ମା’ ତାରାତାରିଣୀଙ୍କୁ ଦର୍ଶନ କରି ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କଲେ ନବୀନ...
 

CM Naveen submitted his nomination after visiting maa tara taratarini
ନାମାଙ୍କନ ଭରିଲେ ନବୀନ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ବିଧାନସଭା ଆସନରୁ ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନାମାଙ୍କନ ଭରିବା ପୂର୍ବରୁ ପ୍ରଥମେ ନବୀନ ଦକ୍ଷିଣ ଓଡ଼ିଶାର ଆରାଧ୍ୟ ଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଯାଇ ମା’ଙ୍କ ଆଶିଷ ଭିକ୍ଷା କରିଥିଲେ। 

ପରେ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଥିଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ। ଏହି ସମୟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌‌, ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୃବକ୍ସି ପାତ୍ର, ଆସିକା ଲୋକସଭା ପ୍ରାର୍ଥୀ ରଞ୍ଜିତା ସାହୁ, ସାନଖେମୁଣ୍ଡି ବିଧାୟକ ପ୍ରାର୍ଥୀ, ପୋଲସରା ବିଧାୟକ ପ୍ରାର୍ଥୀ, ଗଞ୍ଜାମ ଜିଲ୍ଲାର ତୁଙ୍ଗ ନେତା ଓ ବିଧାୟକ ପ୍ରାର୍ଥୀମାନେ ଉପସ୍ଥିତ ରହିଥିଲେ।

ଅଧିକ ପଢନ୍ତୁ : ଅଭାବ, ଅସୁବିଧା ଯୋଗୁଁ କାର୍ଯ୍ୟରେ ବାଧା ସୃଷ୍ଟି ହେବା ସହ ବନ୍ଧୁ ମନାନ୍ତର ଦେଖାଦେବ! ପଢନ୍ତୁ ଏ ସପ୍ତାହର ରାଶିଫଳ

୨୦୦୦ ମସିହାରୁ ଆସିକା ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ହିଞ୍ଜିଳି ବିଧାନସଭା ଆସନରୁ ନବୀନ କ୍ରମାଗତ ବିଜୟଲାଭ କରି ଆସୁଛନ୍ତି। ଚଳିତ ନିର୍ବାଚନରେ ନବୀନ ପୁଣିଥରେ ହିଞ୍ଜିଳିରୁ ପାର୍ଥୀ ହୋଇଛନ୍ତି। 

ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟରେ ଆସ୍କା ସମେତ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ସଂସଦୀୟ କ୍ଷେତ୍ରରେ ମେ’ ୨୦ ତାରିଖରେ ମତଦାନ ହେବ। ଏଥିଲାଗି ଗତ ୨୬ ତାରିଖରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ନବୀନ ଜିଲ୍ଲା ସଦର ମହକୁମା ଛତ୍ରପୁରରେ ନାମାଙ୍କନପତ୍ର ଦାଖଲ କରିଛନ୍ତି।

ଅଧିକ ପଢନ୍ତୁ : ପ୍ରତିଦିନ ହେଉଛି କି ପାଦ ଯନ୍ତ୍ରଣା ? ସାବଧାନ! ହୋଇପାରେ ହାର୍ଟ ଷ୍ଟ୍ରୋକ୍‌ର ଲକ୍ଷଣ
 

Share this story