ରାଜ୍ୟରେ ସରକାର ଗଠନ କରିବ ବୋଲି କହି ବୁଲୁଥିବା BJPକୁ କଟାକ୍ଷ କଲେ ବଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
 

CM Naveen Patnaik Criticizes BJP Over Day Dreaming
ସରକାର ଗଠନ ପାଇଁ ଦିନରେ ସ୍ବପ୍ନ ଦେଖୁଛି BJP 
 

ଓଡ଼ିଆ ଗସିପ୍ ବ୍ୟୁରୋ: କଳାହାଣ୍ଡି ଲୋକସଭା କ୍ଷେତ୍ର ଭବାନୀପାଟଣା, ଖଡିଆଳରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର ବେଳେ ରାଜ୍ୟରେ ଏଥର ସରକାର ଗଠନ କରିବ ବୋଲି କହି ବୁଲୁଥିବା ବେଳେ ଆଜି ତାହାକୁ କଟାକ୍ଷ କରିଛନ୍ତି ବଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 

ବହୁ ଦିନ ହେଲା ବି.ଜେ.ପି ଦିନରେ ସ୍ବପ୍ନ ଦେଖୁଛି ବୋଲି ମୁଖ୍ୟମନ୍ତ୍ରୀ, ଲୋକଙ୍କ ସହ ସିଧାସଳଖ ସମ୍ପର୍କ ଯୋଡ଼ିଲେ ମୁଖ୍ୟମନ୍ତ୍ରୀ, ଯୋଜନାର ସୁଫଳ ସଂପର୍କରେ ଲୋକଙ୍କ ମତାମତ ଲୋଡିଲେ,‘ହଁ’ ରେ ପ୍ରତିଧ୍ୱନିତ ହେଲା ସଭାସ୍ଥଳ।

ବିରୋଧୀ ମିଛ କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ଆପଣମାନଙ୍କ ଆଶିର୍ବାଦ ଓ ସହଯୋଗରେ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହୋଇ ଇତିହାସ ରଚିବେ ନବୀନ ପଟ୍ଟନାୟକ, ଓଡ଼ିଶା ଇତିହାସ ରଚିବ, ଜୁନ ୯ରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଘୋଷଣା କଲେ କାର୍ତ୍ତିକ ପାଣ୍ଡିଆନ, ଦିନ ସାଢେ ଏଗାର ରୁ ସାଢେ ଗୋଟାଏ ମଧ୍ୟରେ ଶପଥ।

ଅଧିକ ପଢନ୍ତୁ : ଅଚାନକ୍ “ହୃଦଘାତ” ଆସିଲେ କରିବେ କଣ ? ଜାଣିଲେ ଆପଣ ମଧ୍ୟ ବଞ୍ଚାଇପାରିବେ ଜଣଙ୍କ ଜୀବନ

ବିଜେପି ନିର୍ବାଚନ ଇସ୍ତାହାରରେ ସେଭଳି କିଛି ନାହିଁ, ଇସ୍ତାହାର ଅନୁଯାୟୀ ଚାଲିଲେ ୨୦ ବର୍ଷ ପଛକୁ ଚାଲିଯିବ, ଡବଲ ଇଞ୍ଜିନ ଯେଉଁଠି ବି ଚାଲିଥିଲା ସେଠାରେ ଭୁଷୁଡ଼ି ପଡ଼ିଛି, ତାଙ୍କର ତେଲ ସରିଗଲା ଗାଡ଼ି ବନ୍ଦ ହୋଇଗଲା, ନବୀନ ଇଞ୍ଜିନ କେବେ ବି ବନ୍ଦ ହେବନାହିଁ , ବି.ଏସ୍‍.କେ.ୱାଇ କାର୍ଡ଼ ହେଉଛି ଏଟିଏମ୍‍ କାର୍ଡ଼ ପରି , ଆୟୁଷ୍ମାନ ଯୋଜନା ଇନସ୍ୟୁରାନ୍‍ସ କମ୍ପାନୀଦ୍ୱାରା କାର୍ଯ୍ୟକାରୀ ହେଉଛି, ଏହା ଦ୍ୱାରା ସାଧାରଣ ଲୋକ ହଇରାଣ ହେଉଛନ୍ତି। .


ଆୟୁଷ୍ମାନ ଯୋଜନାରେ ଓଡ଼ିଶାର ଭାଗ ବର୍ଷକୁ ୩୦୦ କୋଟି  ବି.ଏସ୍‍.କେ.ୱାଇ ରେ ମାସକୁ ଖର୍ଚ୍ଚ ହେଉଛି ୩୦୦ କୋଟି, ଆମର ମମତା ଯୋଜନା ରେ ଦଶ ହଜାର ଟଙ୍କା କେନ୍ଦ୍ର ଦେଉଛି ମାତ୍ର ଛଅ  ହଜାର। ବିଜେପି କହିଛି ନିର୍ବାଚନରେ ଆସିଲେ ୧୦୦ ଦିନ ମଧ୍ୟରେ ବି.ଏସ୍‍.କେ.ୱାଇ ବନ୍ଦ କରିଦେବ, ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରନ୍ତୁ, ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ପର୍ଯ୍ୟନ୍ତ କେହି ସ୍ୱପ୍ନରେ ଏହାକୁ ବନ୍ଦ କରିପାରିବେ ନାହିଁ।

୨୪ ବର୍ଷ ହେଲାଣି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଅଛନ୍ତି, ବିଜେପିଙ୍କୁ ପଚାରନ୍ତୁ ସେମାନେ ୨୪ ବର୍ଷ ଭିତରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ, ଚୟନ କରିଛନ୍ତି କି ? 

ମହାପ୍ରଭୁ ଯାହାକୁ ଚାହିଁବେ, ସିଏ ତାଙ୍କର ସେବା କରିବ, ମୁଖ୍ୟମନ୍ତ୍ରୀଙ୍କ ପ୍ରତି ମହାପ୍ରଭୁଙ୍କ ଆଶୀର୍ବାଦ ଅଛି, ତେଣୁ ସେ ତାଙ୍କର ସେବା କରୁଛନ୍ତି ବୋଲି ପାଣ୍ଡିଆନ କହିଛନ୍ତି। 

ଅଧିକ ପଢନ୍ତୁ : ବ୍ରେନ୍ ହାମରେଜ୍ ହେବା ପୂର୍ବରୁ ଶରୀରରେ ଦେଖାଦିଏ ଏସବୁ ସଙ୍କେତ, ଜାଣନ୍ତୁ ସେହି ଲକ୍ଷଣ ବିଷୟରେ 
 

Share this story