ଆସନ୍ତା କାଲି ହୋଇପାରେ ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ୩ ବିଧାୟକଙ୍କୁ ଗଲା ଫୋନ୍ କଲ୍

Who will get ministerial position in tomorrows function

ଓଡ଼ିଆ ଗସିପ ବ୍ୟୁରୋ: ଆସନ୍ତା କାଲି ମାନେ ସୋମବାର ହୋଇପାରେ ରାଜ୍ୟ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ । ସୋମବାର ପୂର୍ବାହ୍ନରେ ଶପଥ ନେଇ ପାରନ୍ତି ୩ ନୂଆ ମନ୍ତ୍ରୀ । ଲୋକସଭା ଭବନର କନଭେନସନ୍ ହଲରେ ଏହି ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହେବ ବୋଲି ସୂଚନା ମିଳିଛି ।

ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ନୂଆ ମନ୍ତ୍ରୀମାନଙ୍କୁ ଗୋପନୀୟତାର ଶପଥ ପାଠ କରାଇବେ । ନିକଟରେ ୨ ମନ୍ତ୍ରୀ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ । ରାଜ୍ୟ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ ସମୀର ଦାଶ ଓ ଶ୍ରୀକାନ୍ତ ସାହୁ । ତେବେ କାହାକୁ କେଉଁ ବିଭାଗର ଦାୟିତ୍ୱ ମିଳିବ ସେ ନେଇ କୌଣସି ସୂଚନା ମିଳିପାରିନାହିଁ ।

ଏହାଛଡ଼ା ନବ ଦାସଙ୍କ ପରଲୋକ ପରେ ସେ ମନ୍ତ୍ରୀ ପଦ ମଧ୍ୟ ଖାଲି ଅଛି । ତେବେ ତିନୋଟି ମନ୍ତ୍ରୀ ପଦ ଖାଲି ପଡ଼ିଥିବା ବେଳେ ମୁଖ୍ୟମନ୍ତ୍ରୀ କେତେ ଜଣଙ୍କୁ ନିଜ ଟିମରେ ନେଉଛନ୍ତି ତାହା ଅସ୍ପଷ୍ଟ ଅଛି ।

ଅଧିକ ପଢ଼ନ୍ତୁ : ମଧୁମେହ (Diabetes) ରୋଗୀଙ୍କ ପାଇଁ ରାମବାଣ କଦଳୀ ଫୁଲ; ଜାଣନ୍ତୁ କିପରି ସେବନ କରିବେ ଏବଂ ରୋଗକୁ ନିୟନ୍ତ୍ରଣରେ ରଖିବେ...

ଲୋକସେବା ଭବନର କନଭେନସନ ସେଣ୍ଟରରେ ଏହି ଶପଥଗ୍ରହଣ ଉତ୍ସବ ଆୟୋଜିତ ହେବ । ନବୀନ ନିବାସରୁ ମନ୍ତ୍ରୀ ହେବା ପାଇଁ କାହା ପାଖକୁ ଫୋନ୍ କଲ୍ ଯାଉଛି ତାହାକୁ ଏବେ ବିଜେଡିର ବିଧାୟକମାନେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ।

ସେପଟେ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ୩ ବିଧାୟକଙ୍କୁ ଗଲା ଫୋନ୍ କଲ୍ । ଆରୁଖ, ମାରାଣ୍ଡି ଓ ସାରଦାଙ୍କୁ ଗଲା ଫୋନ୍ କଲ୍ । ବିଧାୟକ ବିକ୍ରମ ଆରୁଖଙ୍କ ପାଖକୁ ଫୋନ୍ କଲ୍ ଯାଇଥିବା ବେଳେ ବିଧାୟକ ସାରଦା ନାୟକ ଓ ବିଧାୟକ ସୁଦାମ ମାରାଣ୍ଡିଙ୍କୁ ମଧ୍ୟ କଲ୍ ଯାଇଥିବା ସୂଚନା ମିଳିଛି । କାଲି ମନ୍ତ୍ରିମଣ୍ଡଳରେ ସାମିଲ ହେବା ନେଇ ଫୋନ୍ କଲ୍ ଯାଇଛି ।

Share this story

World Odia Language Conferene