ରାଉରକେଲାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର, କହିଲେ ଜୁଲାଇରୁ ବିଜୁଳି ବିଲ ଆସିବ ନାହିଁ, ଆପଣ ମାନେ ଖୁସି ତ ?
 

Chief Ministers Naveen Patnaik campaign in rourkela targeted the opposition
ବିରୋଧୀ ଦଳ ମିଛ କଥା କହୁଛନ୍ତି ଓ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି 
 

ଓଡ଼ିଆ ଗସିପ୍ ବ୍ୟୁରୋ: ରାଉରକେଲା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେକ୍ଟର-୧୩ ମେଳଣ ପଡ଼ିଆରେ ନିର୍ବାଚନୀ ସଭାରେ ଉଦବୋଧନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରୁ ସ୍ବତନ୍ତ୍ର ବିମାନରେ ବାହାରି ପୂର୍ବାହ୍ନ ସାଢ଼େ ୧୧ଟାରେ ରାଉରକେଲାରେ ବିମାନବନ୍ଦରରେ ପହଞ୍ଚି ସେଠାରୁ ସିଧାସଳଖ ସଭାସ୍ଥଳକୁ ଆସିଥିଲେ।

ଏତେ ଖରାରେ ଆସିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ମୁଖ୍ୟମନ୍ତ୍ରୀ । ଜୁଲାଇରୁ ବିଜୁଳି ବିଲ ଆସିବ ନାହିଁ । ବିଜେଡି ସରକାର ବିଜୁଳି ମାଗଣା ଦେବେ, ଆପଣ ମାନେ ଖୁସି ତ ବୋଲି ପଚାରିଥିଲେ। ବିରୋଧୀ ଦଳ ମିଛ କଥା କହୁଛନ୍ତି। କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ତେଣୁ ସେମାନଙ୍କୁ ଭରସା ନକରି ବିଜେଡି ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଅଧିକ ପଢନ୍ତୁ : ମେଷ ରାଶିରେ ମଙ୍ଗଳ ଚଳନ ଯୋଗୁଁ ସୃଷ୍ଟି ହେବ ରୁଚକ ରାଜଯୋଗ, ବଦଳିବ ଏହି ୪ ରାଶିର ଆର୍ଥିକ ସ୍ଥିତି!

ଏହାସହ ଜନସଭାକୁ ସମ୍ବୋଧିତ କରି ନବୀନ କହିଥିଲେ, ଶାସନ ଓଡ଼ିଶାର ଏକ ନୂଆ ପରିଚୟ ସୃଷ୍ଟି କରିପାରିଛି। ସ୍ୱାସ୍ଥ୍ୟ, ଶିକ୍ଷା, ମହିଳା ଓ ଶିଶୁ ବିକାଶ, ଗମନାଗମନ, ଯୁବକ, ଶ୍ରମିକ, ବରିଷ୍ଠ ନାଗରିକ ପାଇଁ ଏକାଧିକ ଯୋଜନା କରାଯାଇଛି। କେନ୍ଦ୍ର କେବଳ କଥା କହେ। ଆମ ସରକାର କାମରେ ବିଶ୍ୱାସ କରେ। କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ଯେ, ପୁନର୍ବାର ଷଷ୍ଠ ଥର ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ସମଗ୍ର ଓଡିଶାବାସୀ, ବିଶେଷକରି ରାଉରକେଲାବାସୀ ମନ ସ୍ଥିର କରିସାରିଛନ୍ତି। 

ଅଧିକ ପଢନ୍ତୁ : ପାରିବାରିକ ସମସ୍ୟା ଦେଖାଦେବା ସହ ଦୀର୍ଘଦିନରୁ ଅଟକି ରହିଥିବା କାର୍ଯ୍ୟ ପୂରା ହେବ! ପଢନ୍ତୁ ଆଜିର ରାଶିଫଳ 

ଏହି ନିର୍ବାଚନୀ ସମାବେଶରେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ ଦେବାସହ ରାଉରକେଲା ବିକାଶ ରଥକୁ ଆଗକୁ ନେବାରେ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି। ସଭାରେ ଜିଲ୍ଲାର ସାତଟି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଓ ସୁନ୍ଦରଗଡ଼ ସାଂସଦ ପ୍ରାର୍ଥୀ ଦିଲୀପ ତୀର୍କୀ ମଞ୍ଚାସୀନ ଥିଲେ। 

ରାଉରକେଲା ବିଧାୟକ ପ୍ରାର୍ଥୀ ସାରଦା ପ୍ରସାଦ ନାୟକ, ରଘୁନାଥପାଲି ବିଧାୟକ ପ୍ରାର୍ଥୀନୀ ଅର୍ଚନାରେଖା ବେହେରା, ବୀରମିତ୍ରପୁର ବିଧାୟକ ପ୍ରାର୍ଥୀ ରୋହିତ ଜୋସେଫ ତୀର୍କୀ, ସୁନ୍ଦରଗଡ଼ ପ୍ରାର୍ଥୀ ଯୋଗେଶ ସିଂ, ତଳସରା ପ୍ରାର୍ଥୀ ବିନୟ ଟପ୍ପୋ ଓ ବଣାଇ ପ୍ରାର୍ଥୀ ଭୀମସେନ ଚୌଧୁରୀ ଉପସ୍ଥିତ ଥିଲେ।

ଅଧିକ ପଢନ୍ତୁ : କୌଣସି ବିଷୟକୁ ନେଇ ଚିନ୍ତାରେ ରହିବା ସହ ସମସ୍ୟା ଘେରରେ ରହିବେ ଏହି ରାଶି ଲୋକ! ପଢନ୍ତୁ ଏ ସପ୍ତାହର ରାଶିଫଳ
 

Share this story