IND vs SL: ଶ୍ରୀଲଙ୍କା ବିପକ୍ଷରେ ସଚିନଙ୍କ ଏହି ବିଶ୍ଵ ରେକର୍ଡ ସହ ସମାସ୍କନ୍ଦ ହେଲେ କୋହଲି, ମାରିଲେ 'ବିରାଟ' ଶତକ

ଓଡ଼ିଆ ଗସିପ ବ୍ୟୁରୋ: ଶ୍ରୀଲଙ୍କା ବିପକ୍ଷରେ କୋହଲିଙ୍କ ଦମଦାର ଶତକ । ୮୭ ବଲରୁ ୧୧୩ ରନର ଇନିଂସ ଖେଳି ଦିନିକିଆରେ ନିଜର ୪୫ତମ ଶତକ ହାସଲ କରିଛନ୍ତି କୋହଲି ।
ଦିନିକିଆରେ ପୁଣିଥରେ ଶତକ ହାସଲ ସହ ଫର୍ମକୁ ଫେରିଛନ୍ତି ବିରାଟ କୋହଲି । ମାତ୍ର ୨୬୬ ମ୍ୟାଚରୁ ୪୫ ତମ ଶତକ ହାସଲ କରିଛନ୍ତି କୋହଲି । ଏହାସହ ଅନ୍ତର୍ଜାତୀୟ କ୍ରିକେଟରେ ମୋଟ ୭୩ଟି ଶତକ ନିଜ ନାଁରେ କରିଛନ୍ତି କୋହଲି ।
ବିରାଟ ସର୍ବାଧିକ ଶତକ ହାସଲକାରୀ ତାଲିକାର ଦ୍ୱିତୀୟ ସ୍ଥାନରେ ଥିବା ବେଳେ ପ୍ରଥମ ସ୍ଥାନରେ ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ରହିଛନ୍ତି । ସଚିନ୍ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ମୋଟ ୧୦୦ଟି ଶତକ ହାସଲ କରିଛନ୍ତି । ଯେଉଁଥିରେ ଦିନିକିଆରେ ୪୯ ଓ ଟେଷ୍ଟରେ ୫୧ଟି ଶତକ ରହିଛି ।
ଏଠି କ୍ଲିକ କରି ଅଧିକ ପଢନ୍ତୁ: ପୁଅ ଡାକିବାରୁ ଘରେ ପହଞ୍ଚିଲା ମା’; ହେଲେ ପୁଅ ନଥିଲା, ଝୁଲୁଥିଲା ପୁଅ ସହ ୩ ଜଣଙ୍କ ଶବ, କାନ୍ଥରେ ଲେଖାଥିଲା...
ଟସ୍ ଜିତି ଶ୍ରୀଲଙ୍କା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ଏହାକୁ ଭୁଲ ପ୍ରମାଣିତ କରିଥିଲେ ଭାରତର ଟପ୍ ଅର୍ଡର ବ୍ୟାଟର ।
ଅଧିନାୟକ ରୋହିତ ଶର୍ମା ଅର୍ଦ୍ଧଶତକ ସହ ଫର୍ମକୁ ଫେରିବାର ସଂକେତ ଦେଇଛନ୍ତି । ମାତ୍ର ୬୭ ବଲରୁ ବିସ୍ଫୋରକ ୮୩ ରନର ଇନିଂସ ଖେଳି ପ୍ୟାଭିଲିୟନ ଫେରିଥିଲେ ରୋହିତ ।
ଦେଖନ୍ତୁ ଭିଡ଼ିଓ:
Back to back ODI hundreds for @imVkohli 👏👏
— BCCI (@BCCI) January 10, 2023
Live - https://t.co/MB6gfx9iRy #INDvSL @mastercardindia pic.twitter.com/Crmm45NLNq
ସେହିଭଳି ରୋହିତଙ୍କ ସହ ତାଳ ଦେଇ ଦମଦାର ଅର୍ଦ୍ଧଶତକ ହାସଲ କରିଛନ୍ତି ଶୁଭମାନ୍ ଗିଲ । ମାତ୍ର ୬୦ ବଲରୁ ୭୦ ରନର ଇନିଂସ ଖେଳି ଆଉଟ ହୋଇଥିଲେ ଗିଲ୍ ।