ପୁଲିସ- ବିଜେପିକର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି: ରାଗରେ ମହିଳା ପୁଲିସ ଅଧିକାରୀଙ୍କୁ ସହ ଏପରି କାଣ୍ଡ ଭିଆଇଲେ ବିରୋଧି ଦଳର ନେତା ଜୟନାରାୟଣ ମିଶ୍ର

opposition leader Jayanarayan Mishra face off with police personnel

ଓଡ଼ିଆ ଗସିପ ବ୍ୟୁରୋ: ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ଗୁଣ୍ଡାଗର୍ଦ୍ଦି । ମହିଳା ପୁଲିସଙ୍କୁ ଧକ୍କା ମାରିଲେ ବିରୋଧି ଦଳର ନେତା ଜୟନାରାୟଣ ମିଶ୍ର । ଧନୁପାଲ୍ଲୀ ଥାନା ଆଇଆଇସିଙ୍କୁ  ଜୟନାରାୟଣ ଧକ୍କା ମାରିଥିବା ଚିତ୍ର ଦେଖିବାକୁ ମିଳିଛି ।

ପ୍ରଥମେ କଥା କଟାକଟି, ପରେ ଠେଲାପେଲା ହୋଇଥିଲା । କେବଳ ଧକ୍କା ନୁହେଁ ଉକ୍ତ ପୁଲିସ ଆଇଆଇସିଙ୍କୁ ମାରିବି ଥାପଡ ବୋଲି କହିବାକୁ ପଛାଇ ନାହାନ୍ତି ବିଜେପି ବିଧାୟକ ତଥା ବିରୋଧି ଦଳର ନେତା ଜୟନାରାୟଣ ମିଶ୍ର । ବିଜେପି ପକ୍ଷରୁ ଆଜି ସମ୍ବଲପୁରରେ ଜିଲ୍ଲାପାଳଙ୍କ ଅଫିସ ଘେରାଉ ବେଳେ ଏଭଳି ଅପ୍ରିତିକର ଘଟଣା ଦେଖିବାକୁ ମିଳିଛି ।

ଅଧିକ ପଢ଼ନ୍ତୁ : ଇଣ୍ଟେଲିଜେନ୍ସ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ; ମ୍ୟାଡାମଙ୍କୁ ମିଳିବନି ବସ୍ତି ଭୋଟ, ବେଗୁନିଆରେ ଆଖି, ଦେଖନ୍ତୁ ଭିଡିଓ...

ମହିଳା ସୁରକ୍ଷା ଓ ସମ୍ମାନର କଥା କହୁଥିବା ଜୟନାରାୟଣଙ୍କ ପ୍ରକୃତ ଚରିତ୍ର କ’ଣ, ଏହି ଦୃଶ୍ୟରୁ ସ୍ପଷ୍ଟ ଜଣାପଡ଼ୁଛି । ଆଇନଶୃଙ୍ଖଳା ରକ୍ଷା ପୁଲିସର କର୍ତ୍ତବ୍ୟ । ହେଲେ କର୍ତ୍ତବ୍ୟରତ ପୁଲିସ ଅଧିକାରୀଙ୍କୁ ଆକ୍ରମଣ କରୁଛନ୍ତି ଜୟନାରାୟଣ ।

ରେଙ୍ଗାଲି ବିଧାୟକ ନାଉରି ନାଏକ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ସହ ଶତାଧିକ ବିଜେପି କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସାମ୍ନାରେ ଧାରଣାରେ ବସିଥିଲେ ।

Share this story