ଝିଅ କରାଇଲା ମା’ର ବାହାଘର : ୫୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କରାଇଲା ଝିଅ, ଏବେ ମା’ଙ୍କ ଜୀବନ...

Daughter did second marriage of her mother

ଓଡ଼ିଆ ଗସିପ ବ୍ୟୁରୋ: ଝିଅ କରାଇଲା ମା’ର ବାହାଘର । ୫୦ ବର୍ଷ ବୟସରେ ମା’ଙ୍କ ଦ୍ୱିତୀୟ ବିବାହ କରାଇଛି ଝିଅ । ଏ କାହାଣୀ ହେଉଛି ମେଘାଳୟର ସିଲଙ୍ଗ ନିବାସୀ ଦେବର୍ତୀ ଚକ୍ରବର୍ତ୍ତୀ ଓ ତାଙ୍କ ମା’ ମୌସୁମୀ ଚକ୍ରବର୍ତୀଙ୍କର ।

ଦେବର୍ତୀ ଯେତେବେଳେ ମାତ୍ର ୨ ବର୍ଷର ହୋଇଥିଲେ, ସେତେବେଳେ ବ୍ରେନ୍ ହାମରେଜ୍ କାରଣରୁ ତାଙ୍କ ବାପାଙ୍କର ଦେହାନ୍ତ ହୋଇଥିଲା । ତେବେ ସ୍ୱାମୀଙ୍କ ମୃତ୍ୟୁ ପରେ ଝିଅର ଭବିଷ୍ୟତ କଥା ଚିନ୍ତା କରି ଦ୍ୱିତୀୟ ବିବାହ କରିନଥିଲେ ମୌସୁମୀ ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଇନ୍ଦିରାଙ୍କ ସହ ସମ୍ପର୍କରେ ଥିବା ମୋଥାଇ କିଏ ? ସତରେ କଣ' ଦୁହିଁଙ୍କ ଭିତରେ ହୋଇଥିଲା ପ୍ରେମ ?

କିନ୍ତୁ ଦେବର୍ତୀ ଚାହୁଁଥିଲେ ତାଙ୍କ ମା, ଦ୍ୱିତୀୟ ବିବାହ କରନ୍ତୁ, ଆଉ ଏଥିପାଇଁ ସେ ତାଙ୍କ ମା’ଙ୍କୁ ଅନେକ ଥର ମନାଇବାକୁ ଚେଷ୍ଟା ବି କରିଛନ୍ତି । ଆଉ ଶେଷରେ ଗତବର୍ଷ ମାର୍ଚ୍ଚ ମାସରେ ଦେବର୍ତୀଙ୍କ ମା’ଙ୍କ ବାହାଘର ପଶ୍ଚିମବଙ୍ଗର ସ୍ୱପନଙ୍କ ସହ ହୋଇଛି ।

ଉଭୟଙ୍କର ବୟସ ୫୦ ବର୍ଷ । ଦେବର୍ତୀ କହିଛନ୍ତି, ବିବାହ ପରେ ତାଙ୍କ ମା’ଙ୍କ ଜୀବନ ଏବେ ବଦଳିଯାଇଛି । ସେ ଏବେ ବହୁତ ଖୁସି ଅଛନ୍ତି । ତେବେ ଏହି ବାହାଘରର ନିଆରା କାହାଣୀକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ।

Share this story

World Odia Language Conferene