ପଦ୍ମ ମୁହାଁ ସାନଭାଇ, ଶଙ୍ଖ ପ୍ରେମରେ ବଡ଼ଭାଇ, ୨୦୨୪ ରେ ଜଗତସିଂହପୁର ଦେଖିବ ନୂଆ ନେତା, ଦେଖନ୍ତୁ Exclusive ଭିଡିଓ...

Chiranjeev Biswal likely to join BJD soon

ଓଡ଼ିଆ ଗସିପ ବ୍ୟୁରୋ: ୨୦୨୪ ରେ ନିର୍ବାଚନ ହେବାକୁ ଥିବା ବେଳେ ଏହା ଅନେକ ଅଦଳବଦଳ ଦେଖିବାକୁ ମିଳିବ । ବିଜେଡି, ବିଜେପି ଓ କଂଗ୍ରେସରେ ନୂଆ ପ୍ରାର୍ଥୀ ଉଭା ହେବେ । ନେତା ସମାନ ରହିବେ ହେଲେ ଦଳ ଓ ଚିହ୍ନ ବଦଳିବାର ସମ୍ଭାବନା ରହିଛି । ୨୦୧୯ ରେ ଜଗତସିଂହପୁରରେ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲି ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳଙ୍କୁ ପରାସ୍ତ କରି ବିଧାନସଭା ଯାଇଥିଲେ ।

ପ୍ରଶାନ୍ତଙ୍କୁ ୭୦ ହଜାରରୁ ଉର୍ଦ୍ଧ୍ୱ ଭୋଟ ମିଳିଥିବା ବେଳେ କଂଗ୍ରେସକୁ ୬୧ ହଜାରରୁ ଅଧିକ ଭୋଟ ମିଳିଥିଲା । ହେଲେ ଏବେ ପ୍ରଶାନ୍ତଙ୍କ ନଜର ବାଲିକୁଦା ଏରସମା ଉପରେ । ବାଲିକୁଦା ବିଧାୟକ ରଘୁନନ୍ଦନ ଦାସ ଦୀର୍ଘଦିନ ଧରି ଅସୁସ୍ଥ ଥିବା ବେଳେ ସେଠାରୁ ଟିକେଟ ପାଇବାକୁ ଲକ୍ଷ ରଖିଛନ୍ତି ପ୍ରଶାନ୍ତ । ଯଦି ପ୍ରଶାନ୍ତ ବାଲିକୁଦା ଯିବେ ତେବେ ଜଗତସିଂହପୁରରୁ ଲଢ଼ିବେ କିଏ ?

ଅଧିକ ପଢ଼ନ୍ତୁ : ଗୃହଶତ୍ରୁ ବିଭୀଷଣଙ୍କୁ ନବୀନ ଦେବେ ପାନେ, ଫେବୃଆରୀ ୨୦ ଭିତରେ ବଦଳିବ ମନ୍ତ୍ରୀମଣ୍ଡଳ; ଦେଖନ୍ତୁ Exclusive ଭିଡିଓ

ବିଜେଡି ଟିକେଟ ଦୋୖଡରେ ଏବେ ଆଗରେ ରହିଛନ୍ତି ଅମରେନ୍ଦ୍ର ଦାସ । କିନ୍ତୁ ତାଙ୍କ ବାଟରେ ଚିରଞ୍ଜୀବ କଣ୍ଟା ସାଜିବେ ବୋଲି କୁହାଯାଉଛି । ୨୦୧୯ ପରେ ଚିରଞ୍ଜୀବଙ୍କ ଆଭିମୁଖ୍ୟ ବଦଳିଯାଇଛି । ତାଙ୍କୁ ଆଉ କଂଗ୍ରେସର କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁନାହିଁ । ଚିରଞ୍ଜୀବ ବିଜେଡି ସହ ଯୋଗ ସୂତ୍ରରେ ରହିଛନ୍ତି ବୋଲି କୁହାଯାଉଛି ।

ହେଲେ ଚିରଞ୍ଜୀବ ଓ ରଞ୍ଜୀବ ବିଶ୍ୱାଳ ଉଭୟ ଟିକେଟ ଚାଁହୁଥିବାରୁ ଡ଼ିଲ ଫାଇନାଲ ହୋଇ ପାରୁନଥିବା ଚର୍ଚ୍ଚା ହେଉଛି । ଏବେ ବି ଜଗତସିଂହପୁରରେ ଚିରଞ୍ଜୀବଙ୍କ ଦୃଢ ସଂଗଠନ ରହିଛି । ତାଙ୍କ ହାତରେ ୫୦ ହଜାରରୁ ଅଧିକ ଭୋଟ ରହିଛି । ଚିରଞ୍ଜୀବଙ୍କ ପୁଅ ଖଣି ବେପାର କରିବାକୁ ଯାଇ ବିଜେଡିର ଜଣେ ଯୁବନେତାଙ୍କ ସମ୍ପର୍କରେ ଅଛନ୍ତି । କୁହାଯାଉଛି ବାପାଙ୍କୁ ବିଜେଡିକୁ ଆଣିବାକୁ ସେ ଫୁଲ ଦମରେ ଲାଗି ପଡିଛନ୍ତି ।

ଖାଲି ଜଗତସିଂହପୁର ନୁହେଁ ତିର୍ତ୍ତୋଲ, ପାରାଦୀପ, ବାଲିକୁଦା, ଏରସମାରେ ବି ତାଙ୍କର କର୍ମୀ ରହିଛନ୍ତି । ଯଦି ଚିରଞ୍ଜୀବ ବିଜେଡିକୁ ଯାଆନ୍ତି ତେବେ ବିଜେଡି ଏକପାଖିଆ ଭାବେ ବାଜିମାତ କରିପାରିବ ବୋଲି ଅଙ୍କ କଷା ହେଉଛି । କିନ୍ତୁ ବିଜେଡି ଦୁଇ ଭାଇଙ୍କୁ ଟିକେଟ ଦେବା ନେଇ ମନବଳାଇ ପାରୁନାହିଁ ।

ରଞ୍ଜୀବ ମଧ୍ୟ କୌଣସି ସ୍ପଷ୍ଟ ସୂଚନା ଏଯାଏଁ ଦେଇନାହାନ୍ତି । ରାଜନୀତି, କ୍ରୀଡା, ସାମ୍ବାଦିକତା ସବୁଠୁ ସେ ଦୁରେଇ ରହିଛନ୍ତି । କୁରାଙ୍ଗରେ ଥିବା ଫାର୍ମ ହାଉସରେ ସେ ଅଧିକ ସମୟ କଟାଉଥିବା ବେଳେ ଆଗାମୀ ରଣନୀତି ନେଇ ସେ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି ।

ଅଧିକ ପଢ଼ନ୍ତୁ : ଆଜିର ରାଶିଫଳ: ଏହି ରାଶି ଥିବା ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ, ଭାଲେନଟାଇନ ଡେ'ରେ ପୁଳେ ଉପହାର ପାଇବେ...

ଚିରଞ୍ଜୀବ ବିଜେଡିରେ ମିଶିଲେ ସେ ଜଗତସିଂହପୁରରୁ ଟିକେଟ ପାଇବା ନିଶ୍ଚିତ । ଏ କ୍ଷେତ୍ରରେ ଅମରେନ୍ଦ୍ର କରିବେ କଣ ସେ ନେଇ ବି ଚର୍ଚ୍ଚା ଆଲୋଚନା ଚାଲିଛି । ଗତ ଥର ଆମେରେନ୍ଦ୍ର ଟିକେଟ ପାଇବେ ବୋଲି ଆଶା ବାନ୍ଧିଥିଲେ ବି ନିରାଶ ହେବାକୁ ପଡିଥିଲା । ପ୍ରଶାନ୍ତଙ୍କ ପ୍ରାର୍ଥୀତ୍ୱକୁ ସେ ପ୍ରଥମେ ବିରୋଧ କରିଥିଲେ ବି ପରେ ସ୍ୱୀକାର କରିବାକୁ ବାଧ୍ୟ ହୋଇଥିଲେ କିନ୍ତୁ ଏଥର ତାଙ୍କୁ ଟିକେଟ ନ ମିଳିଲେ ସେ ବିଜେପିରେ ମିଶି ପାରନ୍ତି ବୋଲି କୁହାଯାଉଛି ।

ଦେଖନ୍ତୁ Exclusive ଭିଡ଼ିଓ:

ବିଜେପି ନେତା ସତ୍ୟବ୍ରତ ମହାପାତ୍ର ଆଉ ଆଗ ଭଳି ସକ୍ରିୟ ନାହାନ୍ତି । ଆମେରେନ୍ଦ୍ର ବି ଇତିମଧ୍ୟରେ ନିଜର ଭୋଟ ବ୍ୟାଙ୍କ ଗଢି ପାରିଛନ୍ତି । ତେଣୁ ବିଜେଡି ତାଙ୍କୁ ଆଡେଇ ଦେଲେ ସେ ବିଜେପିରେ ହିଁ ଭାଗ୍ୟ ପରୀକ୍ଷା କରିପାରିବାର ସମ୍ଭାବନା ରହିଛି । ନଚେତ ଦଳୀୟ ଥୋପ ପାଇଁ ନିରବ ରହିପାରନ୍ତି ବୋଲି କୁହା ଯାଉଛି ।

ସେହିପରି କନକପ୍ରଭା ଲେଙ୍କା ଅନେକ ଦିନ ହେଲା ଟିକେଟ ଦୋୖଡରେ ରହିଛନ୍ତି । ଗତଥର ତାଙ୍କ ଜ୍ୱାଇଁଙ୍କୁ ଟିକେଟ ମିଳିବାରୁ କନକ ନିରବ ରହିଥିଲେ । ଆଗାମୀ ଦିନରେ ତାଙ୍କର ରଣନୀତି କଣ ରହିବ ଏବେ ତାହା ସ୍ପଷ୍ଟ ହୋଇନାହିଁ । ତେବେ ସେ ଯାହା ହେଉନା କାହିଁକି ୨୪ ରେ ଜଗତସିଂହପୁର ରାଜନୀତିରେ ନୂଆ ସମୀକରଣ ସୃଷ୍ଟି ହେବା ନିଶ୍ଚିନ୍ତ ବୋଲି କୁହାଯାଇପାରେ ଏବଂ ବିଶ୍ୱାଳ ପାରିବାରର ଅଙ୍କ ସବୁକିଛି ବିଗାଡି ଦେଇପାରେ ବୋଲି ଏବେଠୁ ପାୱାର୍ କରିଡରରେ ଚର୍ଚ୍ଚା ଜୋର ଧରିଛି ।
 

Share this story