ପଦ୍ମ ଧରିଲେ ଦେବାଶିଷ, ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଭାଜପାରେ ହେଲେ ସାମିଲ

Resigned BJD MP Debashis Samantaray joins BJP in New Delhi

ଓଡ଼ିଆ ଗସିପ ବ୍ୟୁରୋ (ସ୍ୱତନ୍ତ୍ର ପ୍ରତିନିଧି, ଭୁବନେଶ୍ୱର): ବିଜେପିରେ ମିଶିଲେ ପୂର୍ବତନ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଦେବାଶିଷ ପଦ୍ମ ଧରିଛନ୍ତି । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ଭାଜପାରେ ମିଶିଛନ୍ତି । ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ ଦେବାଶିଷ । ସେ ତାଙ୍କ ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଥିଲେ ।

ସେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟ ମାଧ୍ୟମରେ ଇସ୍ତଫା ଘୋଷଣା କରି କହିଥିଲେ, ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ମୋର ଇସ୍ତଫା । ଦଳ ପ୍ରତିଷ୍ଠା ହେବାଠୁଁ ଆଜି ଯାଏଁ ମୁଁ ମୋର ସେବା, ସଂଗଠନ ଓ ସମର୍ପଣ ନୀତିରେ କାର୍ଯ୍ୟ କରି ଆସିଛି । ଆଗକୁ ମଧ୍ୟ ଓଡିଶାବାସୀଙ୍କ ପାଇଁ ମୋର ସଂଘର୍ଷ ଜାରି ରଖିବି । ଜୟ ଜଗନ୍ନାଥ ।

ଅଧିକ ପଢ଼ନ୍ତୁ : ବିଜେଡି ଛାଡ଼ିଲେ ଦେବାଶିଷ; ନବୀନଙ୍କୁ ପଠାଇଲେ ଇସ୍ତଫା ପତ୍ର, କହିଲେ- "ଏହି କାରଣ ପାଇଁ... "

ତେବେ ସେ ଭାଜପାରେ ମିଶିବା ନେଇ ପରୋକ୍ଷରେ ଇଶାରା ଦେଇଥିଲେ ଦେବାଶିଷ । ସେ କହିଥିଲେ, ମୁଁ ଏକ ରାଷ୍ଟ୍ରୀୟ ଦଳକୁ ଯାଉଛି । ମୋତେ ରାଷ୍ଟ୍ରୀୟ ଦଳର ମୁଖ୍ୟଙ୍କ ଠାରୁ ସେହି ପ୍ରକାରର ଆଶ୍ବାସନା ମିଳିଛି । ମହାପ୍ରଭୁ ଆଶୀର୍ବାଦ କଲେ ପୁଣି ରାଜ୍ୟ ସଭାକୁ ଫେରିବି।

Share this story