ଦେଖନ୍ତୁ Exclusive ଭିଡ଼ିଓ: ବ୍ୟୁଟି ପାର୍ଲରକୁ ଆସି ମୋ ଛାତିକୁ ଜାବୁଡି ଧରିଲେ, ଯେତେ ମନାକଲେ ବି ମୋତେ ଶୁଆଇ ଏଭଳି କଲେ କାମୁକ ବାବୁ...

Ollywood model levelled casting couch allegation against OAS officer

ଓଡ଼ିଆ ଗସିପ ବ୍ୟୁରୋ: ଓଲିଉଡରେ ବେଶ କିଛିଦିନର ନୀରବତା ପରେ ପୁଣି ନଜରକୁ ଆସିଛି ଏକ କାଷ୍ଟିଂ କାଉଚ୍ କାହାଣୀ । ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ରହୁଥିବା ଜଣେ ଆଲବମ ଅଭିନେତ୍ରୀ ଆଣିଛନ୍ତି ଜଣେ ସରକାରୀ ବାବୁଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ।

ଏତଲା ମୁତାବକ ବାବୁ ଜଣଙ୍କ ନିଜ ସ୍ତ୍ରୀଙ୍କ ନାଁରେ ଗୋଟିଏ ପ୍ରଯୋଜନା ସଂସ୍ଥା ଖୋଲି ୨୦୨୦ ମସିହାରେ ପୀଡିତାଙ୍କୁ ଦେଖାଇଥିଲେ ହିରୋଇନ କରିବାର ସ୍ୱପ୍ନ । କିନ୍ତୁ ପ୍ରୋଜେକ୍ଟ ସାଇନ ହେବା ପରେ ସୁଟିଂ ବଦଳରେ ନୀତିଦିନ ପୀଡିତାଙ୍କୁ ସେକ୍ସ ପାର୍ଟନର ହେବାକୁ ବାଧ୍ୟ କରିଥିଲେ ।

ଅଧିକ ପଢ଼ନ୍ତୁ : ୨୦୨୪ ରୁ ନବୀନ ନେବେ ବିଶ୍ରାମ, ସୁଜାତା ଧରିବେ ଓଡିଶା ମଙ୍ଗ, ଦେଖନ୍ତୁ ଏହି ଭିଡିଓ...

କଥା କଥାରେ ସମ୍ବେଦନଶୀଳ ଅଙ୍ଗକୁ ଛୁଇଁବାକୁ ଚେଷ୍ଟା କରୁଥିଲେ । ଏଥିରେ ରାଜି ନହେବାରୁ ଗାଳି ଗୁଳଜ କରିବା ସହ ଜୀବନରୁ ମାରିବାକୁ ଧମକ ଦେଉଥିବା ନେଇ ଆଜି ଲିଙ୍ଗରାଜ ଥାନାରେ ଅଭିଯୋଗ କରିଛନ୍ତି ଯୁବତୀ ଜଣଙ୍କ ।

ସେପଟେ ଏଭଳି ଅଭିଯୋଗକୁ ଖଣ୍ଡନ କରିନଥିଲେ ମଧ୍ୟ ଯୁବତୀ ଜଣଙ୍କ ତାଙ୍କଠାରୁ ୪ ଲକ୍ଷ ଟଙ୍କା ନେଇଥିବା କହିଛନ୍ତି ବାବୁ । କିଛିଦିନ ତଳେ ଯୁବତୀଙ୍କ ବ୍ୟୁଟି ପାର୍ଲରରେ ଏଥିପାଇଁ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିବା ସେ ସ୍ୱୀକାର କରିଛନ୍ତି । କାହିଁକି ନା ଏହି ବାବୁ ଜଣଙ୍କ ବ୍ୟୁଟି ପାର୍ଲରକୁ ଯାଇ ଯୁବତୀଙ୍କ ଛାତିକୁ ଜାବୁଡି ଧରିଥିଲେ, ଯେତେ ମନାକଲେ ବି ସେ ତାଙ୍କୁ କୁଆଡେ ଶୁଆଇ
ତାଙ୍କ ସହ ଜୋରଜବରଦସ୍ତ କଲେ ବୋଲି ପୀଡିତା ନିଜ କରୁଣ ଦୁଃଖ ବଖାଣିଛନ୍ତି ।

ଦେଖନ୍ତୁ Exclusive ଭିଡ଼ିଓ:

ତେବେ ଏଠାରେ ପ୍ରଶ୍ନ ଉଠୁଛି ଗୋଟିଏ ଆଲବମ ପାଇଁ ଅନ୍ୟ ଆର୍ଟିଷ୍ଟ ଲକ୍ଷେ ଟଙ୍କାରୁ କମ୍ ଡିମାଣ୍ଡ କରୁଥିବା ବେଳେ ଯୁବତୀଙ୍କୁ କାହିଁକି ୪ ଲକ୍ଷ ଦେଇଥିଲେ ବାବୁ ? ଯୁବତୀଙ୍କ ସହ ରଖୁଥିଲେ କି ସେ ଫିଜିକାଲ ରିଲେସନ ? ବ୍ୟାଙ୍କ ଆକାଉଣ୍ଟ ଭେରୀଫିକେସନ ପରେ ଉଭୟ ପକ୍ଷକୁ ଡକାଇ ଖୋଳତାଡ଼ ଆରମ୍ଭ କରିଛି ପୋଲିସ ।

Share this story

World Odia Language Conferene