ମୁଁ ସମ୍ପୂର୍ଣ୍ଣ ସୁସ୍ଥ, ମୋ ସ୍ବାସ୍ଥ୍ୟ ନୁହେଁ ପ୍ରଧାନମନ୍ତ୍ରୀଙ୍କୁ ଭୋଟ ଚିନ୍ତା, ମୋ ପ୍ରତି ଅପପ୍ରଚାରର ଜବାବ ଦେବେ ଓଡ଼ିଶାବାସୀ; ନବୀନ
 

CM Naveen Patnaik reply to PM modi am completely healthy
ମୋ ସ୍ବାସ୍ଥ୍ୟ ଖରାପ ଥିଲେ ମୁଁ ଏତେ ଖରାରେ ପ୍ରଚାର କରି ନ ଥାନ୍ତି
 

ଓଡ଼ିଆ ଗସିପ୍ ବ୍ୟୁରୋ: ବିରୋଧୀଙ୍କୁ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜବାବ। ସାଢ଼େ ୪ କୋଟି ଓଡ଼ିଆଙ୍କୁ ମୋର ପରିବାର ଭାବି ମୁଁ ସେମାନଙ୍କ ସେବା କରି ଆସୁଛି ସୁଖରେ ଦୁଃଖରେ ମୁଁ ସବୁବେଳେ ଆପଣଙ୍କ ସାଥୀରେ ଅଛି । ବନ୍ଯା, ବାତ୍ଯାରେ ସବୁବେଳେ ମୁଁ ଆପଣଙ୍କ ପଛରେ ଅଛି । ଶେଷ ପର୍ଯ୍ଯନ୍ତ ମୁଁ ଆପଣଙ୍କ ସହିତ ଛିଡ଼ା ହୋଇଥିବି ।

ମାଆମାନଙ୍କ ସଫଳତା ମତେ ବହୁତ ଖୁସି ଦେଇଛି । ସେହିପରି ଯୁବ ପୀଢ଼ି ଆତ୍ମ ବିଶ୍ବାସର ସହିତ ଆଗକୁ ବଢୁଛି । ଯୁବ ଶକ୍ତି ହିଁ ଓଡ଼ିଶାକୁ ଆଗକୁ ନେବ ଓ ଦେଶରେ ରାଜ୍ଯକୁ ନମ୍ଵର ୱାନ କରିବ । ଦୁଃଖର କଥା ବାହାର ନେତା ଆସି ମତେ ବ୍ଯକ୍ତିଗତ ଭାବେ ଆକ୍ଷେପ କରୁଛନ୍ତି । କଟୁ କଥା କହୁଛନ୍ତି, ଅଭଦ୍ର ଭାଷା ବ୍ଯବହାର କରୁଛନ୍ତି । ଆପଣ ଭଲ ଭାବେ ଜାଣନ୍ତି, ମୁଁ କାହାକୁ ଅସମ୍ମାନ କରେ ନାହିଁ । କଟୁ କଥା କହେ ନାହିଁ । ଆପଣମାନେ ଏହାର ଜବାବ ଦେବେ ।

ଅଧିକ ପଢନ୍ତୁ : ଡାଇସେଟିସ୍ ରୋଗୀ ସାବଧାନ! ରାତିରେ ଖାଆନ୍ତୁ ନାହିଁ ଏହି ୪ଟି ଖାଦ୍ୟ, ଅନକଣ୍ଚ୍ରୋଲ ହୋଇଯିବ ସୁଗାର ଲେବଲ

ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରେସମିଟ୍। ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ମୋ ସ୍ବାସ୍ଥ୍ୟାବସ୍ଥା କଥା ଏକ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ଉଠାଇଛନ୍ତି। ତଦନ୍ତ କରିବା କଥା କହିଛନ୍ତି। ଭୋଟ ପାଇଁ ପ୍ରଧାନମନ୍ତ୍ରୀଙ୍କ ମୋ ସ୍ବାସ୍ଥ୍ୟାବସ୍ଥା ଚିନ୍ତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 

ଯଦି ମୋର ଶୁଭ ଚିନ୍ତକ ତାହେଲେ ମୋତେ ଫୋନ୍‌ କରିପାରିଥାନ୍ତେ। ମୋର ସ୍ୱାସ୍ଥ୍ୟାବସ୍ଥା ଜାଣିବାକୁ କମିଟି ଗଠନ କରିବେ କହିଛନ୍ତି। ଯଦି କମିଟି କରିବେ, ତାହେଲେ ଅପପ୍ରଚାରର ତଦନ୍ତ କରାନ୍ତୁ। ଏହା ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀ ଚାଲ୍। ମୋ ସ୍ବାସ୍ଥ୍ୟକୁ ନେଇ ଗୁଜବ ପ୍ରଚାର ଚାଲିଛି।  

ସାରା ରାଜ୍ଯରେ ମୁଁ ନିର୍ବାଚନ ପ୍ରଚାର କରୁଛି।  ମୋ ସ୍ବାସ୍ଥ୍ୟ ଖରାପ ଥିଲେ ମୁଁ ଏତେ ଖରାରେ ପ୍ରଚାର କରି ନ ଥାନ୍ତି। ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଗୁଜବ ସୃଷ୍ଟିର କାରଣ ଖୋଜିବାକୁ କମିଟି ଗଠନ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଯଦି ଓଡ଼ିଶାର ଭଲ ଚାହୁଁଛନ୍ତି କୋଇଲା ରୟାଲିଟି ରିଭିଜନ୍ କରାନ୍ତୁ। ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ପ୍ରଦାନ ଦାବି ପୂରଣ କରନ୍ତୁ ବୋଲି ନବୀନ କହିଛନ୍ତି।

ଅଧିକ ପଢନ୍ତୁ : ଘର ସାମ୍ନାରୁ ପୂର୍ବତନ ସରପଞ୍ଚଙ୍କ ମୃତଦେହ ଉଦ୍ଧାର, ରାଜନୈତିକ ହିଂସାକୁ ନେଇ ହତ୍ୟା ଅଭିଯୋଗ
 

Share this story