ଅଜିତ ଅଗରକର ହେଲେ ଭାରତୀୟ କ୍ରିକେଟ ସିନିୟର ପୁରୁଷ ଟିମ୍ ର ଚୟନକର୍ତ୍ତା କମିଟି ଚେୟାରମ୍ୟାନ
ଓଡ଼ିଆ ଗସିପ୍ ବ୍ୟୁରୋ: ପୂର୍ବତନ ଭାରତୀୟ କ୍ରିକେଟର ଅଲରାଉଣ୍ଡର ଅଜିତ ଅଗରକର ହେଲେ ଭାରତୀୟ କ୍ରିକେଟ ପୁରୁଷ ଦଳର ଚୟନକର୍ତ୍ତା କମିଟି ମୁଖ୍ୟ । ବିସିସିଆଇ ପକ୍ଷରୁ ଅଜିତ ଅଗରକରଙ୍କ ନିଯୁକ୍ତି ନେଇ ଆଜି ଅଫିସିଆଲ ଷ୍ଟେଟମେଣ୍ଟ ଜାରି କରାଯାଇଛି ।
ଅଧିକ ପଢ଼ନ୍ତୁ: ୨୦୧୫ ମସିହାରୁ ପୋଲସରା ବିଧାୟକ ଆଉ ମୋ ଭିତରେ ସ୍ୱାମୀ-ସ୍ତ୍ରୀର ସମ୍ପର୍କ: ଏବେ ଆଉ ସେ ସମ୍ବନ୍ଧ ନାହିଁ
ଏହି ଖବର ପ୍ରସାର ହେବା ପରେ ପୂର୍ବତନ ଅଜିତ ଅଗରକରଙ୍କ ପ୍ରଶଂସକମାନେ ବେଶ୍ ଖୁସି ପ୍ରକଟ କରିଛନ୍ତି । ଅନ୍ୟ ପୂର୍ବତନ ସାଥୀ ଖେଳାଳିମାନେ ମଧ୍ୟ ଅଜିତ ଅଗରକରଙ୍କ ଏହି ନିଯୁକ୍ତି ନେଇ ଖୁସି ଜାହିର କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ।
ଚୟନ କମିଟିର ମୁଖ୍ୟ ଚେତନ ଶର୍ମା ଇସ୍ତଫା ଦେବା ପରେ ଗୋଟିଏ ପଦ ଖାଲି ପଡ଼ିଥିଲା। ବର୍ତ୍ତମାନ ଓଡ଼ିଶାର ଶିବ ସୁନ୍ଦର ଦାସ ଚୟନ କମିଟିର ଅନ୍ତରୀଣ ମୁଖ୍ୟ ଭାବେ କାମ କରୁଛନ୍ତି। ଚେତନ ଶର୍ମାଙ୍କ ସ୍ଥାନରେ କାହାକୁ ନିଯୁକ୍ତି ମିଳି ନଥିବାରୁ ଏହି ପଦଟି ଖାଲି ପଡ଼ିଥିଲା । ତେଣୁ ୪୫ ବର୍ଷୀୟ ଅଗରକର ଗୁରୁବାର ଏହି ପଦ ପାଇଁ ଆବେଦନ କରିଥିଲେ ।
ଏହା ପୂର୍ବରୁ ସେ ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ପଦବି ଦୌଡ଼ରେ ଆଗରେ ଥିବା ପୂର୍ବତନ ଦ୍ରୁତ ବୋଲର ଅଜିତ ଅଗରକର ଆଇପିଏଲ୍ ଦଳ ଦିଲ୍ଲୀ କ୍ୟାପିଟାଲ୍ସର ସହକାରୀ ପ୍ରଶିକ୍ଷକ ପଦରୁ ଇସ୍ତଫା ଦେଇଥିଲେ ।
nullFormer India all-rounder Ajit Agarkar appointed chairman of Senior Men’s Selection Committee: BCCI
— ANI (@ANI) July 4, 2023
(Photo source: BCCI) pic.twitter.com/sRLCf6sIET
ଅଗରକର ଦିଲ୍ଲୀ କ୍ୟାପିଟାଲ୍ସର ସହକାରୀ ପ୍ରଶିକ୍ଷକ ଏବଂ ଜଣେ ଭାଷ୍ୟକାର ଭାବେ ବିସିସିଆଇ ବାର୍ଷିକ ଅନୁଦାନଠୁ ଅଧିକ ରୋଜଗାର କରୁଛନ୍ତି। ଏଥିସହ ଅଗରକରଙ୍କ ସହିତ ଅଷ୍ଟ୍ରେଲୀୟ ଅଲରାଉଣ୍ଡର ସେନ୍ ୱାଟସନ୍ ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍ସ ସହିତ ଆଉ କାମ କରିବେ ନାହିଁ ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ତାହାର ଦରମା ପ୍ରଦାନ କରିବା ପଦ୍ଧତିରେ ପରିବର୍ତ୍ତନ କରିବା ନେଇ ଆଶା କରାଯାଉଛି।