ବିଜେଡି ଛାଡ଼ିଲେ ଦେବାଶିଷ; ନବୀନଙ୍କୁ ପଠାଇଲେ ଇସ୍ତଫା ପତ୍ର, କହିଲେ- "ଏହି କାରଣ ପାଇଁ... "
ଓଡ଼ିଆ ଗସିପ ବ୍ୟୁରୋ (ସ୍ୱତନ୍ତ୍ର ପ୍ରତିନିଧି, ଭୁବନେଶ୍ୱର): ବିଜେଡିକୁ ବଡ଼ ଝଟକା । ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ସୋମବାର ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ବିଜେପିରେ ଯୋଗ ଦେବାର ସମ୍ଭାବନା ରହିଛି ଦେବାଶିଷ ତାଙ୍କ ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି ।
ତେବେ ସେ ଦେଇଥିବା ଇସ୍ତଫା ପତ୍ରରେ କହିଛନ୍ତି, ତାଙ୍କୁ “ଦଳରେ ବ୍ୟବସ୍ଥିତ ଢଙ୍ଗରେ କୋଣଠେସା (ବା ହେୟଜ୍ଞାନ) କରାଯାଇଛି ।”
ଅଧିକ ପଢ଼ନ୍ତୁ: ବିଡିଓଙ୍କ ଉପରେ ହଠାତ୍ ରାଗିଗଲେ ଅରିନ୍ଦମ, ପଚାରିଲେ କେତେ ପିସି ଖାଉଛ? ଆଉ ତା’ପରେ...
“ମୁଁ ଅନୁଭବ କରୁଛି ଯେ ଦଳକୁ ମୋ ସେବାର ଆଉ ଆବଶ୍ୟକତା ନାହିଁ । ତେଣୁ, ମୁଁ ଜନସ୍ୱାର୍ଥରେ ଏହି କଠିନ ନିଷ୍ପତ୍ତି ନେଇଛି,” ବୋଲି ସାମନ୍ତରାୟ କହିଛନ୍ତି ।
ମମତା ମହାନ୍ତ ଏବଂ ସୁଜିତ କୁମାରଙ୍କ ପରେ ସାମନ୍ତରାୟ ହେଉଛନ୍ତି ବିଜେଡିର ତୃତୀୟ ରାଜ୍ୟସଭା ସାଂସଦ ଯିଏକି ବିଜେପିକୁ ଦଳ ବଦଳ କରିବେ ବୋଲି ଚର୍ଚ୍ଚା ଜୋର ଧରିଛି ।
.png)
