୮ ବର୍ଷ ବୟସରେ ମୋ ଛାତିକୁ ଛୁଇଁଥିଲେ ବାପା; ରେପ୍ କରିବାକୁ ବାରମ୍ବାର ଉଦ୍ୟମ କରୁଥିଲେ : ଖୁସବୁ ସୁନ୍ଦର

My father used to force me to keep sexual relationship with me

ଓଡ଼ିଆ ଗସିପ ବ୍ୟୁରୋ : ସତରେ କଣ ଏମିତି ହୁଏ! ଜଣେ ବାପା ନିଜ ଯୌନ ଇଚ୍ଛା ପୁରଣ କରିବାକୁ ନିଜ ଝିଅକୁ ହିଁ କଣ ଭୋଗ୍ୟବସ୍ତୁ ଭାବେ ବ୍ୟବହାର କରିପାରେ? ହଁ ଆଜି ଆମେ ଏମିତି ଜଣେ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ କଥା ଆପଣ କେବେ ବି ବିଶ୍ୱାସ କରିପାରିବେ ନାହିଁ । ହଁ ଆମେ କହୁଛୁ ଅଭିନେତ୍ରୀରୁ ରାଜନେତ୍ରୀ ପାଲଟିଥିବା ଖୁସବୁ ସୁନ୍ଦରଙ୍କ କଥା ।

ଖୁସବୁ ସୁନ୍ଦର ବର୍ତ୍ତମାନ ଜାତୀୟ ମହିଳା କମିଶନର ମୁଖ୍ୟ ଭାବେ ଦାୟିତ୍ୱ ତୁଲାଉଛନ୍ତି ସେ ନିଜ ଜୀବନର ସେହି କଳା ଅଧ୍ୟାୟ ବିଷୟରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି । ଆଉ ନିଜ ଜୀବନରେ ଘଟିଯାଇଥିବା ସେ କାଳ ମୁହୁର୍ତ୍ତକୁ ମନେ ପକାଇ ନାରୀ ସୁରକ୍ଷା ଓ ଶିଶୁ ଯୌନ ନିର୍ଯ୍ୟାତନା ବିରୋଧରେ ସ୍ୱର ଉଠାଇବା ସହ କେମିତି ସଂଗ୍ରାମ ଆରମ୍ଭ କରିଛନ୍ତି ତାକୁ ଦୋହରାଇଛନ୍ତି...

ଆହୁରି ପଢ଼ନ୍ତୁ : ଭିଜିବ ରଙ୍ଗର ପର୍ବ ହୋଲି; ଆସନ୍ତାକାଲିଠୁ ୩ଦିନ ଯାଏ ଏସବୁ ଜିଲ୍ଲାରେ ବର୍ଷା ସମ୍ଭାବନା!

ଭାରତୀୟ ଜନତା ପାର୍ଟି ସହ ନିଜ ରାଜନୈତିକ ଜୀବନ ଆଗକୁ ବଢ଼ାଇଥିବା ଖୁସବୁ ସୁନ୍ଦରଙ୍କ ଏହି ବୟାନ ଏବେ ସାମ୍ନାକୁ ଆସିବା ପରେ ଇଣ୍ଟରନେଟରେ ପ୍ରବଳ ଚର୍ଚ୍ଚା ଓ ଆଲୋଚନା ଜାରି ରହିଛି । ଏକ ଜାତୀୟ ଗଣମାମଧ୍ୟମ ସହ ମତ ବିନିମୟ ବେଳେ ଖୁସବୁ କହିଛନ୍ତି ଯେ, ମୋତେ ଯେତେବେଳେ 8 ବର୍ଷ ହୋଇଥିଲା ମୋ ନିଜ ବାପା ମୋ ଉପରେ ଯୌନ ନିର୍ଯ୍ୟାତନା କରିଥିଲେ ।

ବାରମ୍ବାର ସେ ମୋ ସହ ଖରାପ କାମ କରିବାକୁ ପ୍ରୟାସ କରୁଥୁଲେ । ବାପାଙ୍କର ଏ ହରକତ ମୋତେ ସେତେବେଳେ ବେଶ୍ ଖରାପ ଲାଗୁଥିଲା । ସ୍ଥିତି ଏମିତି ହୋଇଥିଲା ଯେ, ଖୁସବୁ 15 ବର୍ଷ ହେବା ଯାଏ ଏହି କଥାକୁ କେବଳ ନିଜ ପାଖରେ ହିଁ ଲୁଚାଇ ରଖିଥିଲେ । ଏମିତି କି ନିଜ ପରିବାରର ଅନ୍ୟ ସଦସ୍ୟଙ୍କୁ ମଧ୍ୟ ଜଣାଇନଥିଲେ ।

ସେହି ଘଟଣା ପରେ ଖୁସବୁ ଶିଶୁ ଓ ମହିଳା ନିର୍ଯ୍ୟାତନାକୁ ମୁଖ୍ୟ ପ୍ରସଙ୍ଗ କରି ସେ ସେମାନଙ୍କ ନ୍ୟାୟ ପାଇଁ ଲଢ଼େଇ କରି ଆସୁଛନ୍ତି । ଆଉ ଏବେ ସେ ବିଜେପି ସହ ଯୋଡ଼ି ହେବା ପରେ ଦଳ ତାଙ୍କୁ ଏନସିଡବ୍ଲୁର ମୁଖ୍ୟ ଭାବେ ଦାୟିତ୍ୱ ପ୍ରଦାନ କରିଛନ୍ତି ।

ଆହୁରି ପଢ଼ନ୍ତୁ : କେବଳ ଜୀବନ୍ତ ମହିଳା ନୁହେଁ, ମୃତ ଶରୀର ସହିତ ମଧ୍ୟ ସମ୍ବନ୍ଧ ରଖନ୍ତି ଏହି ଆଗୋରୀ ବାବା! କାରଣ ବହୁତ ଅଜବ...

ପରିବାରର ସହଯୋଗ:

ସେପଟେ ସଂପୃକ୍ତ ଜାତୀୟ ଗଣମାଧ୍ୟମକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଖୁସବୁ କହିଛନ୍ତି ଯେ, ଦେଶରେ ଶିଶୁଙ୍କ ସୁରକ୍ଷା ଓ ମହିଳାଙ୍କ ଉପରେ ହେଉଥିବା ନିର୍ଯ୍ୟାତନାକୁ ରୋକିବାକୁ ସେ ଅହରହ ସଂଗ୍ରାମ କରୁଛନ୍ତି । ଆଉ ଯେବେ ସେ କୌଣସି ମାମଲା ସମ୍ପର୍କରେ ଅବଗତ ହୁଅନ୍ତି ତାଙ୍କୁ ତାହା ବେଶ୍ ଆନ୍ଦୋଳିତ କରିଥାଏ । କାହିଁକିନା, ଶିଶୁ ବେଳେ ସେ ଯେଉଁ ଯୌନ ନିର୍ଯ୍ୟାତନାର ଶିକାର ହୋଇଛନ୍ତି ତାକୁ ସେ କେବେ ବି ଭୁଲି ପାରିବେ ନାହିଁ ।

ଆହୁରି ପଢ଼ନ୍ତୁ : ମୃତ୍ୟୁ ପର୍ଯ୍ୟନ୍ତ ବି ନିଜ ପ୍ରଥମ ପ୍ରେମିକାକୁ ଝୁରୁଥିଲେ ପିଣ୍ଟୁ ନନ୍ଦ, ପିଣ୍ଟୁଙ୍କ ପ୍ରଥମ ପ୍ରେମ କାହାଣୀ ଥିଲା କିଛି ଏମିତି...

ଯେହେତୁ ସେ ପିଲାଦିନେ ଶାରୀରିକ ନିର୍ଯ୍ୟାତନାର ଶିକାର ହୋଇଛନ୍ତି ତେଣୁ ସେ ଯେବେ ବି କୌଣସି ଶିଶୁ କିମ୍ବା ମହିଳାଙ୍କ ଉପରେ ଯୌନ ନିର୍ଯ୍ୟାତନା ହୁଏ ସେ ତାକୁ ଅତି ସମ୍ବେଦନଶୀଳ ଭାବେ ଗ୍ରହଣ କରନ୍ତି । ଏନେଇ ତାଙ୍କ ସ୍ୱାମୀ ଓ ପିଲାଛୁଆମାନେ ବେଶ୍ ସାହସ ଯୋଗାଇଛନ୍ତି । ନିଜ ଝିଅକୁ ମଧ୍ୟ ଖୁସବୁ ପିଲାଦିନେ ସେ ଶିକାର ହୋଇଥିବା ଯୌନ ଶୋଷଣ ସମ୍ପର୍କରେ କହିଥିଲେ, ଆଉ ଖୁସବୁଙ୍କ ଝିଅ ତାଙ୍କ ମାଆକୁ ଅନେକ ଥର ସାହସ ଦେଇଛନ୍ତି ବୋଲି କୁହନ୍ତି ଖୁସବୁ ।

Share this story