ନୂଆପଲ୍ଲୀ ବିଜେଡି ପାର୍ଟି ଅଫିସ୍‌‌ରେ ବୋମାମାଡ଼, ବାଇକ୍‌‌ରେ ଆସି ଫିଙ୍ଗିଲେ ବୋମା ହେଲେ...
 

Bomb Blast Rocks Nayapalli BJD Party Office
ନୂଆପଲ୍ଲୀ ବିଜେଡି ପାର୍ଟି ଅଫିସ୍‌‌ରେ ବୋମାମାଡ଼

ଓଡ଼ିଆ ଗସିପ୍ ବ୍ୟୁରୋ: ନୂଆପଲ୍ଲୀ ମମତାଜ ହାଇସ୍କୁଲ ନିକଟରେ ଥିବା ବିଜେଡି ପାର୍ଟି ଅଫିସ୍‌ରେ ବୋମାମାଡ଼ ହୋଇଥିବା ନେଇ ଅଭିଯୋଗ ହୋଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌‌ ଆରମ୍ଭ କରିଛି। ବାଇକ୍‌‌ରେ ଦୁଇଜଣ ଯୁବକ ଆସି ଏହି ବୋମାମାଡ଼ କରିଥିବା କିଛି ସ୍ଥାନୀୟ ଯୁବକ ଦେଖିଥିବା କହିଛନ୍ତି। ଗୁରୁବାର ରାତି ପ୍ରାୟ ୧୨ଟାରେ ଏହି ଘଟଣା ଘଟିଛି।

ଅଧିକ ପଢନ୍ତୁ : କିଡନୀକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି କି ? ତେବେ ପ୍ରତିଦିନ ଖାଆନ୍ତୁ ଏହିସବୁ ଖାଦ୍ୟ

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ପାର୍ଟିର କାମ ସାରି ସବୁ କର୍ମୀମାନେ ଘରକୁ ଯାଉଥିଲେ। କିଛି ଯୁବକ ସେଠାରେ ଛିଡ଼ା ହୋଇଥିଲେ। ଏହି ସମୟରେ ଦୁଇଜଣ ଯୁବକ ବାଇକ୍‌‌ରେ ଆସି ବୋମା ଫିଙ୍ଗିଥିଲେ। ବୋମାଟି ପାର୍ଟି ଅଫିସ ଭିତରେ ନପଡ଼ି ଆଗରେ ଥୁଆ ହୋଇଥିବା ବାଇକ୍‌‌ ଉପରେ ପଡ଼ିଥିଲା। 

ଅଧିକ ପଢନ୍ତୁ : କୌଣସି ବିଷୟକୁ ନେଇ ଚିନ୍ତାରେ ରହିବା ସହ ସମସ୍ୟା ଘେରରେ ରହିବେ ଏହି ରାଶି ଲୋକ! ପଢନ୍ତୁ ଏ ସପ୍ତାହର ରାଶିଫଳ

କୌଣସି ବ୍ୟକ୍ତି ଏଥିରେ ଆହତ ହୋଇ ନଥିବା ବେଳେ ଏହା ବିଜେପି ସମର୍ଥିତ କେହି ଦୁର୍ବୃତ୍ତ କରିଥାଇପାରନ୍ତି ବୋଲି ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ଦୁଇ ଦିନ ତଳେ ନିର୍ବାଚନ ପ୍ରଚାର ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପରବର୍ତ୍ତୀ ସମୟରେ ଗୋଟିଏ ଗୋଷ୍ଠୀ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା।

ଅଧିକ ପଢନ୍ତୁ : ବୁଧଙ୍କ ଗୋଚର, ଏହି ୨ଟି ରାଶି ପାଇଁ ଖରାପ ସମୟ! ଜାଣନ୍ତୁ ସେହି ରାଶି ବିଷୟରେ 
 

Share this story