେଳିବା ପାଇଁ ପୁରୁଷରୁ ହେଲେ ମହିଳା

ଓଡ଼ିଆ ଗସିପ୍ ବ୍ୟୁରୋ: କାନାଡାର ଡାନିଏଲ୍ ମ୍ୟାକ୍ଗାହେ ବିଶ୍ୱର ପ୍ରଥମ ଟ୍ରାନ୍ସଜେଣ୍ଡର କ୍ରିକେଟର୍ ଭାବେ ଅଫିସିଆଲ୍ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି। ଆଗାମୀ ୨୦୨୪ ମହିଳା ଟି-୨୦ ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ ଲାଗି ଡାନିଏଲ୍ଙ୍କୁ କାନାଡା ଦଳରେ ସାମିଲ କରାଯାଇଛି।
ଅଧିକ ପଢ଼ନ୍ତୁ: ବିଶ୍ୱରେ ପ୍ରଥମ ଥର ପାଇଁ ଆବିଷ୍କାର ହେଲା ଚମତ୍କାରୀ ଇଞ୍ଜେକ୍ସନ, ମାତ୍ର ୭ ମିନିଟରେ ହେବ କ୍ୟାନ୍ସର ଚିକିତ୍ସା
ଲସ୍ ଏଞ୍ଜେଲ୍ସରେ ସେପ୍ଟେମ୍ବର ୪ରୁ ୧୧ ତାରିଖ ପର୍ଯ୍ୟନ୍ତ ଏହି ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ ଖେଳାଯିବ। ପୁରୁଷରୁ ମହିଳା ଟ୍ରାନ୍ସଜେଣ୍ଡର ଖେଳାଳି ବନିବା ଲାଗି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ରହିଥିବା ସମସ୍ତ ଯୋଗ୍ୟତା ମାନଦଣ୍ଡକୁ ୨୯ ବର୍ଷୀୟା ଡାନିଏଲ୍ ପୂରଣ କରିଛନ୍ତି। ମ୍ୟାକ୍ଗାହେ ଫେବୃଆରୀ ୨୦୨୦ରେ ଅଷ୍ଟ୍ରେଲିଆରୁ କାନାଡା ଚାଲିଆସିଥିଲେ ଏବଂ ସେହିବର୍ଷ ନଭେମ୍ବରରେ ପୁରୁଷରୁ ମହିଳା ବନିଥିଲେ।
କିନ୍ତୁ ୨୦୨୧ ମେ’ରେ ମେଡିକାଲ ପରିବର୍ତ୍ତନ ଆରମ୍ଭ କରିଥିଲେ। ଏହି ଅବସରରେ ସେ କହିଛନ୍ତି, ‘କାନାଡା ମହିଳା କ୍ରିକେଟ୍ ଦଳରେ ସ୍ଥାନ ପାଇଥିବାରୁ ମୁଁ ବହୁତ ଗର୍ବିତ ଅନୁଭବ କରୁଛି।
ଅଧିକ ପଢ଼ନ୍ତୁ: ଆଜିଠୁ ଦେଶରେ ପରିବର୍ତ୍ତନ ହେବ ଏହି ୫ଟି ନିୟମ, ସିଧା ଆପଣଙ୍କ ପକେଟ୍ ଉପରେ ପଡିବ ପ୍ରଭାବ
ମୋର ସମୁଦାୟ ଲାଗି ପ୍ରତିନିଧିତ୍ୱ କରିବାର ସ୍ୱପ୍ନ ସତ ହେବାକୁ ଯାଉଛି’। ତେବେ ମହିଳାଙ୍କ ଲିଙ୍ଗଭିତ୍ତିକ ଅଧିକାରକୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଥିବା ମହିଳା ଅଧିକାର ନେଟ୍ୱର୍କ (ଡବ୍ଲ୍ୟୁଆର୍ଏନ୍) ଆଇସିସିର ଏହି ପଲିସିକୁ ‘ଅନ୍ୟାୟ ଓ ଅସୁରକ୍ଷିତ’ ବୋଲି କହିଛନ୍ତି।