ଆଜି ମୁଖ୍ୟମନ୍ତ୍ରୀଙ୍କ ମାରାଥନ କାର୍ଯ୍ଯକ୍ରମ, ସମ୍ବଲପୁର, ଅନୁଗୁଳ ଓ ଢେଙ୍କାନାଳରେ କରିବେ ପ୍ରଚାର 
 

CM Naveen Patnaik to hold marathon campaigns today
ଦଳୀୟ ପ୍ରାର୍ଥୀଙ୍କ ପାଇଁ ନବୀନଙ୍କ ଜୋରଦାର ପ୍ରଚାର 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାରାଥନ କାର୍ଯ୍ଯକ୍ରମ । ସମ୍ବଲପୁର, ଅନୁଗୁଳ ଓ ଢେଙ୍କାନାଳରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର । ପ୍ରଥମେ ସମ୍ୱଲପୁରରେ ପହଞ୍ଚି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ନବୀନ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ହୋଇଛି । 

ଅଧିକ ପଢନ୍ତୁ : କିଡନୀକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି କି ? ତେବେ ପ୍ରତିଦିନ ଖାଆନ୍ତୁ ଏହିସବୁ ଖାଦ୍ୟ

ସକାଳ ୧୦ ଟା ୪୫ ମିନିଟ ସମୟରେ ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ହେଲିକେପ୍ଟର ଯୋଗେ ଜମାଦାରପାଲି ଏୟାରଷ୍ଟ୍ରିପରେ ପହଞ୍ଚିବେ ।ସେଠାରୁ ପୁଣି ସମ୍ବଲପୁର ରିଜର୍ଭ ପୁଲିସ ଗ୍ରାଉଣ୍ଡରେ ପହଞ୍ଚିବେ । ରିଜର୍ଭ ପୋଲିସ ଗ୍ରାଉଣ୍ଡରୁ ଅଇଁଠାପାଲି ପିଏଚଡି ପଡିଆକୁ ଯିବେ । ୧୧ ଟା ୩୦ ମିନିଟ ସମୟରେ ପିଏଚଡି ପଡ଼ିଆରେ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । 

ଅଧିକ ପଢନ୍ତୁ : କୌଣସି ବିଷୟକୁ ନେଇ ଚିନ୍ତାରେ ରହିବା ସହ ସମସ୍ୟା ଘେରରେ ରହିବେ ଏହି ରାଶି ଲୋକ! ପଢନ୍ତୁ ଏ ସପ୍ତାହର ରାଶିଫଳ

ଅଇଁଠାପାଲିରୁ ନାକଟିଦେଉଳ ଏବଂ ରେଢ଼ାଖୋଲ ଯିବାର କାର୍ଯ୍ୟକ୍ରମ ରହିଛି । ସମ୍ବଲପୁର ପରେ ୩ଟା ୩୦ରେ ଅନୁଗୁଳ ଅନୁଗୁଳ ଷ୍ଟାଡିୟମରେ ପହଛି ଜନସଭାକୁ ସମ୍ବୋଧିତ କରିବେ । ସେଠାରୁ ଠେଙ୍କାନାଳ ଯାଇ ଜନସଭାକୁ ସମ୍ବୋଧିତ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାର କାର୍ଯ୍ଯକ୍ରମ ରହିଛି।

ଅଧିକ ପଢନ୍ତୁ : ବୁଧଙ୍କ ଗୋଚର, ଏହି ୨ଟି ରାଶି ପାଇଁ ଖରାପ ସମୟ! ଜାଣନ୍ତୁ ସେହି ରାଶି ବିଷୟରେ 
 

Share this story