ଛେଣ୍ଡିପଦା ମାଟିରୁ ନବୀନଙ୍କ ବିରୋଧୀଙ୍କୁ ପ୍ରଶ୍ନ, କୁଆଡେ ଗଲା ଅଚ୍ଛେ ଦିନ ? କାହିଁକି ଦେଉନାହାନ୍ତି ଉତ୍ତର
 

Chief Minister naveen patnaik question to the bjp from chhendipada where is your ache din
ବିଜେପିକୁ ନବୀନଙ୍କ ପ୍ରଶ୍ନ କୁଆଡେ ଗଲା ଅଚ୍ଛେ ଦିନ ?
 

ଓଡ଼ିଆ ଗସିପ୍ ବ୍ୟୁରୋ:ବୁଧବାର ସମ୍ବଲପୁର ଲୋକସଭା କ୍ଷେତ୍ରରେ ମାରାଥନ ପ୍ରଚାର ଜାରି ରଖିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ । ଦେବଗଡ ପରେ ଏବେ ଛେଣ୍ଡିପଦାରେ ମୁଖ୍ୟମନ୍ତ୍ରୀ ପ୍ରଚାର କରିଛନ୍ତି । ଆଉ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ଏହାସହ ଛେଣ୍ଡିପଦା ମାଟିରୁ ବିରୋଧୀଙ୍କୁ ପ୍ରଶ୍ନ କରିଛନ୍ତି ନବୀନ।

ବିଜେପିର ଅଚ୍ଛେ ଦିନ କୁଆଡେ ଗଲା ବୋଲି କହିବା ସହ ନବୀନ, ବିରୋଧୀ ଅଚ୍ଛେ ଦିନର ସ୍ବପ୍ନ ଦେଖାଇ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କହିଛନ୍ତି। ଏଥି ସହ ଲୋକଙ୍କୁ ମିଛ କହି ବିରୋଧୀ ଭୁଆଁ ବୁଲାଉଛନ୍ତି । ଛେଣ୍ଡିପଦାର ପ୍ରଚାର ସଭାରେ ବିରୋଧୀଙ୍କୁ ଏହିଭଳି ଟାର୍ଗେଟ କରିଛନ୍ତି ନବୀନ । ବିଜେଡି ସରକାର ବିଏସକେୱାଇ, ମିଶନ ଶକ୍ତି, ମମତା, କାଳିଆ ଯୋଜନା, ଫାଇଭ-ଟି ସ୍କୁଲ ଓ ନୂଆ-ଓ ଛାତ୍ରବୃତ୍ତି ଭଳି ଯୋଜନା ଲୋକଙ୍କ ସମାଜିକ ଓ ଅର୍ଥନୈତିକ ସ୍ଥିତିରେ ସୁଧାର ଆଣିଛି । ବିରୋଧୀ କିନ୍ତୁ ଏହିସବୁ ଯୋଜନାକୁ ବନ୍ଦ କରିଦେବାକୁ ଚକ୍ରାନ୍ତ କରୁଛନ୍ତି।

ଅଧିକ ପଢନ୍ତୁ : କିଡନୀକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି କି ? ତେବେ ପ୍ରତିଦିନ ଖାଆନ୍ତୁ ଏହିସବୁ ଖାଦ୍ୟ

ଏଥି ସହିତ ମୁଖ୍ୟମନ୍ତ୍ରୀ କହିଥିଲେ ଜୁଲାଇ ମାସରୁ ବିଜୁଳି ବିଲ ଆସିବ ନାହିଁ । ବିଜୁ ଜନତା ଦଳ ସରକାର ମାଗଣାରେ ଆପଣଙ୍କମାନଙ୍କୁ ବିଜୁଳି ଦେବେ । ଆପଣମାନେ ଖୁସି ତ ? ଏହାପରେ ବିପୁଳ ଉତ୍ସାହ, ଖୁସି ଓ କରତାଳିରେ ପ୍ରକମ୍ପିତ ହୋଇଥିଲା ସଭାସ୍ଥଳ ।

ଅନ୍ୟପଟେ ନିଜ ଜନ୍ମମାଟିର ଉନ୍ନତି ପାଇଁ ଧର୍ମେନ୍ଦ୍ର ପ୍ରଧାନ କି ଉଲ୍ଲେଖନୀୟ କାମ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜେଡିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ବିଜେପି ମିଛ ପ୍ରଚାର ବନ୍ଦ କରୁ ବୋଲି ସେ କହିଛନ୍ତି । ସେହିଭଳି ୫ଟି ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆକ୍ଷେପ କରି କହିଛନ୍ତି ଯେ, ୨୦୧୪ରେ ବିଜେପି ଏଲପିଜି, ପେଟ୍ରୋଲ, ଡିଜେଲ ଦର କମାଇବା ସହ ଚାଷୀଙ୍କ ପାଇଁ ଏମଏସପି ଦୁଇ ଗୁଣା କରିବାକୁ ପ୍ରତିଶୃତି ଦେଇଥିଲା । ସେ ପ୍ରତିଶୃତି ଏଯାଏଁ ପୂରଣ କରିପାରିନି ।

ଅଧିକ ପଢନ୍ତୁ : କୌଣସି ବିଷୟକୁ ନେଇ ଚିନ୍ତାରେ ରହିବା ସହ ସମସ୍ୟା ଘେରରେ ରହିବେ ଏହି ରାଶି ଲୋକ! ପଢନ୍ତୁ ଏ ସପ୍ତାହର ରାଶିଫଳ

ଧର୍ମେନ୍ଦ୍ର ବିଜେପିରୁ ପ୍ରାର୍ଥୀ ହୋଇଥିବାରୁ ସେ ଜିତିଲେ କେନ୍ଦ୍ର ନିକଟରେ ଛେଣ୍ଡିପଦା ବିକାଶ ନେଇ ସ୍ବର ଉଠାଇପାରିବେନି କି ସ୍କୁଲଟିଏ ଖୋଲି ପାରିବେନି । ମୁଖ୍ୟମନ୍ତ୍ରୀଙ୍କ ମାଗଣା ବିଜୁଳି ଘୋଷଣା ଶୁଣି ବିଜେପି ଦେହରେ କରେଣ୍ଟ ଲାଗିଯାଇଛି । ଲୋକଙ୍କୁ ସୋଲାର ଲାଇଟ ନାଁରେ ଦିନରେ ବିଜେପି ନେତାମାନେ ଲଣ୍ଠନ ଦେଖାଉଛନ୍ତି ବୋଲି ସେ ତାତ୍ସଲ୍ୟ କରିଛନ୍ତି ।

ଅଧିକ ପଢନ୍ତୁ : ବୁଧଙ୍କ ଗୋଚର, ଏହି ୨ଟି ରାଶି ପାଇଁ ଖରାପ ସମୟ! ଜାଣନ୍ତୁ ସେହି ରାଶି ବିଷୟରେ 
 

Share this story