କଂଗ୍ରେସରୁ ବିଦା ହେଲେ ବରିଷ୍ଠ ବିଧାୟକ ସୁର ରାଉତରାୟ, AICC ନେଲା ବଡ଼ କାର୍ଯ୍ୟାନୁଷ୍ଠାନ
 

Senior Congress MLA Sura Routray expelled from Congress for 6 years
କଂଗ୍ରେସରୁ ବିଦା ହେଲେ ସୁର!
 

ଓଡ଼ିଆ ଗସିପ୍ ବ୍ୟୁରୋ:ରାଜ୍ୟ କଂଗ୍ରସରୁ ଆସିଲା ଏକ ବଡ଼ ଖବର । ଦଳରୁ ବିଦା ହେଲେ କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁରେଶ କୁମାର ରାଉତରାୟ । କଂଗ୍ରେସର ବରିଷ୍ଠ ନେତା ସୁରେଶ ରାଉତରାୟଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା AICC । ସୁରେଶ ରାଉତରାୟଙ୍କୁ ଦଳରୁ ବହିସ୍କାର କରାଯାଇଛି । 

congress

ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କ କଂଗ୍ରେସରୁ ୬ ବର୍ଷ ପାଇଁ ବହିଷ୍କାର କରାଯାଇଛି। ଏନେଇ ଏଆଇସିସି ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ ସୂଚନା ଦେଇଛନ୍ତି।

ଆଧିକ ପଢନ୍ତୁ : ଆପଣଙ୍କୁ ହୋଇଛି କି ବ୍ଲଡ଼ କ୍ୟାନ୍ସର ? ଏହି ଲକ୍ଷଣଗୁଡ଼ିକ ଦେଖା ଦେଲେ କରନ୍ତୁନି ଅଣଦେଖା 

ସୁରଙ୍କୁ ପୂର୍ବରୁ ବାରମ୍ଭର କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । କାରଣ ଦର୍ଶାଅ ନୋଟିସରେ ସେ କହିଥିଲେ ମୁଁ ଅନ୍ୟ ଦଳ ପାଇଁ ପ୍ରଚାର କରିନାହିଁ । ମଲା ଯାଏଁ କଂଗ୍ରେସରେ ରହିବି।  ମୋ ପୁଅ ପ୍ରାର୍ଥୀ ହୋଇଛି। ପୁଅ କଥା ଯିଏ ପଚାରିବ ମୁଁ ହଁ କହିବି ବୋଲି କହିିଥିଲେ।

ଆଧିକ ପଢନ୍ତୁ : ୟୁରିକ୍ ଏସିଡ୍‌କୁ ଦୂର କରିବ ଏହି ୩ଟି ଜିନିଷ, ଯନ୍ତ୍ରଣାରୁ ମିଳିବ ମୁକ୍ତି!
 

Share this story