୨୦୦୦ ମସିହାରୁ ହିଞ୍ଜିଳିରୁ କ୍ରମାଗତ ଭାବେ ବିଜୟୀ ହୋଇ ଆସୁଥିବା ନବୀନ ଆଜି ଭରିବେ ନାମାଙ୍କନ
 

CM Naveen To File Nomination From Hinjili
ଆଜି ନାମାଙ୍କନ ଭରିବେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ବିଧାନସଭା ଆସନରୁ ଆଜି ନାମାଙ୍କନ ଦାଖଲ କରିବେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୦୦ ମସିହାରୁ ଆସିକା ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ହିଞ୍ଜିଳି ବିଧାନସଭା ଆସନରୁ ନବୀନ କ୍ରମାଗତ ବିଜୟଲାଭ କରି ଆସୁଛନ୍ତି। ଚଳିତ ନିର୍ବାଚନରେ ନବୀନ ପୁଣିଥରେ ହିଞ୍ଜିଳିରୁ ପାର୍ଥୀ ହୋଇଛନ୍ତି। 

ଅଧିକ ପଢନ୍ତୁ : ୟୁରିକ୍ ଏସିଡ୍‌କୁ ଦୂର କରିବ ଏହି ୩ଟି ଜିନିଷ, ଯନ୍ତ୍ରଣାରୁ ମିଳିବ ମୁକ୍ତି!

ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟରେ ଆସ୍କା ସମେତ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ସଂସଦୀୟ କ୍ଷେତ୍ରରେ ମେ’ ୨୦ ତାରିଖରେ ମତଦାନ ହେବ। ଏଥିଲାଗି ଗତ ୨୬ ତାରିଖରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତାକାଲି ନବୀନ ଜିଲ୍ଲା ସଦର ମହକୁମା ଛତ୍ରପୁରରେ ନାମାଙ୍କନପତ୍ର ଦାଖଲ କରିବେ। ଏଥିଲାଗି ସମଗ୍ର ଗଞ୍ଜାମ ଜିଲ୍ଲାରେ କର୍ମୀଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ଦେଖାଦେଇଛି। 

ଅଧିକ ପଢନ୍ତୁ : ପ୍ରତିଦିନ ହେଉଛି କି ପାଦ ଯନ୍ତ୍ରଣା ? ସାବଧାନ! ହୋଇପାରେ ହାର୍ଟ ଷ୍ଟ୍ରୋକ୍‌ର ଲକ୍ଷଣ

ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରି ଷଷ୍ଠଥର ଲାଗି ପୁଣିଥରେ ରାଜ୍ୟର ଶାସନ ଭାର ଦେବାକୁ ସମସ୍ତେ ଉତ୍ସାହର ସହିତ ସମର୍ଥନ ଜଣାଇବେ ବୋଲି ଆଗଧାଡ଼ିର କର୍ମୀମାନେ କହିଛନ୍ତି। ଏଥିଲାଗି ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ଦକ୍ଷିଣ ଓଡ଼ିଶାର ଆରାଧ୍ୟ ଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଯାଇ ମା’ଙ୍କ ଆଶିଷ ଭିକ୍ଷା କରିବା ପରେ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିବା ପାଇଁ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି।

ଅଧିକ ପଢନ୍ତୁ : ଅଭାବ, ଅସୁବିଧା ଯୋଗୁଁ କାର୍ଯ୍ୟରେ ବାଧା ସୃଷ୍ଟି ହେବା ସହ ବନ୍ଧୁ ମନାନ୍ତର ଦେଖାଦେବ! ପଢନ୍ତୁ ଏ ସପ୍ତାହର ରାଶିଫଳ
 

Share this story