ଗୃହଶତ୍ରୁ ବିଭୀଷଣଙ୍କୁ ନବୀନ ଦେବେ ପାନେ, ଫେବୃଆରୀ ୨୦ ଭିତରେ ବଦଳିବ ମନ୍ତ୍ରୀମଣ୍ଡଳ; ଦେଖନ୍ତୁ Exclusive ଭିଡିଓ

ministry reshuffle soon in Odisha cabinet

ଓଡ଼ିଆ ଗସିପ ବ୍ୟୁରୋ: ରାଜ୍ୟ ମନ୍ତ୍ରୀମଣ୍ଡଳର ହେବ ଅଦଳବଦଳ । ମନ୍ତ୍ରୀମଣ୍ଡଳରେ ସାମିଲ ହେବେ ପ୍ରଣବ ପ୍ରକାଶ । ଉପମୁଖ୍ୟମନ୍ତ୍ରୀର ଦାୟିତ୍ୱ ନେବେ ବବି । ନବଙ୍କ ମୃତ୍ୟୁ ପରେ ପୁଣି ଥରେ ଏହି ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ରିତାଙ୍କୁ ବାଦ ଦେଇ ସୁଶାନ୍ତ କରିବେ ଏଣ୍ଟ୍ରି । ମନ୍ତ୍ରୀମଣ୍ଡଳରୁ ବିଦା ହେବେ ବଦନାମ ମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁବ ଶିଘ୍ର କେନ୍ଦ୍ର ମନ୍ତ୍ରୀମଣ୍ଡଳର ଅଦଳବଦଳ କରୁଛନ୍ତି । ଏ ନେଇ ଜାତୀୟ ରାଜନୀତିରେ ଚାଲିଛି ଜୋରଦାର ଚର୍ଚ୍ଚା । ଏପରି କ୍ଷେତ୍ରରେ ରାଜ୍ୟ ମନ୍ତ୍ରୀମଣ୍ଡଳରେ ମଧ୍ୟ ଅଦଳବଦଳ ହେବ ବୋଲି ଆଉ ଏକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏ ନେଇ ସଚିବାଳୟଠାରୁ ରାଜଧାନୀ ଖଟି ପର୍ଯ୍ୟନ୍ତ ବେଶ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି ।

ଅଧିକ ପଢ଼ନ୍ତୁ : ଆଜିର ରାଶିଫଳ: ଏହି ରାଶି ଥିବା ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ, ଭାଲେନଟାଇନ ଡେ'ରେ ପୁଳେ ଉପହାର ପାଇବେ...

ନିକଟରେ ପଦମପୁରରେ ବିଜେଡିର ବିପୁଳ ବିଜୟ ପରେ ସେଠାକାର ପ୍ରଚାର ମଙ୍ଗ ସମ୍ଭାଳିଥିବା ନେତାଙ୍କୁ ପୁରସ୍କାର ଦେବେ ବୋଲି ନବୀନ ଚିନ୍ତା କରିଛନ୍ତି । ସେଥିପାଇଁ ଏହି ମନ୍ତ୍ରୀମଣ୍ଡଳରେ ଅଦଳବଦଳ କରାଯିବ । ମୁଖ୍ୟତଃ ସୁଶାନ୍ତ ସିଂଙ୍କୁ ପୁଣି ଥରେ ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବ ବୋଲି ଜଣାପଡିଛି ।

କାରଣ ନବ ଦାସଙ୍କ ଅକାଳ ବିୟୋଗ ପରେ ମନ୍ତ୍ରୀମଣ୍ଡଳରେ ପଶ୍ଚିମ ଓଡିଶା ପାଇଁ ଶୁନ୍ୟ ସ୍ଥାନ ସୃଷ୍ଟି ହୋଇଛି । ସେହିପରି ଅନ୍ୟତମ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ନବୀନ ଏକ ଭଲ ଦାୟିତ୍ୱ ଦେବାର ସମ୍ଭାବନା ମଧ୍ୟ ରହିଛି ।

ତେବେ ପଦମପୁର ବିଜୟ ପଛରେ ଯେଉଁ ପ୍ରମୁଖ ବିନ୍ଧାଣୀ ଅଛନ୍ତି ସେ ହେଉଛନ୍ତି ପ୍ରଣବ ପ୍ରକାଶ ଦାସ । ସେ ମଧ୍ୟ ପୁଣି ଥରେ ମନ୍ତ୍ରୀ ମଣ୍ଡଳରେ ସାମିଲ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି । ଏପରିକି ତାଙ୍କୁ ଏକ ଭଲ ବିଭାଗ ଦିଆଯିବ ବୋଲି କୁହାଯାଉଛି । ପୂର୍ବରୁ ସେ ସଂଗଠନ ସମ୍ଭାଳିବା ପାଇଁ ମନ୍ତ୍ରୀ ପଦକୁ ଗ୍ରହଣ କରି ନ ଥିଲେ । ହେଲେ ଏଥର ତାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବ ବୋଲି ଜଣାପଡିଛି ।

ଅଧିକ ପଢ଼ନ୍ତୁ : ଦେଖନ୍ତୁ Exclusive ଭିଡ଼ିଓ: ବ୍ୟୁଟି ପାର୍ଲରକୁ ଆସି ମୋ ଛାତିକୁ ଜାବୁଡି ଧରିଲେ, ଯେତେ ମନାକଲେ ବି ମୋତେ ଶୁଆଇ ଏଭଳି କଲେ କାମୁକ ବାବୁ...

ସେହିପରି କେତେକ ମନ୍ତ୍ରୀ ବର୍ତ୍ତମାନ ରାଜ୍ୟ ସରକାରଙ୍କୁ ବଦନାମ କରିସାରିଲେଣି । ପୂର୍ବରୁ ସେହିପରି ବଦନାମ କରିଥିବା ମନ୍ତ୍ରୀଙ୍କୁ ନବୀନ ମନ୍ତ୍ରୀମଣ୍ଡଳରୁ ବାହାର କରି ଦେଇଥିଲେ । ଏଥର ମଧ୍ୟ ଯେଉଁ ମନ୍ତ୍ରୀମାନେ ବଦନାମ ମୁଣ୍ଡାଇ ବୁଲୁଛନ୍ତି ସେମାନଙ୍କ ବିରୋଧରେ କଡା ଆଭିମୁଖ୍ୟ ନେଇ ନବୀନ ମନ୍ତ୍ରୀ ମଣ୍ଡଳରୁ ବିଦା କରିଦେବେ । ସେଥିରେ ସର୍ବାଗ୍ରେ ଅଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ।

ବଦନାମ ମନ୍ତ୍ରୀ ସହିତ ନବୀନ ଯେଉଁ ମନ୍ତ୍ରୀମାନଙ୍କ ଦକ୍ଷତା ନାହିଁ ସେମାନଙ୍କୁ ମଧ୍ୟ ମନ୍ତ୍ରୀ ମଣ୍ଡଳରୁ ବାହାର କରିଦେବେ ବୋଲି ଜଣାପଡିଛି । ନବୀନ ଏହି ଅଦଳବଦଳରେ ଅଳ୍ପ କେତେକ ନୂଆ ମୁହଁ ନେବେ ବୋଲି ଆଲୋଚନା ଚାଲିଛି । ହେଲେ ମନ୍ତ୍ରୀମଣ୍ଡଳରେ ଏକ ବଡଧରଣର ବିଭାଗ ଅଦଳବଦଳ କରିବାକୁ ନବୀନ ନିଷ୍ପତି କରିଛନ୍ତି ।

ଦେଖନ୍ତୁ ଭିଡ଼ିଓ:

ବର୍ତ୍ତମାନ ଓଡିଶା ବିଧାନସଭା ନିର୍ବାଚନ ଆଉ ମାତ୍ର ବର୍ଷେ ରହିଲା । ଏହା ପୂର୍ବରୁ ଯଦି ସରକାରକୁ ଠିକ କରା ନ ଯାଏ ତେବେ ସବୁ ଅଙ୍କ ଭୁଲ ହୋଇଯିବ । ସେଥିପାଇଁ ପଦମପୁର ନିର୍ବାଚନ ପରେ ବର୍ତ୍ତମାନ ନବୀନ ନିବାସ ବେଶ ଚଳଚଞ୍ଚଳ ହୋଇ ଉଠିଛି । ବିଭିନ୍ନ ସମୟରେ ନବୀନ ନେତାମାନଙ୍କୁ ଡାକି ଆଲୋଚନା କରିବାରେ ଲାଗିଛନ୍ତି । ଯଦି ଏହି ଚର୍ଚ୍ଚା ସତ ହୁଏ ତେବେ ନବୀନ ଆଗାମୀ ଦିନରେ ଏଭଳି କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।

Share this story