ପାଣ୍ଡିଆନ୍‌ଙ୍କ ବଡ ବୟାନ, କହିଲେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ପୂର୍ବରୁ ହୋଇଗଲା ଝଗଡା... 
 

There was a fight before the cm candidate announcement in bjp
ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ପୂର୍ବରୁ ଝଗଡା : କାର୍ତ୍ତିକ ପାଣ୍ଡିଆନ୍‌
 

ଓଡ଼ିଆ ଗସିପ୍ ବ୍ୟୁରୋ: ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ୍‌ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ନେଇ ପୁଣି ବିଜେପିକୁ ଆହ୍ବାନ ଦେଲେ । ହିନ୍ଦୋଳରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଥିବା କାର୍ତ୍ତିକ ପାଣ୍ଡିଆନ୍‌ ଜନସଭାକୁ ସମ୍ବୋଧିତ କରିବା ସମୟରେ ବିଜେପି ପକ୍ଷରୁ ଆଜି କରାଯାଇଥିବା ପ୍ରେସ୍‌ ମିଟ୍‌କୁ କଟାକ୍ଷ କରି କହିଛନ୍ତି ଆଜି ବିଜେପିର ବରିଷ୍ଠ ନେତାମାନେ ମିଳିତ ସାମ୍ବାଦିକ ସମ୍ମିଳନୀ କରିଥିଲେ । 

ଶୁଣିବାକୁ ମିଳୁଥିଲା ଆଜି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ହେବ । ଜଣେ ମହିଳାଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିବ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ବରିଷ୍ଠ ନେତାଙ୍କ ମଧ୍ୟରେ ସହମତି ମିଳିନାନି । ପ୍ରେସମିଟ୍ ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାକୁ ନେଇ ଝଗଡା ହୋଇଗଲେ ଆଉ ପ୍ରାର୍ଥୀ ଘୋଷଣା କରିପାରିଲାନି।

ଅଧିକ ପଢନ୍ତୁ : ଏହି ୬ ଟି ଖାଦ୍ୟ ବଢ଼ାଉଛି ଡାଇବେଟିସ୍ ହୋଇଯାଆନ୍ତୁ ସାବଧାନ! ନଚେତ୍... 

କାର୍ତ୍ତିକ ପାଣ୍ଡିଆନ୍‌ ଆହୁରି ମଧ୍ୟ କହିଛନ୍ତି ବିଜେପି ଏତେ ବଡ ଜାତୀୟ ରାଜନୀତି ଦଳ ହେଲେ ୧୦ ବର୍ଷ ହେଲା ଗୋଟେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିପାରୁ ନାହାନ୍ତି।  ଦମ ଅଛି ତ ପୁରୁଷ ହେଉକି ମହିଳା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରନ୍ତୁ । ନବୀନ ପଟ୍ଟନାୟକଙ୍କ ଆଗରେ କାହାକୁ ଛିଡା କରିବାକୁ ସାହାସ ନାହିଁ । ଏଣୁ ସେମାନେ ପଛଘୁଞ୍ଚା ଦେଉଛନ୍ତି ।

ଅଧିକ ପଢନ୍ତୁ : ମେଷ ରାଶିରେ ମଙ୍ଗଳ ଚଳନ ଯୋଗୁଁ ସୃଷ୍ଟି ହେବ ରୁଚକ ରାଜଯୋଗ, ବଦଳିବ ଏହି ୪ ରାଶିର ଆର୍ଥିକ ସ୍ଥିତି!

ଏଥି ସହିତ ଜନସଭାରୁ ବିଜେପିର ସୋଲାର ଏନର୍ଜିରେ ମାଗଣା ବିଜୁଳି ଦେବାକୁ ଘୋଷଣାକୁ ନେଇ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ୍‌ କହିଛନ୍ତି ଲୋକଙ୍କୁ ୫୦ ହଜାର ଖର୍ଚ୍ଚ କରି ସୋଲାର ପ୍ୟାନେଲ ଲଗାଇବାକୁ ପଡିବ । 

ମାଗଣା ବିଜୁଳି ନାଁରେ ଲୋକଙ୍କୁ ବିଜେପି ଭୁଆଁ ବୁଲାଉଛି । ନବୀନ ପଟ୍ଟନାୟକ କିନ୍ତୁ ରାଜ୍ୟର ୯୦ ପ୍ରତିଶତ ଲୋକଙ୍କୁ ମାଗଣା ବିଜୁଳି ଦେବାକୁ ଘୋଷଣା କରିଛନ୍ତି । ଜୁନ ୯ ତାରିଖରେ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ଏ ସମ୍ପର୍କିତ ଫାଇଲକୁ ମୁଖ୍ୟମନ୍ତ୍ରୀ ଦସ୍ତଖତ କରିବେ ।

ଅଧିକ ପଢନ୍ତୁ : କୌଣସି ବିଷୟକୁ ନେଇ ଚିନ୍ତାରେ ରହିବା ସହ ସମସ୍ୟା ଘେରରେ ରହିବେ ଏହି ରାଶି ଲୋକ! ପଢନ୍ତୁ ଏ ସପ୍ତାହର ରାଶିଫଳ
 

Share this story