BJD ଘୋଷଣା କଲା ଦ୍ବିତୀୟ ଲୋକସଭା ପ୍ରାର୍ଥୀ ତାଲିକା, ୬ଟି ଆସନ ପାଇଁ ଏମାନଙ୍କୁ ଦେଲା ଟିକେଟ 
 

CM Naveen Patnaik announces 2nd phase of BJD list
ପ୍ରକାଶ ପାଇଲା ବିଜେଡିର ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା
 

ଓଡ଼ିଆ ଗସିପ୍ ବ୍ୟୁରୋ: ବିଜୁ ଜନତା ‌ଦଳ (ବିଜେଡି) ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ଦିନ ସନ୍ଧ୍ୟା ସୁଦ୍ଧା ୧୫ଟି ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଅପରାହ୍‌ଣରେ ବିଜେଡି ୯ ଜଣଙ୍କର ନାମ ଜାରି କରିଥିଲା। 

ବିଜେଡି ଆଜି ପ୍ରଥମ ପର୍ଯ୍ୟାୟରେ ୯ ଲୋକସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା। ସମ୍ବଲପୁରରୁ ପ୍ରଣବ ପ୍ରକାଶ ଦାସ, କଳାହାଣ୍ଡିରୁ ଲମ୍ବୋଦର ନିଆଳ, ଭୁବନେଶ୍ବରରୁ ମନ୍ମଥ ରାଉତରାୟ, କେନ୍ଦ୍ରାପଡ଼ାରୁ ଅଂଶୁମାନ ମହାନ୍ତି, ନବରଗଂପୁରରୁ ପ୍ରଦୀପ ମାଝୀ, ସୁନ୍ଦରଗଡ଼ରୁ ଦିଲୀପ ତିର୍କୀ, ମୟୂରଭଂଜରୁ ସୁଦାମ ମାର୍ଣ୍ଡିଂ, ଆସିକାରୁ ରଂଜିତା ସାହୁ ଓ କୋରାପୁଟରୁ କୌଶଲ୍ୟା ହିକ୍‌କାଙ୍କୁ ଟିକେଟ୍‌ ଦେଇଥିଲା।

ଆଧିକ ପଢନ୍ତୁ : ବିଜେଡିରେ ମିଶିଲେ କଂଗ୍ରେସର ବରିଷ୍ଠ ନେତା ସୁରେଶ ରାଉତରାୟଙ୍କ ସାନପୁଅ ମନ୍ମଥ ରାଉତରାୟ

ହେଲେ ଦ୍ବିତୀୟ ପର୍ଯ୍ୟାୟରେ ଆଜି ସନ୍ଧ୍ୟାରେ ୬ ଜଣ ପ୍ରାର୍ଥୀଙ୍କ ନାମ ଜାରି କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ।

ପୁରୀ- ଅରୁପ ପଟ୍ଟନାୟକ

ଯାଜପୁର- ଶର୍ମିଷ୍ଠା ସେଠୀ

ଢ଼େଙ୍କାନାଳ- ଅବିନାଶ ସାମଲ

ଜଗସିଂହପୁର – ରାଜେଶ୍ବରୀ ମଲ୍ଲିକ

କନ୍ଧମାଳ- ଅଚ୍ୟୁତ ସାମନ୍ତ

କଟକ – ସଂତୃପ୍ତ ମିଶ୍ର।

ଆଧିକ ପଢନ୍ତୁ : କଥା ରଖିଲାନି ସାନ ପୁଅ ମନ୍ମଥ, BJD ରେ ମିଶିବା ପରେ ବାପା ସୁର ନେଲେ ଏଭଳି ପଦକ୍ଷେପ
 

Share this story