ପୁଅ ଡାକିବାରୁ ଘରେ ପହଞ୍ଚିଲା ମା’; ହେଲେ ପୁଅ ନଥିଲା, ଝୁଲୁଥିଲା ପୁଅ ସହ ୩ ଜଣଙ୍କ ଶବ, କାନ୍ଥରେ ଲେଖାଥିଲା...

son called mother and when mother reached home found three dead

ଓଡ଼ିଆ ଗସିପ ବ୍ୟୁରୋ: ଗୁଜୁରାଟ ବଦୋଦାରା ସହରର ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କ ମୃତ ଶରୀର ଘରୁ ମିଳିବା ପରେ ପୁରା ଇଲାକାରେ ହଇଚଇ ସୃଷ୍ଟି ହୋଇଛି । ଘରର ମୁରବୀ ପ୍ରଥମେ ନିଜ ସ୍ତ୍ରୀ ଓ ପୁଅକୁ ତକିଆ ପକାଇ ହତ୍ୟା କରିବା ପରେ ନିଜେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି ।

ସୂଚନା ମୁତାବକ, ବଦୋଦାରା ଦର୍ଶନମ୍ ଉପବନର ଡୁପ୍ଲେକ୍ସରେ ରହୁଥିବା ପ୍ରୀତେଶଭାଇ ମିସ୍ତ୍ରୀ ତାଙ୍କ ମା’କୁ ଗାଁରୁ ନିଜ ଘରକୁ ଡକାଇଥିଲେ । ଆସିଲେ ବାହାରକୁ ବୁଲିବାକୁ ଯିବାକୁ କହିଥିଲେ । ମା’ ବି ଠିକ୍ ସମୟରେ ଆସି ପୁଅ ପାଖରେ ପହଞ୍ଚିଲେ ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଝିଅ କରାଇଲା ମା’ର ବାହାଘର : ୫୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କରାଇଲା ଝିଅ, ଏବେ ମା’ଙ୍କ ଜୀବନ...

ହେଲେ ଘରେ ପୁଅ ନଥିଲା ଝୁଲୁଥିଲା ପୁଅର ଶବ । ଖଟ ଉପରେ ପଡିଥିଲା ବୋହୂ ଓ ନାତିର ନିସ୍ତେଜ ଶରୀର । ଏହାକୁ ଦେଖି ଚିତ୍କାର କରିଥିଲେ ମା’ । ଆଉ ପାଟିଶୁଣି ପହଞ୍ଚିଥିଲେ ସାହିପଡିଶା ।

ପୋଲିସକୁ ତୁରନ୍ତ ଖବର ଦିଆଯାଇଥିଲା । ପୋଲିସ ଆସି ଯାଞ୍ଚ କରିଥିଲା । ଆଉ କାନ୍ଥରେ ଲେଖାଥିବା ସୁଇସାଇଡ୍ ନୋଟ୍ ମଧ୍ୟ ଯାଞ୍ଚକୁ ସ୍ପଷ୍ଟ କରିଥିଲା ।

କାନ୍ଥରେ ଲେଖାଥିଲା ଯେ, ‘ମୁଁ ଆଉ ଋଣ ବୋଝ ସହିନପାରି ନିଜ ପରିବାର ଲୋକ ଓ ନିଜର ଜୀବନ ନେଉଛି’ ।

ପ୍ରୀତେଶଭାଇ ଡୁପ୍ଳେକ୍ସରେ ପତ୍ନୀ ସ୍ନେହାବେନ୍ ଓ ପୁଅ ହର୍ଷେଲ ସହ ରହୁଥିଲେ । ସେ ସେୟାର ବଜାରରେ କାମ କରୁଥିଲେ । ଏଥିରେ କ୍ଷତିଗ୍ରସ୍ତ ହେବା ପରେ ଆତ୍ମହତ୍ୟା କରିବା ଭଳି ଚରମ ନିଷ୍ପତ୍ତି ଦେଇଥିବା ପୁଲିସ କହିଛି ।

Share this story