ଆଜି ମୁଖ୍ୟମନ୍ତ୍ରୀଙ୍କ ମେଗା ରୋଡ ଶୋ’, ଭୁବନେଶ୍ୱରରେ ୮ ସ୍ଥାନରେ ଜନସାଧାରଣଙ୍କୁ କରିବେ ସମ୍ବୋଧନ
 

CM Naveen Patnaik to holds mega roadshow in Bhubaneswar
ମୁଖ୍ୟମନ୍ତ୍ରୀଙ୍କ ମେଗା ରୋଡ ଶୋ’

ଓଡ଼ିଆ ଗସିପ୍ ବ୍ୟୁରୋ: ଗୁରୁବାର ରାଜଧାନୀ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶାଳ ରୋଡ ଶୋ ଗଙ୍ଗନଗର ଛକରୁ ଆରମ୍ଭ ହୋଇ ଶିଶୁଭବନ ଛକରେ ସମାପ୍ତ ହେବ। ରୋଡ ଶୋରେ ଲକ୍ଷାଧିକ ଲୋକେ ସାମିଲ ହେବାର ଯଥେଷ୍ଟ ସମ୍ଭାବନା ରହିଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି।

ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ ୟୁନିଟ-୬ ଗଙ୍ଗନଗର ଛକରୁ ସନ୍ଧ୍ୟା ୬ଟା ୩୦ ମିନିଟରେ ବାହାରିବ। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ସେଠାରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରିବେ। ଏହାପରେ ସେ ଏଲଆଇସି ଛକ ଦେଇ ଗୋପବନ୍ଧୁ ଛକରେ ପହଞ୍ଚିବେ। ଏହାପରେ ସେ ୟୁନିଟ-୮ ସ୍ଥିତ ଡିଏଭି ସ୍କୁଲ ନିକଟରେ ପହଞ୍ଚି ସାଧାରଣ ଲୋକଙ୍କ ଉଦ୍ଦେଶ୍ୟରେ ଉଦ୍‌‌ବୋଧନ ଦେବେ। 

ଅଧିକ ପଢନ୍ତୁ : ମେଷ ରାଶିରେ ମଙ୍ଗଳ ଚଳନ ଯୋଗୁଁ ସୃଷ୍ଟି ହେବ ରୁଚକ ରାଜଯୋଗ, ବଦଳିବ ଏହି ୪ ରାଶିର ଆର୍ଥିକ ସ୍ଥିତି!

ସେଠାରୁ ମୁଖ୍ୟମନ୍ତ୍ରୀ ବାହାରି ଏଚ୍‌‌ଡିଏଫ୍‌‌ସି ଛକ, ବାଲୁଙ୍କେଶ୍ୱର ମନ୍ଦିର, ମମ୍‌‌ତାଜ ଅଲ୍ଲୀ ସ୍କୁଲ, ଶ୍ରୀକୃଷ୍ଣ କ୍ଲବ ନିକଟରେ ପହଞ୍ଚିବେ। ଏଠାରେ ମଧ୍ୟ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସେ କଳିଙ୍ଗ ଷ୍ଟାଡିୟମ ଛକ ଓ ନିକୋ ପାର୍କ ଛକ ଦେଇ ବାୟାବାବା ମଠ ରାସ୍ତା ନିକଟରେ ପହଞ୍ଚିବେ। ସେଠାରେ ମଧ୍ୟ ମୁଖ୍ୟମନ୍ତ୍ରୀ ନିଜର ଅଭିଭାଷଣ ରଖି ରୂପାଲି ଛକ ଦେଇ ସତ୍ୟନଗର ନିକଟରେ ପହଞ୍ଚିବେ। 

ମୁଖ୍ୟମନ୍ତ୍ରୀ ସନ୍ଧ୍ୟା ୭ଟା ୨୦ ମିନିଟରେ ସତ୍ୟନଗର ଛକରେ ପହଞ୍ଚିବା ନେଇ ସମୟ ଧାର୍ଯ୍ୟ ହୋଇଥିବା ବେଳେ ସେଠାରେ ସେ ଉପସ୍ଥିତ ଲୋକଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ମୁଖ୍ୟମନ୍ତ୍ରୀ ଶ୍ରୀୟା ଛକ, ରାଜମହଲ, ମାଷ୍ଟରକ୍ୟାଣ୍ଟିନ ଦେଇ ଶେଷରେ ୭ଟା ୩୦ ମିନିଟରେ ଶିଶୁଭବନ ଛକରେ ପହଞ୍ଚିବେ। 

ଅଧିକ ପଢନ୍ତୁ : କୌଣସି ବିଷୟକୁ ନେଇ ଚିନ୍ତାରେ ରହିବା ସହ ସମସ୍ୟା ଘେରରେ ରହିବେ ଏହି ରାଶି ଲୋକ! ପଢନ୍ତୁ ଏ ସପ୍ତାହର ରାଶିଫଳ

ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ ପ୍ରାୟ ୧ ଘଣ୍ଟା ଧରି ଚାଲିବାକୁ ଥିବାବେଳେ ଏହାକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବରିଷ୍ଠ ପୁଲିସ ଅଧିକାରୀମାନେ ସୁରକ୍ଷା ବ୍ୟବସ୍ଥା ଦାୟିତ୍ୱରେ ରହିବେ। ମୁଖ୍ୟମନ୍ତ୍ରୀଙ୍କ ଏହି ରୋଡ ଶୋକୁ ନେଇ ଉଭୟ ବିଜେଡି ସମର୍ଥକ ଏବଂ ସାଧାରଣ ଲୋକଙ୍କ ମନରେ ପ୍ରବଳ ଉତ୍ସାହ ସୃଷ୍ଟି ହୋଇଛି।

ଅଧିକ ପଢନ୍ତୁ : ବୁଧଙ୍କ ଗୋଚର, ଏହି ୨ଟି ରାଶି ପାଇଁ ଖରାପ ସମୟ! ଜାଣନ୍ତୁ ସେହି ରାଶି ବିଷୟରେ 

Share this story