ଯୁବକଙ୍କ ସାମଗ୍ରିକ ବିକାଶକୁ ପ୍ରାଧାନ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ, ପ୍ରଥମ ଗ୍ୟାରେଣ୍ଟି ଯୁବ ଓଡ଼ିଶା ନବୀନ ଓଡ଼ିଶା
 

Odisha CM naveen patnaik has prioritized the overall development of the youth
ଯୁବ ଓଡ଼ିଶା, ନବୀନ ଓଡ଼ିଶା ପ୍ରଥମ ଗ୍ୟାରେଣ୍ଟି

ଓଡ଼ିଆ ଗସିପ୍ ବ୍ୟୁରୋ: ବିଜେଡିର ନିର୍ବାଚନୀ ଇସ୍ତାହାର ଗତ ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଥିଲେ। ସେଥିରେ ପ୍ରକାଶ ପାଇଥିଲା ନବୀନଙ୍କ ୨୪ ଗ୍ୟାରେଣ୍ଟି। ପ୍ରଥମ ଗ୍ୟାରେଣ୍ଟି ଯୁବ ଓଡ଼ିଶା ନବୀନ ଓଡ଼ିଶା। ୨୦୩୪ ସୁଦ୍ଧା ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ଗଢିବାରେ ଯୁବଙ୍କ ଦାୟିତ୍ୱ ଓ ଗୁରୁତ୍ୱ। ସେମାନେ ହିଁ ଆଗରେ ରହିବେ। ଯୁବ ଓଡ଼ିଶା ଗଠନ ପାଇଁ ମାନସିକସ୍ତରରେ ଗଢିବାକୁ ପଡିବ। 

ଭାରତ ବର୍ଷରେ ପ୍ରଥମ ରାଜ୍ୟ ଭାବେ ଯୁବ ବଜେଟ ଇସ୍ତାହାରରେ ଅଛି। ୧ ଲକ୍ଷ କୋଟି ୧୦ ବର୍ଷ ପାଇଁ ବଜେଟ। କୌଣସି କେନ୍ଦ୍ର ସରକାର ବି କରି ନାହାନ୍ତି। ବିଜେପି ଯୁବ ଦକ୍ଷତା କଥା କହେ, ହେଲେ ଇସ୍ତାହାରରେ ଏହା ନାହିଁ। ଯୁବ ବଜେଟ ବି କରି ନାହାନ୍ତି। କେବଳ ଭାଷଣରେ ସୀମିତି ରହିଛି। ଯୁବକ ମାନେ ନିଜ ମତ ଦେଲା ପରେ ଏହି ବଜେଟ କାର୍ଯ୍ୟକାରୀ ହେବ। ନୀତି ନିର୍ଧାରଣରେ ଯୁବକ ଭାଗିଦାରୀ ରହିବେ। ଏହା ଯୁଗାନ୍ତକାରୀ ପଦକ୍ଷେପ। ମୁଖ୍ୟମନ୍ତ୍ରୀ କାମରେ କରି ଦେଖନ୍ତି।

ଦ୍ଵିତୀୟ ଗ୍ୟାରେଣ୍ଟିରେ ଛାତ୍ରଙ୍କ ପାଇଁ ନବୀନ କାର୍ଡ। ଏହାର ପରିସୀମା ବଢ଼ାଯିବ। ସବୁ ଯୁବକ ଏହା ପାଇବେ। ପ୍ରଦର୍ଶନ ଭଲ ରହିଲେ କାର୍ଡର ଲେବୁଲ ବଢିବ। ଏହି କାର୍ଡ ଜରିଆରେ ୱାଇଫାଇ, ଅନଲାଇନ, ଲାଇବ୍ରେରୀ, କୋଚିଂ, ସୁବିଧା ମିଳିବ ପ୍ରଦର୍ଶନ ଆଧାରରେ। ଗୋଟେ ପ୍ଲାଟଫର୍ମରେ ସବୁ ସୁବିଧା ମିଳିବ। ନୂଆ ଓଡ଼ିଶା ବୃତ୍ତିରେ ସାମଗ୍ରିକ ବିକାଶ ପାଇଁ କାର୍ଯ୍ୟ କରାଯିବ। ଅନେକ ଯୁବକଙ୍କ ଅନେକ ଲକ୍ଷ୍ୟ ଅଛି।

ଅଧିକ ପଢନ୍ତୁ : କିଡନୀକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି କି ? ତେବେ ପ୍ରତିଦିନ ଖାଆନ୍ତୁ ଏହିସବୁ ଖାଦ୍ୟ

ଏହାକୁ ସାଧନ ପାଇଁ ଲୋନ ଦରକାର। ତେଣୁ ଇସ୍ତାହାରରେ ଋଣ ଛାଡ଼ କଥା ଅଛି। ମଧ୍ୟବିତ ଓ ଗରିବଙ୍କ ଶିକ୍ଷା ପାଇଁ ଏହା ଫାଇଦା ଦେବ। ନବୀନ ଓଡ଼ିଶା ପୋର୍ଟାଲ ସିଙ୍ଗିଲ ପୋର୍ଟାଲ ଗାଇଡାନ୍ସ ମିଳିବ। ନୂଆ ଓ ପ୍ରତିଯୋଗିତା ସବୁବେଳେ ଚାଲିବ। ଛାତ୍ରଙ୍କ ପାଇଁ ପରିବହନ ଟିକେଟରେ ରିହାତି। ନୂଆ ଓ ବୃତ୍ତି ଛାତ୍ରୀଙ୍କ ପାଇଁ ୧୪ ହଜାର ଓ ଛାତ୍ରଙ୍କ ପାଇଁ ୧୨ ହଜାରକୁ ବୃଦ୍ଧି ହେବ। 

ବ୍ୟକ୍ତିତ୍ୱରେ ବିକାଶ ଆଣାଯିବ। ଯୁବକ ଦକ୍ଷତା ଦ୍ୱାରା ନ୍ୟୁଏଜ ଟେକନୋଲୋଜି ଦିଆଯିବ। ଗତ ବର୍ଷ 78% ଚାକିରି ମିଳିଥିଲା। ନ୍ୟୁ ଏଜ ଟେକନୋଲୋଜି ବିଶ୍ଵବିଦ୍ୟାଳୟ ହେବ। ପ୍ରତି ଜିଲ୍ଲାରେ ଏହି ଟ୍ରେନିଂ ମିଳିବ। ବିଜୁ ପଟ୍ଟନାୟକ ଆଭିଏସନ ସେକ୍ଟର ଖୋଲିବ। ଯୁବକମାନେ ମାର୍କେଟ ରେଡି ରହିବେ। ୨ ଲକ୍ଷ ସରକାରୀ ଚାକିରି ମିଳିବ।

ନୂଆ ଇଣ୍ଡଷ୍ଟ୍ରି ଓଡ଼ିଶାରେ ଅଫିସ କଲେଣି। ସ୍ୱୟଂ ଲୋନ ଏକ ଲକ୍ଷରୁ ୨ ଲକ୍ଷ ହେବ।  ଏହା ବିଜେପିକୁ ନିରୁତ୍ସାହିତ କରିଛି। ଷ୍ଟାର୍ଟ ଅପର ନୂଆ ଜ୍ଞାନ ଓଡ଼ିଶାକୁ ଆସିବ। ଯୁବକ ମାନଙ୍କ ସାମଗ୍ରିକ ବିକାଶ ପାଇଁ କ୍ରୀଡା ବିକାଶ ହେବ। କ୍ରୀଡା ବଜେଟ ୧୨ ଗୁଣ ବଢିବ। ଓଡ଼ିଶାର କ୍ରୀଡା ପରିଚୟ ଯାହା ମୁଖ୍ୟମନ୍ତ୍ରୀ ସୃଷ୍ଟି କରିଛନ୍ତି, ତାହା ସଂସଦରେ ବି ପ୍ରଶଂସା ପାଉଛି। କ୍ରୀଡା କୋଚିଂ ଭଲ ମିଳୁଛି। କ୍ରୀଡାରେ ଆସିଛି ବୈପ୍ଲବିକ ପରିବର୍ତ୍ତନ। 

ଅଧିକ ପଢନ୍ତୁ : କୌଣସି ବିଷୟକୁ ନେଇ ଚିନ୍ତାରେ ରହିବା ସହ ସମସ୍ୟା ଘେରରେ ରହିବେ ଏହି ରାଶି ଲୋକ! ପଢନ୍ତୁ ଏ ସପ୍ତାହର ରାଶିଫଳ

ବ୍ୟକ୍ତିତ୍ୱ ବିକାଶରେ କ୍ରୀଡାର ବଡ଼ ଭୂମିକା ରହିଛି। ବିଜେପିର କୌଣସି ରାଜ୍ୟ କି କେନ୍ଦ୍ରର ଇସ୍ତାହାରରେ ଯୁବକଙ୍କ ପାଇଁ ସ୍ଥାନ ନାହିଁ। ଯୁବକମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତହାର ଯେବେ କାର୍ଯ୍ୟକାରୀ ହେବ, ତାକୁ ଜାତୀୟ ଦଳ ନିଶ୍ଚିତ ପରେ କରିବ। ମଧ୍ୟବିତ୍ତଙ୍କ ଟଙ୍କା ବିଜୁଳି ବିଲରେ ଯାଉଥିଲା। ହେଲେ ମୁଖ୍ୟମନ୍ତ୍ରୀଙ୍କ ମାଗଣା ବିଜୁଳି ବିଜେପିର ନିଦ ହଜେଇ ଦେଇଛି। 

BSKY ନବୀନ କାର୍ଡ ମଧ୍ୟବିତଙ୍କ ବାଧା ଦୂର କରିବ। ସରକାରୀ ସହ ସମସ୍ତେ ଏହାର ଲାଭ ପାଇବେ। ମିଶନ ଶକ୍ତି ମାଆଙ୍କ ପାଇଁ ପେନସନ ସବିଧା ମିଳିବ। ଏହି ସବୁ ଜୁନ ୯ ରେ ଷଷ୍ଠ ଥର ସରକାର ଗଢି ଦସ୍ତଖତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୋଲି ବିଜେଡ଼ି କହିଛି।

ଅଧିକ ପଢନ୍ତୁ : ବୁଧଙ୍କ ଗୋଚର, ଏହି ୨ଟି ରାଶି ପାଇଁ ଖରାପ ସମୟ! ଜାଣନ୍ତୁ ସେହି ରାଶି ବିଷୟରେ 
 

Share this story